ଏପିସୋଡ ପିଛା ନିଅନ୍ତି୬୦ ହଜାର, ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ଟେଲି ଧାରାବାହିକ ‘କୁଣ୍ଡଲୀ ଭାଗ୍ୟ’ରେ ନଜର ଆସୁଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ଆର଼୍ୟା। ପ୍ରୀତା ଭୂମିକାରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ କିଣି ଆସୁଛି। ଏଥିଯୋଗୁ ତାଙ୍କର ପ୍ରଶଂସକ କାହିଁରେ କେତେ। ଏକତାଙ୍କ ଏହି ଧାରାବାହିକ ସହ ଜଡ଼ିତ ହେବା ପୂର୍ବରୁ ଶ୍ରଦ୍ଧା ଅନେକ ସିରିଏଲ୍‌ ଏବଂ ଫିଲ୍ମରେ କାମ କରିଛନ୍ତି। ସେଥିରେ ରହିଛି ବଲିଉଡ୍‌ ସହ ଅନ୍ୟାନ୍ୟ ଭାଷାଭାଷୀ ଫିଲ୍ମ।

ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେଲେ ଶ୍ରଦ୍ଧା ୨୦୧୯ରେ ରିଆଲିଟି ଶୋ’ ‘ନଚ ବଲିୟେ’ରେ ନଜର ଆସିଥିଲେ। ସେଥିରେ ସେ ଜଳନ୍ଧରର ବ୍ୟବସାୟୀ ଆଲମ ମକ୍କରଙ୍କୁ ଡେଟ୍‌ କରୁଥିବା କହିଥିଲେ। ଏପରିକି ଉଭୟ ନିର୍ବନ୍ଧ କରିନେଇଥିବା ଶୁଣିବାକୁ ମିଳିଥିଲା। ମାତ୍ର ପରେ କେବଳ ଶୋ’ ପାଇଁ ମିଛ ସମ୍ପର୍କ ରଚିଥିବା ନେଇ ଜଣାପଡ଼ିଥିଲା। ଶୋ’ ଶେଷ ହେବାର ଦୁଇ ମାସ ପରେ ଶ୍ରଦ୍ଧା -ଆଲମ ଅଲଗା ହୋଇଯାଇଥିଲେ।

ଏହାପୂର୍ବରୁ ୨୦୧୫ରେ ଶ୍ରଦ୍ଧା ଜୟନ୍ତ ନାମକ ଜଣେ ଏନ୍‌ଆର୍‌ଆଇଙ୍କ ସହ ନିର୍ବନ୍ଧ କରିନେଇଥିଲେ। ପରେ ଉଭୟ ସମ୍ପର୍କ ଛିନ୍ନ କରିବା ସହ ନିର୍ବନ୍ଧ ଭାଙ୍ଗିଦେଇଥିଲେ। ଏହା ପଛରେ କାରଣ ଥିଲା ଜୟନ୍ତଙ୍କ ଇଚ୍ଛା। ଶ୍ରଦ୍ଧା ଅଭିନୟ ଛାଡ଼ି ଦିଅନ୍ତୁ ବୋଲି ସେ ଚାହୁଁଥିଲେ। ମାତ୍ର ଏହି ଦାବି ପାଇଁ ଶ୍ରଦ୍ଧା ତାଙ୍କ ସହ ସମ୍ପର୍କ କାଟି ଦେଇଥିଲେ। ନିକଟରେ ସେ କିଛି ମାସ ତଳେ ହାତକୁ ଦୁଇ ହାତ ହୋଇଛନ୍ତି। ଜଣେ ନୌସେନା ଅଫିସରଙ୍କ ହାତ ସେ ଧରିଛନ୍ତି।

ଏବେ ଶ୍ରଦ୍ଧା ଟେଲିଜଗତର ସବୁଠାରୁ ମହଙ୍ଗା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ସେ ଦିନକୁ ୬୦ ହଜାର ଟଙ୍କା ପାଉଣା ନେଇଥାନ୍ତି। ମୋଟ ସମ୍ପତ୍ତି ଦେଖିଲେ ଶ୍ରଦ୍ଧା ୬୦ କୋଟି ସମ୍ପତ୍ତିର ମାଲିକାଣି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri