Posted inଫୁରସତ

ହ୍ୟାଣ୍ଡ ସିମ୍ବଲ ; କିଛି କଥା

ଆଙ୍ଗୁଠିରେ କେତେକ ମୁଦ୍ରାକୁ ଆମେ ବର୍ତ୍ତମାନ ବିଭିନ୍ନ ସିମ୍ବଲ ଭାବେ ବ୍ୟବହାର କରୁଛେ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏସବୁ ଏବେର ନୁହେଁ ବରଂ ବହୁ ପୁରୁଣା ଦିନରୁ ପ୍ରଚଳିତ ହୋଇଆସୁଛି …

ଥମ୍ବସ୍‌ ଅପ୍‌: କାହାରି ଭଲ ପ୍ରଦର୍ଶନରେ ସାଧାରଣତଃ ଆମେ ଥମ୍ବସ୍‌ ଅପ୍‌ କରିଥାଉ। ଏହାକୁ ସ୍ବୀକୃତିର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ। ଫେସ୍‌ବୁକ୍‌ରେ ମଧ୍ୟ ଲାଇକ୍‌ ସିମ୍ବଲ ଭାବେ ଏହା ବହୁ ପ୍ରଚଳିତ। ହେଲେ ଆପଣ ଜାଣନ୍ତି କି ଏହା ଆରମ୍ଭ ହେବା ପଛର କାହାଣୀ। ବହୁ ପୁରାତନ କାଳରେ ରୋମ୍‌ରେ ଅନେକ ସମୟରେ ମଲ୍ଲଯୁଦ୍ଧ ହେଉଥିଲା। ଏହାକୁ ଦର୍ଶକେ ମନଭରି ଉପଭୋଗ କରୁଥିଲେ। ଆଉ ଯୁଦ୍ଧରେ ହାରୁଥିବା ଯୋଦ୍ଧାକୁ ମୃତ୍ୟୁ କିମ୍ବା ଛାଡ଼ ଦେବା ଲାଗି ଜିତୁଥିବା ଯୋଦ୍ଧାକୁ ବୁଢ଼ା ଆଙ୍ଗୁଠିରେ ଉପରକୁ କିମ୍ବା ହାରୁଥିବା ବ୍ୟକ୍ତି ତଳକୁ ବା ଥମ୍ବସ୍‌ ଅପ୍‌ କିମ୍ବା ଥମ୍ବସ୍‌ ଡାଉନ୍‌ କରି ମତ ଜଣାଉଥିଲେ।

ଫିଙ୍ଗର କ୍ରସ୍‌: ମନରେ କିଛି ଓ୍ବିଶ୍‌ ଥିଲେ ଅବା କୌଣସି ଭଲ ଖବର କିମ୍ବା ପରୀକ୍ଷା, ଇଣ୍ଟରଭ୍ୟୁ ଆଦିର ରେଜଲ୍ଟ ଆଦି ଶୁଣିବାର ଥିଲେ ଅନେକଙ୍କୁ ହାତର ବିଶି ଏବଂ ମଧ୍ୟମ ଆଙ୍ଗୁଠିକୁ ଛନ୍ଦିଥିବା ବା ଫିଙ୍ଗର କ୍ରସ୍‌ କରିଥିବା ଦେଖିବାକୁ ମିଳେ। ଏହାଦ୍ୱାରା ଖବର ଶୁଭ ହୁଏ ବା ସୌଭାଗ୍ୟ ପ୍ରାପ୍ତିହୁଏ ବୋଲି ବିଶ୍ୱାସ କରାଯାଏ। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ପ୍ରଥା ଖ୍ରୀଷ୍ଟଯୁଗ ଆରମ୍ଭ ପୂର୍ବରୁ ଚଳିଆସୁଛି। ହେଲେ ତଫାତ୍‌ ଏତିକି ସେ

ସମୟରେ ଦୁଇଜଣ ନିଜର ବିଶି ଆଙ୍ଗୁଠି ପରସ୍ପର ଛନ୍ଦି କୌଣସି କାମନା କରୁଥିଲେ। ସେ ସମୟରେ ବିଶ୍ୱାସ କରାଯାଉଥିଲା ଯେ, ଦୁଇ ଆଙ୍ଗୁଳି ଛନ୍ଦିବା ସ୍ଥାନ ହେଉଛି ପୁଣ୍ୟାତ୍ମାଙ୍କ ଆବାସସ୍ଥଳ। ତେଣୁ ସେ ସମସ୍ତ ରିଷ୍ଟ ଖଣ୍ଡନକରି ଶୁଭଫଳ ଦେବେ। ଧୀରେ ଧୀରେ ଏହା ଦୁଇଜଣଙ୍କ ବଦଳରେ ଜଣଙ୍କଠାରେ ହିଁ ସୀମିତ ହୋଇଗଲା ଏବଂ ଜଣଙ୍କ ମନ କାମନା ପୂର୍ଣ୍ଣ ଲାଗି ନିଜର ଫିଙ୍ଗର କ୍ରସ୍‌ କଲେ।

ଭି’ ସାଇନ୍‌: ପ୍ରତିଯୋଗିତାରେ କୌଣସି ବିଜେତାଙ୍କୁ ନିଜ ହାତର କେବଳ ବିଶି ଏବଂ ମଧ୍ୟମ ଆଙ୍ଗୁଠି ଉପରକୁ କରି ବା ଭି’ ସିମ୍ବଲ୍‌ ଦେଖାଇ ଖୁସି ମନାଉଥିବା ଦେଖିବାକୁ ମିଳେ। ଭି’ ସିମ୍ବଲ୍‌ର ଅର୍ଥ ଭିକ୍ଟୋରୀ ବା ବିଜୟ। ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜଣେ ବେଲ୍‌ଜିଆନ୍‌ ରାଷ୍ଟ୍ରନେତା ବିବିସି ରେଡିଓ ମାଧ୍ୟମରେ ଜନସାଧାରଣଙ୍କୁ ହାତରେ ଏପରି ଭି’ କରିବାକୁ ଅନୁରୋଧ କରିଥିଲେ। ଏହାର ଅର୍ଥ ଫ୍ରେଞ୍ଚରେ ଭିକ୍ଟୋରୀ ବା ବିଜୟ ହୋଇଥିବା ବେଳେ ଡଚ୍‌ରେ ଭ୍ରିଝେଡ୍‌ ଅର୍ଥାତ୍‌ ମୁକ୍ତି। ସେବେଠୁ ଏହି ସିମ୍ବଲ ବହୁଳ ଭାବେ ବ୍ୟବହାର କରାଯାଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri