ଏପିସୋଡ ପିଛା ନିଅନ୍ତି୬୦ ହଜାର, ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ଟେଲି ଧାରାବାହିକ ‘କୁଣ୍ଡଲୀ ଭାଗ୍ୟ’ରେ ନଜର ଆସୁଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ଆର଼୍ୟା। ପ୍ରୀତା ଭୂମିକାରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ କିଣି ଆସୁଛି। ଏଥିଯୋଗୁ ତାଙ୍କର ପ୍ରଶଂସକ କାହିଁରେ କେତେ। ଏକତାଙ୍କ ଏହି ଧାରାବାହିକ ସହ ଜଡ଼ିତ ହେବା ପୂର୍ବରୁ ଶ୍ରଦ୍ଧା ଅନେକ ସିରିଏଲ୍‌ ଏବଂ ଫିଲ୍ମରେ କାମ କରିଛନ୍ତି। ସେଥିରେ ରହିଛି ବଲିଉଡ୍‌ ସହ ଅନ୍ୟାନ୍ୟ ଭାଷାଭାଷୀ ଫିଲ୍ମ।

ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେଲେ ଶ୍ରଦ୍ଧା ୨୦୧୯ରେ ରିଆଲିଟି ଶୋ’ ‘ନଚ ବଲିୟେ’ରେ ନଜର ଆସିଥିଲେ। ସେଥିରେ ସେ ଜଳନ୍ଧରର ବ୍ୟବସାୟୀ ଆଲମ ମକ୍କରଙ୍କୁ ଡେଟ୍‌ କରୁଥିବା କହିଥିଲେ। ଏପରିକି ଉଭୟ ନିର୍ବନ୍ଧ କରିନେଇଥିବା ଶୁଣିବାକୁ ମିଳିଥିଲା। ମାତ୍ର ପରେ କେବଳ ଶୋ’ ପାଇଁ ମିଛ ସମ୍ପର୍କ ରଚିଥିବା ନେଇ ଜଣାପଡ଼ିଥିଲା। ଶୋ’ ଶେଷ ହେବାର ଦୁଇ ମାସ ପରେ ଶ୍ରଦ୍ଧା -ଆଲମ ଅଲଗା ହୋଇଯାଇଥିଲେ।

ଏହାପୂର୍ବରୁ ୨୦୧୫ରେ ଶ୍ରଦ୍ଧା ଜୟନ୍ତ ନାମକ ଜଣେ ଏନ୍‌ଆର୍‌ଆଇଙ୍କ ସହ ନିର୍ବନ୍ଧ କରିନେଇଥିଲେ। ପରେ ଉଭୟ ସମ୍ପର୍କ ଛିନ୍ନ କରିବା ସହ ନିର୍ବନ୍ଧ ଭାଙ୍ଗିଦେଇଥିଲେ। ଏହା ପଛରେ କାରଣ ଥିଲା ଜୟନ୍ତଙ୍କ ଇଚ୍ଛା। ଶ୍ରଦ୍ଧା ଅଭିନୟ ଛାଡ଼ି ଦିଅନ୍ତୁ ବୋଲି ସେ ଚାହୁଁଥିଲେ। ମାତ୍ର ଏହି ଦାବି ପାଇଁ ଶ୍ରଦ୍ଧା ତାଙ୍କ ସହ ସମ୍ପର୍କ କାଟି ଦେଇଥିଲେ। ନିକଟରେ ସେ କିଛି ମାସ ତଳେ ହାତକୁ ଦୁଇ ହାତ ହୋଇଛନ୍ତି। ଜଣେ ନୌସେନା ଅଫିସରଙ୍କ ହାତ ସେ ଧରିଛନ୍ତି।

ଏବେ ଶ୍ରଦ୍ଧା ଟେଲିଜଗତର ସବୁଠାରୁ ମହଙ୍ଗା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ସେ ଦିନକୁ ୬୦ ହଜାର ଟଙ୍କା ପାଉଣା ନେଇଥାନ୍ତି। ମୋଟ ସମ୍ପତ୍ତି ଦେଖିଲେ ଶ୍ରଦ୍ଧା ୬୦ କୋଟି ସମ୍ପତ୍ତିର ମାଲିକାଣି।


Enter your email to get our daily news in your inbox.

All Right Reserved By Dharitri.Com

ଇଦ୍‌ରେ ଶୈଫ ବନିଲେ ରୋଷେୟା

ମୁମ୍ବାଇ: ଦେଶରେ କରୋନା ଭାଇରସ ଯୋଗୁ ଲକ୍‌ଡାଉନ ଚାଲିଥିବାରୁ ଏଥର ଇଦ୍‌ ପର୍ବ ସମାନ୍ୟ ଫିକା ପଡିଯାଇଛି। ବିଶେଷ ଭାବେ ମାୟାନଗରୀରେ ସେଲିବ୍ରିଟିମାନେ ନିଜ ନିଜ...

କ୍ୱାରାଣ୍ଟାଇନ ପାଇଁ ନିଜ ଅଫିସ ଯୋଗାଇଦେଲେ ଗୌରୀ- ଶାହାରୁଖ

ମୁମ୍ବାଇ: କରୋନା ଭାଇରସର ସଂକ୍ରମଣକୁ ରୋକିବାକୁ ରାଜନେତା ଠାରୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ ଟେଲି କଳାକାରଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଆଗେଇ ଆସିଛନ୍ତି। ଏବେ...

‘ଓ ଅଣ୍ଟା ଓ୍ବା’ ଗୀତରେ ନାଚି ଟ୍ରୋଲ ହେଲେ ଏହି ଅଭିନେତ୍ରୀ, ଲୋକେ କହିଲେ ଛାଡପତ୍ରର ସାଇଡ ଇଫେକ୍ଟ

ସେଲିବ୍ରିଟିଙ୍କ ବିବାହ ଯେପରି ହେଉଛି ବିବାହ ବିଚ୍ଛେଦ ମଧ୍ୟ ସେହିପରି ହେଉଛି। ନିକଟରେ ଟେଲି ଜଗତର ଜଣାଶୁଣା ଲୋକପ୍ରିୟ ଦମ୍ପତ୍ତି ଅମିର ଅଲ୍ଲି-ସଞ୍ଜିଦା ଶେଖଙ୍କ ଛାଡପତ୍ର...

ଅନୁଷ୍କା ଶର୍ମାଙ୍କୁ ବିବାହ କରିବେ କହିଲେ ଏହି ଅଭିନେତା; ବିରାଟ ଜାଣିଲେ…

ଅଭିନେତା କୁନାଲ କପୁର, ଡିନୋ ମୋରିଆ ଏବଂ ଦୃଷ୍ଟି ଧାମି କରଣ ଜୋହରଙ୍କ ଶୋ’ ‘କଫି ୱିଥ୍‌ କରଣ’ର ଏକ ବିଶେଷ ଏପିସୋଡରେ ନଜର ଆସିଥିଲେ।...

ମାତ୍ର ୧ ଟଙ୍କା ନେଇ ଗୀତ ଗାଉଥିଲେ ଏହି ପ୍ରସିଦ୍ଧ ଗାୟକ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ ଆଜି ଜନ୍ମଦିନ। ୧୯୨୪ ଡିସେମ୍ବର ୨୪ ତାରିଖରେ ପଞ୍ଜାବର କୋଟଲ ସୁଲତାନ ସିଂହ ଗ୍ରାମରେ ହୋଇଥିଲା। ପିତା ହାଜି...

ସୁପରଷ୍ଟାରଙ୍କ ଠାରୁ ଅଧିକ ଫିସ୍‌ ନେଇଥାନ୍ତି ଏହି ଅଭିନେତା

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ କଳାକାର ହେଉଛନ୍ତି ହାସ୍ୟ ଅଭିନେତା ବ୍ରହ୍ମାନନ୍ଦମ। ସାଉଥ୍‌ର ପ୍ରାୟ ସମସ୍ତ ସିନେମାରେ ଦେଖିବାକୁ ମିଳୁଥିବା ଏହି କମେଡି କଳାକାର...

ପୂଜାଙ୍କ ସ୍ଥାନ ନେଲେ ପରିଧି

ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ‘ଜଗତ୍‌ ଜନନୀ ମା’ ବୈଷ୍ଣୋ ଦେବୀ’ କାହାଣୀ ପୁଣିଥରେ ଛୋଟ ପରଦାକୁ ଫେରୁଛି। ଶୋ’ରେ ବୈଷ୍ଣୋ ଦେବୀ ଚରିତ୍ରରେ ବର୍ତ୍ତମାନ...

ଏହି ଅଭିନେତ୍ରୀଙ୍କ ଉପରେ ହୋଇଛି ଏସିଡ୍‌ ଆକ୍ରମଣ ଉଦ୍ୟମ…

ନୂଆଦିଲ୍ଲୀ: ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଏସିଡ୍‌ ଆକ୍ରମଣ ଉଦ୍ୟମ କରାଯାଇଛି। ସେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଏକ ଭିଡିଓ ମାଧ୍ୟମରେ ସୂଚନା...

Advertisement
Archives

Model This Week