ରାଜସ୍ବ ଆଦାୟରେ ରେଲୱେର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୧୨ (ଅଭୟ ଦାଶ): ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ(ଆଇସିସି)ର ବହୁ ପ୍ରତୀକ୍ଷିତ ତଥା ୨ୟ ରେଳ ଇଣ୍ଡିଆ ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ନୂଆଦିଲ୍ଲୀଠାରେ ଆୟୋଜିତ ଏହି ଜାତୀୟ ସମ୍ମିଳନୀରେ ‘ରେଲୱେ ଇନ୍‌ ମୋସନ୍‌: ଭିଜନ ୨୦୩୦ ରୁ ବିକଶିତ ଭାରତ ୨୦୪୭’ ଶୀର୍ଷକ ଦ୍ୱିତୀୟ ରେଳ ଇଣ୍ଡିଆ ଫୋରମ୍‌ ଆୟୋଜିତ ହୋଇଯାଇଛି। ଏହି ଅବସରରେ ରେଳ ମନ୍ତ୍ରଣାଳୟ ଅଧୀନରେ ଥିବା ଗତିଶକ୍ତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ମନୋଜ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡ. ସୁରେନ୍ଦ୍ର କୁମାର ଅହିରୱାର, ଆଇସିସି ଅଧ୍ୟକ୍ଷ ତଥା ଜିନ୍ଦଲ ଷ୍ଟେନ୍‌ଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ, ଆଇସିସି ଜାତୀୟ ରେଳ କମିଟିର ଅଧ୍ୟକ୍ଷ ତଥା ଜୁପିଟର ୱାଗନ୍ସର ନିର୍ଦ୍ଦେଶକ ବିକାଶ ଲୋହିଆଙ୍କ ସମେତ ବିଶିଷ୍ଟ ନୀତି ନିର୍ଦ୍ଧାରକ, ଶିଳ୍ପପତି ତଥା ବୈଷୟିକ ବିଶେଷଜ୍ଞ ଏବଂ ଅନ୍ୟ ଅଂଶୀଦାରମାନେ ମଧ୍ୟ ଏକତ୍ରିତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଏକ ଆଧୁନିକ, ସ୍ଥାୟୀ ଏବଂ ସୁଦୃଢ଼ ରେଳ ଇକୋସିଷ୍ଟମ ନିର୍ମାଣ ଉପରେ ବିସ୍ତୃତ ଆଲୋଚନା ସହ ଅତିଥିମାନେ ନିଜର ବିଚାର ଉପସ୍ଥାପନ କରିଥିଲେ।
ଏ ସମ୍ପର୍କରେ ଆଇସିସି ଅଧ୍ୟକ୍ଷ ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଥିଲେ, ରାଜସ୍ବ ଆଦାୟରେ ରେଲୱେ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଗତ ଆର୍ଥତ୍କ ବର୍ଷ ସୁଦ୍ଧା ରେଲଓ୍ବେ ୨.୫୬ ଲକ୍ଷ କୋଟି ଟଙ୍କାର ରାଜସ୍ବ ଆଦାୟ କରିଥିଲାବେଳେ ୧,୩୨,୦୦୦ କି.ମି.ରୁ ଅଧିକ ରେଳ ଲାଇନ୍‌ ବିଛାଇଛି। ଏହାସହ ଭାରତ ହେଉଛି, ବିଶ୍ୱର ଚତୁର୍ଥ ବୃହତମ ରେଳ ନେଟ୍‌ୱର୍କ ଏବଂ ଏଥିରେ ୧.୨ ମିଲିୟନ ଲୋକଙ୍କୁ ନିଯୁକ୍ତି ମିଳିଛି। ଫଳରେ ଭାରତୀୟ ରେଳବାଇ ଦେଶର ଦ୍ୱିତୀୟ ବୃହତମ ନିଯୁକ୍ତିଦାତାରେ ମଧ୍ୟ ପରିଣତ ହୋଇଛି। ସେହିଭଳି ୨୦୪୭ ସୁଦ୍ଧା ଭାରତ ୪୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ ଶିଳ୍ପ, ବାଣିଜ୍ୟ ଓ ପରିବହନ ଦ୍ରୁତଗତିରେ ବୃଦ୍ଧି ସହ ଅଧିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ଏବଂ ନୂତନ ଉତ୍ପାଦନ ସ୍ଥାନଗୁଡ଼ିକୁ ସଂଯୋଗ କରିବାକୁ ପଡ଼ିବ। ଏହାବ୍ୟତୀତ ମାଲ ପରିବହନରେ ରେଳବାଇର କ୍ଷମତା ବଢ଼ାଇବା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ଏହି ପ୍ରୟାସକୁ ପ୍ରୋତ୍ସାହିତ କରିବ ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।
ସେହିଭଳି ଏହି ଫୋରମରେ ଅତିଥିମାନେ ସୁରକ୍ଷା ଏବଂ ସଷ୍ଟେନେବିଲିଟିକୁ ପ୍ରାଥମିକତା ଦେଇ ରେଳଯାତ୍ରୀଙ୍କ ଅନୁଭୂତିକୁ ଉନ୍ନତ କରିବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା, ଆଜିଠୁ BSNL ବନ୍ଦ କଲା ଇଣ୍ଟରନେଟ୍‌ ସେବା

ନୂଆଦିଲ୍ଲୀ,୧୫।୧:ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି।  ଏହି ସରକାରୀ ଟେଲିକମ କମ୍ପାନୀ ଆଜିଠାରୁ ଏହାର ଗୋଟିଏ ସେବା...

ଉତ୍ତର ଭାରତରେ ରାମରାଜ ଇନର ଓ୍ବେର ରେଞ୍ଜ

ନୂଆଦିଲ୍ଲୀ,୧୫।୧: ଦେଶର ପାରମ୍ପରିକ ତଥା ସାଂସ୍କୃତିକ ପୋଷାକର ଏକ ପ୍ରମୁଖ ବା ପ୍ରିମିୟମ ବ୍ରାଣ୍ଡ୍‌ ‘ରାମରାଜ କଟନ୍‌’ ଉତ୍ତର ଭାରତ (ଉତ୍ତରାଞ୍ଚଳ ବଜାର)ରେ ବ୍ରାଣ୍ଡ୍‌ର ଇନର...

ମୁଥୁଟ୍‌ ଫାଇନାନ୍ସକୁ ଗ୍ରେଡ୍‌ ପ୍ଲେସ୍‌ ଟୁ ଓ୍ବାର୍କର ମାନ୍ୟତା

ନୂଆଦିଲ୍ଲୀ,୧୫।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଫାଇନାନ୍ସିଆଲ ସର୍ଭିସ୍‌ ବ୍ରାଣ୍ଡ ମୁଥୁଟ୍‌ ଫାଇନାନ୍ସକୁ ନିକଟରେ ଆଉ ଏକ ସମ୍ମାନ ‘ଗ୍ରେଡ୍‌ ପ୍ଲେସ୍‌ ଟୁ...

ରିଲାଏନ୍ସ ଜୁଏଲ୍ସର ଡ୍ରିମ୍‌ ଡାଇମଣ୍ଡ ସେଲ୍‌

ମୁମ୍ବାଇ,୧୫।୧ (ଅଭୟ ଦାଶ): ରିଲାଏନ୍ସ ଜୁଏଲ୍ସର ବହୁ ପ୍ରତୀକ୍ଷିତ ତଥା ବାର୍ଷିକ ଅଭିଯାନ ‘ଡ୍ରିମ୍‌ ଡାଇମଣ୍ଡ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି...

ମହାକୁମ୍ଭ ସହ ଆର୍‌ସିପିଏଲ୍‌ ବୁଝାମଣା

ମୁମ୍ବାଇ,୧୫।୧: ଦୀର୍ଘ ୧୨ବର୍ଷ ପରେ ଚଳିତ ବର୍ଷ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ କୁମ୍ଭମେଳା ‘ମହାକୁମ୍ଭ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ...

ରେପୋ ରେଟ୍‌ରେ ୦.୨୫% ହ୍ରାସ ଆଶଙ୍କା

ଭୁବନେଶ୍ୱର,୧୫ା୧(ଅନୁରାଧା ମହାରଣା): ଗୋଟିଏ ପଟେ ଦରବୃଦ୍ଧି ଓ ଅନ୍ୟପଟେ ଅର୍ଥ ବ୍ୟବସ୍ଥାରେ ସୁଧାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପାଇଁ ଚିନ୍ତାର କାରଣ ପାଲଟିଛି। ଅର୍ଥବ୍ୟବସ୍ଥାରେ...

କାଙ୍ଗାଳ କଲା ଶେୟାର ମାର୍କେଟ, ୧୦୦ ଦିନରେ ନିବେଶକଙ୍କ ୬୦ ଲକ୍ଷ କୋଟି ବୁଡ଼ିଲା

ନୂଆଦିଲ୍ଲୀ,୧୪।୧: ମକର ସଂକ୍ରାନ୍ତି ଅର୍ଥାତ ୧୪ ଜାନୁଆରୀରେ ଶେୟାର ବଜାରରେ ସାମାନ୍ୟ ବୃଦ୍ଧି ଘଟଛି। ହେଲେ ଗତ କିଛି ଦିନ ମଧ୍ୟରେ ସେନସେକ୍ସ ଏବଂ ନିଫ୍ଟି...

Paytm ର ବଡ଼ ଘୋଷଣା, କ୍ରେଡିଟ୍‌ କାର୍ଡରୁ କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ,୧୪।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ସମୟରେ, ଡିଜିଟାଲ ପେମେଣ୍ଟକୁ ସହଜ କରିବା ପାଇଁ Paytm ଏକ ନୂଆ ସାଉଣ୍ଡବକ୍ସ ଏବଂ QR କୋଡ ସିଷ୍ଟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri