ବୟସବାଦକୁ ନେଇ ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିର ଖାନ୍‌ ଏବଂ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ‘ ଲାଲ୍‌ ସିଂ ଚଡ୍ଡା’ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ଏକ ଦଶନ୍ଧି ପରେ କରୀନା-ଅମିରଙ୍କୁ ପରଦାରେ ଦେଖିବାକୁ ମିଳିବ। ହେଲେ ଏବେ କରୀନା ଫିଲ୍ମ ପ୍ରେମୋଶନରେ ଲାଗିପଡ଼ିଛନ୍ତି। ତେବେ ଦୁଇଥର ଗର୍ଭଧାରଣ ଏବଂ ତାଙ୍କ ଦାମ୍ପତ୍ୟ ଜୀବନ କାର୍ଯ୍ୟରେ କରୀନାଙ୍କର ଦୃଷ୍ଟିକୋଣ ବଦଳାଇ ନାହିଁ। ଏବେ ବି ତାଙ୍କର ସିନେମା ପାଇଁ ଆଗ୍ରହ ରହିଛି। ।
ନିକଟରେ ଏକ ସାକ୍ଷାତକାରରେ ଏ ସମ୍ପର୍କରେ ଅଭିନେତ୍ରୀଙ୍କୁ ପଚରାଯାଇଥିଲା, ବଲିଉଡ୍‌ରେ ବୟସବାଦ ଅଛି ଏବଂ ଏକ ନିର୍ଦ୍ଧିଷ୍ଟ ବୟସରୁ ଅଧିକ ହେଲେ ମହିଳାଙ୍କୁ ଇଣ୍ଡଷ୍ଟ୍ରିରେ କାମ କରିବା କଷ୍ଟକର ହୋଇପଡେ କି? ଯାହାର ଉତ୍ତରରେ କରୀନା କହିଛନ୍ତି ଯେ, ମୁଁ ଭାବୁଛି ଏହା କେବଳ ସୋସିଆଲ ମିଡିଆରେ ଅଛି। କିନ୍ତୁ ତାହା ବାସ୍ତବ ଜୀବନରେ ନୁହେଁ। ଏହାକୁ ନେଇ ଅନେକ ଆଲୋଚନା ହୁଏ। ଲୋକେ ଏ ବିଷୟରେ ପ୍ରବନ୍ଧ ଲେଖନ୍ତି,ବିତର୍କ କରନ୍ତି। କିନ୍ତୁ ବାସ୍ତବରେ, ଯଦି ତୁମେ ଦକ୍ଷ, ତେବେ କାମ ପାଇବ। ଯଦି ତୁମେ ଭଲ ଦେଖାଯାଉଛ, ତୁମେ କାମ ପାଇବ। ଯଦି ତୁମେ ନିଜେ ଠିକ୍‌ ଅଛ, ତେବେ ତୁମେ କାମ ପାଇବ।
ସେ ଆହୁରି ମଧ୍ୟ କହିଛନ୍ତି, ଆଜି ମୁଁ ଭାବୁଛି ସମସ୍ତେ ବହୁତ ଭଲ କାମ କରୁଛନ୍ତି। ବୟସ କେବଳ ଏକ ସଂଖ୍ୟା ଏବଂ ଲୋକମାନେ ଭିନ୍ନ ଭିନ୍ନ ଚରିତ୍ରରେ କାମ କରୁଛନ୍ତି। ମୁଁ ମଧ୍ୟ ଗର୍ଭବତୀ ଥିବା ସମୟରେ କାମ କରୁଥିଲି। ବର୍ତ୍ତମାନ ଆଲିଆ ଗର୍ଭବତୀ ଅଛନ୍ତି ଏବଂ ସେ ମଧ୍ୟ କାର୍ଯ୍ୟ କରୁଛନ୍ତି ଏବଂ କାର୍ଯ୍ୟ ଜାରି ରଖିଛନ୍ତି। ତେଣୁ ସୀମା ଭାଙ୍ଗିବା ଏବଂ ଚ୍ୟାଲେଞ୍ଜ୍‌ ନେବା ବ୍ୟକ୍ତିଙ୍କ ଉପରେ ନିର୍ଭର କରେ ବୋଲି ଅଭିନେତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri