ଲକ୍ଷାଧିକ ଦରମା ସହ ମିଳିଥାଏ ଅନେକ ସୁବିଧା, ଜାଣନ୍ତୁ ନିର୍ବାଚିତ ଏମ୍‌ପିମାନଙ୍କ ଦରମା କେତେ? କ’ଣ ସେମାନେ ଦିଅନ୍ତି ଟିକସ…

୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ସଦସ୍ୟମାନେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଏମ୍‌ପିମାନଙ୍କୁ ଶପଥ ପାଠ କରାଇଛନ୍ତି। ତେବେ ଜୁନ ୨୪ରୁ ଆରମ୍ଭ ହୋଇଥିବା ସଂସଦ ଜୁଲାଇ ୩ ଯାଏ ଚାଲିବ। ଏସବୁ ମଧ୍ୟରେ ଲୋକମାନଙ୍କ ମନରେ ପ୍ରଶ୍ନ ରହିଛି ଯେ ଏମ୍‌ପିମାନଙ୍କୁ କ’ଣ କ’ଣ ସୁବିଧା ମିଳିଥାଏ? ସେମାନଙ୍କର ଦରମା କେତେ? କ’ଣ ସେମାନେ ବି ଟିକସ ଦେଇଥାନ୍ତି ? ଇତ୍ୟାଦି…

ଏମ୍‌ପିଙ୍କ ଦରମା କେତେ?
ସଂସଦର ଅଧିବେଶନରେ ଭାଗ ନେଲେ ଏମ୍‌ପିମାନଙ୍କୁ ଦୈନିକ ପାଉଣା ମିଳିଥାଏ। ସଦସ୍ୟ ଭାବେ(ବେତନ,ଭତ୍ତା,ପେନସନ) ଅଧିନିୟମ୧୯୫୪ ମୁତାବକ ଏମ୍‌ପିଙ୍କୁ ଦରମା ଏବଂ ଅନ୍ୟ ସୁବିଧା ମିଳିଥାଏ। କେବଳ ଦରମା କଥା କହିଲେ ଏମ୍‌ପିମାନଙ୍କୁ ମାସକୁ ୧ ଲକ୍ଷ ଟଙ୍କା ମିଳିଥାଏ। ଏହାଛଡ଼ା ବିଭିନ୍ନ ପ୍ରକାର ଭତ୍ତା ଏବଂ ପେନସନ ସୁବିଧା ମିଳିଥାଏ।

ଦରମା ବୃଦ୍ଧିର ନିୟମ:
ପ୍ରତି ୫ ବର୍ଷ ପରେ ଏମ୍‌ପିମାନଙ୍କ ଦରମା ଏବଂ ଦୈନିକ ଭତ୍ତା ବୃଦ୍ଧି ପାଇପାରେ। ଏପ୍ରିଲ ୧, ୨୦୨୩ଠାରୁ ଲାଗୁ ହୋଇଥିବା ନିୟମ ମୁତାବକ ଏମ୍‌ପିଙ୍କ ଦରମା ଏବଂ ଦୈନିକ ଭତ୍ତା ପ୍ରତି ୫ ବର୍ଷରେ ବୃଦ୍ଧି ପାଇବାର ପ୍ରାବଧାନ ରହିଛି। ଏମ୍‌ପିଙ୍କୁ କାର୍ଯ୍ୟାଳୟ ଖର୍ଚ୍ଚ ଏବଂ ନିର୍ବାଚନମଣ୍ଡଳୀର ଭତ୍ତା ମଧ୍ୟ ମିଳିଥାଏ। ଏହାଛଡ଼ା ଟେଲିଫୋନ୍‌,ଇଣ୍ଟରନେଟ୍‌ ଏବଂ ଚିକିତ୍ସା ସୁବିଧା ମିଳିଥାଏ। ଯଦି କୌଣସି ଏମ୍‌ପିଙ୍କୁ ଚିକିତ୍ସା ଲାଗି ବେସରକାରୀକୁ ରେଫର କରାଯାଇଥାଏ। ତେବେ ତାଙ୍କର ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାର ବହନ କରନ୍ତି।

ସଡ଼କ ପଥରେ ଯିବା ଲାଗି ମିଳେ ଭତ୍ତା:
ଏମ୍‌ପିଙ୍କୁ ସଡ଼କ ପଥ ଦେଇ ଯାତ୍ରା କରିବା ଲାଗି ଭତ୍ତା ମିଳିଥାଏ। ଏମିତିରେ ପ୍ରତି କିମି ପିଛା ୧୬ଟଙ୍କା ସେମାନେ ପାଇଥାନ୍ତି। ଏମ୍‌ପିମାନେ ନିର୍ବାଚନମଣ୍ଡଳୀ ଭତ୍ତା ଭାବେ ୭୦,୦୦୦ ଟଙ୍କା ଏବଂ କାର୍ଯ୍ୟାଳୟ ଖର୍ଚ୍ଚ ପାଇଁ ୬୦,୦୦୦ ପ୍ରତି ମାସରେ ମିଳିଥାଏ। ଏହାଛଡ଼ା ଏମ୍‌ପିମାନଙ୍କୁ ଘର,ସୁରକ୍ଷାକର୍ମୀ ଏବଂ କେୟାରଟେକର ଆଦିର ସୁବିଧା ମିଳିଥାଏ। ଏହାଛଡ଼ା ଅବସର ପରେ ମଧ୍ୟ ପେନସନ ମିଳିଥାଏ।

କ’ଣ ଏମ୍‌ପିମାନେ ଦେଇଥାନ୍ତି ଟିକସ?
ହଁ, ଏମ୍‌ପିମାନଙ୍କୁ ଦରମା ଉପରେ ଟିକସ ଦେବାକୁ ପଡ଼ିଥାଏ। କେବଳ ଏମ୍‌ପି କାହିଁକି ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ମଧ୍ୟ ନିଜ ଦରମା ଉପରେ ଟିକସ ଦେଇଥାନ୍ତି। ବେତନ ବ୍ୟତିତ ମିଳୁଥିବା ସରକାରୀ ଭତ୍ତା ଉପରେ ଟିକସ ଦେବାକୁ ପଡ଼ି ନ ଥାଏ। ବର୍ଷକୁ ସେମାନେ ୧୨ ଲକ୍ଷ ପାଉଥିବାବେଳେ ଏହା ଉପରେ ଟିକସ ଭରିଥାନ୍ତି।

ଟ୍ରେନ ଯାତ୍ରାର ସୁବିଧା:
ଜଣେ ଏମ୍‌ପିଙ୍କୁ ଟ୍ରେନରେ ମାଗଣା ଯାତ୍ରାର ସୁବିଧା ମିଳିଥାଏ। ଏଥିଲାଗି ତାଙ୍କୁ ବିଧିବଦ୍ଧ ଭାବେ ପାସ୍‌ ମିଳିଥାଏ। ଫଳରେ ଏମ୍‌ପି ଫାଷ୍ଟ ଏସି ଅଥବା ଏଗ୍ଜିକ୍ୟୁଟିଭ୍‌ ଶ୍ରେଣୀରେ ମାଗଣାରେ ଯାତ୍ରା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri