ଜାଣନ୍ତୁ ନ୍ୟର କେଉଁ ଜିନିଷ ବ୍ୟବହାର କରିବେ ନାହିଁ,ମାଗି ଆଣି ବ୍ୟବହାର କଲେ ନାନା ଅସୁବିଧା…

ଅସୁବିଧାରେ ପଡ଼ିଲେ ଜଣେ ଅନ୍ୟଠାରୁ ସାହାଯ୍ୟ ମାଗିବା ସ୍ବାଭାବିକ କଥା ହୋଇପାରେ, କିନ୍ତୁ ଏମିତି ବି କିଛି ଜିନିଷ ରହିଛି ଯାହାକୁ ଅନ୍ୟଠାରୁ ମାଗି ଆଣି ବ୍ୟବହାର କଲେ ନାନା ଅସୁବିଧା ଉପୁଜିପାରେ। ଯେମିତି କି:
* ବେଳେବେଳେ ଦେଖାଯାଏ ସାଙ୍ଗସାଥୀମାନେ ଡ୍ରେସ୍‌ ଶେୟାରିଂ କରି ପିନ୍ଧିଥାନ୍ତି। ଏହା ସେମାନଙ୍କୁ ନିଆରା ଆନନ୍ଦ ଦେଇଥାଏ। କିନ୍ତୁ ଜାଣନ୍ତି କି, ଏହି ଡ୍ରେସ୍‌ ଦ୍ୱାରା ହିଁ ନକାରାତ୍ମକ ଶକ୍ତି ବେଶି ଉତ୍ପନ୍ନ ହୋଇଥାଏ। ଅର୍ଥାତ୍‌ ଯଦି ଜଣଙ୍କ ଉପରେ ନକାରାତ୍ମକ ଊର୍ଜାର ପ୍ରଭାବ ରହିଥାଏ ଓ ତାଙ୍କଠାରୁ ଡ୍ରେସ୍‌ ମାଗିକି ଆଣି କେହି ପିନ୍ଧନ୍ତି, ତେବେ ସେହି ନକାରାତ୍ମକ ଊର୍ଜା ତାଙ୍କଠାରୁ ଅନ୍ୟ ଜଣଙ୍କ ପାଖକୁ ଚାଲିଯାଏ। ତେଣୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏପରି କରିବା ଠିକ୍‌ ନୁହେଁ।
* ଅନ୍ୟଠାରୁ ମୁଦି ମାଗି ଆଣି ବ୍ୟବହାର କରିବା ବି ଉଚିତ ନୁହେଁ। ଅଜାଣତରେ ହେଉ ପଛେ ଏହାଦ୍ୱାରା ଗ୍ରହ ଦୋଷ ଉତ୍ପନ୍ନ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
* ହାତରେ ପିନ୍ଧାଯାଇଥିବା ଘଣ୍ଟା କେବଳ ସମୟ ଜଣାଏ ନାହିଁ, ଏହା ବ୍ୟକ୍ତିଙ୍କର ଭଲମନ୍ଦ ସମୟ ବିଷୟରେ ବି ଅନେକ ସୂଚନା ଦେଇଥାଏ। ଏପରି କ୍ଷେତ୍ରରେ ଅନ୍ୟଠାରୁ ଘଣ୍ଟା ମାଗିଆଣି ପିନ୍ଧିଲେ, ତାଙ୍କର ଭାଗ୍ୟଦୋଷ ଅନ୍ୟ ଜଣଙ୍କୁ ଭୋଗିବାକୁ ପଡିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
* ଅନ୍ୟର ଜୋତା, ଚପଲ ବ୍ୟବହାର କରିବା ବି ବହୁ ସମସ୍ୟାକୁ ଡାକି ଆଣିଥାଏ। ଯେମିତି କି ଆର୍ଥିକ ସମସ୍ୟା, ସ୍ବାସ୍ଥ୍ୟରେ ଅବନତି, ଗୃହରେ କ୍ଲେଶ ଇତ୍ୟାଦି। ତେଣୁ ବାସ୍ତୁଶାସ୍ତ୍ର କୁହେ, ଯେତେ ଅସୁବିଧାରେ ଥିଲେ ବି କାହାଠାରୁ ଜୋତା ମାଗିଆଣି ବ୍ୟବହାର କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri