ଲକ୍ଷାଧିକ ଦରମା ସହ ମିଳିଥାଏ ଅନେକ ସୁବିଧା, ଜାଣନ୍ତୁ ନିର୍ବାଚିତ ଏମ୍‌ପିମାନଙ୍କ ଦରମା କେତେ? କ’ଣ ସେମାନେ ଦିଅନ୍ତି ଟିକସ…

୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ସଦସ୍ୟମାନେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଏମ୍‌ପିମାନଙ୍କୁ ଶପଥ ପାଠ କରାଇଛନ୍ତି। ତେବେ ଜୁନ ୨୪ରୁ ଆରମ୍ଭ ହୋଇଥିବା ସଂସଦ ଜୁଲାଇ ୩ ଯାଏ ଚାଲିବ। ଏସବୁ ମଧ୍ୟରେ ଲୋକମାନଙ୍କ ମନରେ ପ୍ରଶ୍ନ ରହିଛି ଯେ ଏମ୍‌ପିମାନଙ୍କୁ କ’ଣ କ’ଣ ସୁବିଧା ମିଳିଥାଏ? ସେମାନଙ୍କର ଦରମା କେତେ? କ’ଣ ସେମାନେ ବି ଟିକସ ଦେଇଥାନ୍ତି ? ଇତ୍ୟାଦି…

ଏମ୍‌ପିଙ୍କ ଦରମା କେତେ?
ସଂସଦର ଅଧିବେଶନରେ ଭାଗ ନେଲେ ଏମ୍‌ପିମାନଙ୍କୁ ଦୈନିକ ପାଉଣା ମିଳିଥାଏ। ସଦସ୍ୟ ଭାବେ(ବେତନ,ଭତ୍ତା,ପେନସନ) ଅଧିନିୟମ୧୯୫୪ ମୁତାବକ ଏମ୍‌ପିଙ୍କୁ ଦରମା ଏବଂ ଅନ୍ୟ ସୁବିଧା ମିଳିଥାଏ। କେବଳ ଦରମା କଥା କହିଲେ ଏମ୍‌ପିମାନଙ୍କୁ ମାସକୁ ୧ ଲକ୍ଷ ଟଙ୍କା ମିଳିଥାଏ। ଏହାଛଡ଼ା ବିଭିନ୍ନ ପ୍ରକାର ଭତ୍ତା ଏବଂ ପେନସନ ସୁବିଧା ମିଳିଥାଏ।

ଦରମା ବୃଦ୍ଧିର ନିୟମ:
ପ୍ରତି ୫ ବର୍ଷ ପରେ ଏମ୍‌ପିମାନଙ୍କ ଦରମା ଏବଂ ଦୈନିକ ଭତ୍ତା ବୃଦ୍ଧି ପାଇପାରେ। ଏପ୍ରିଲ ୧, ୨୦୨୩ଠାରୁ ଲାଗୁ ହୋଇଥିବା ନିୟମ ମୁତାବକ ଏମ୍‌ପିଙ୍କ ଦରମା ଏବଂ ଦୈନିକ ଭତ୍ତା ପ୍ରତି ୫ ବର୍ଷରେ ବୃଦ୍ଧି ପାଇବାର ପ୍ରାବଧାନ ରହିଛି। ଏମ୍‌ପିଙ୍କୁ କାର୍ଯ୍ୟାଳୟ ଖର୍ଚ୍ଚ ଏବଂ ନିର୍ବାଚନମଣ୍ଡଳୀର ଭତ୍ତା ମଧ୍ୟ ମିଳିଥାଏ। ଏହାଛଡ଼ା ଟେଲିଫୋନ୍‌,ଇଣ୍ଟରନେଟ୍‌ ଏବଂ ଚିକିତ୍ସା ସୁବିଧା ମିଳିଥାଏ। ଯଦି କୌଣସି ଏମ୍‌ପିଙ୍କୁ ଚିକିତ୍ସା ଲାଗି ବେସରକାରୀକୁ ରେଫର କରାଯାଇଥାଏ। ତେବେ ତାଙ୍କର ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାର ବହନ କରନ୍ତି।

ସଡ଼କ ପଥରେ ଯିବା ଲାଗି ମିଳେ ଭତ୍ତା:
ଏମ୍‌ପିଙ୍କୁ ସଡ଼କ ପଥ ଦେଇ ଯାତ୍ରା କରିବା ଲାଗି ଭତ୍ତା ମିଳିଥାଏ। ଏମିତିରେ ପ୍ରତି କିମି ପିଛା ୧୬ଟଙ୍କା ସେମାନେ ପାଇଥାନ୍ତି। ଏମ୍‌ପିମାନେ ନିର୍ବାଚନମଣ୍ଡଳୀ ଭତ୍ତା ଭାବେ ୭୦,୦୦୦ ଟଙ୍କା ଏବଂ କାର୍ଯ୍ୟାଳୟ ଖର୍ଚ୍ଚ ପାଇଁ ୬୦,୦୦୦ ପ୍ରତି ମାସରେ ମିଳିଥାଏ। ଏହାଛଡ଼ା ଏମ୍‌ପିମାନଙ୍କୁ ଘର,ସୁରକ୍ଷାକର୍ମୀ ଏବଂ କେୟାରଟେକର ଆଦିର ସୁବିଧା ମିଳିଥାଏ। ଏହାଛଡ଼ା ଅବସର ପରେ ମଧ୍ୟ ପେନସନ ମିଳିଥାଏ।

କ’ଣ ଏମ୍‌ପିମାନେ ଦେଇଥାନ୍ତି ଟିକସ?
ହଁ, ଏମ୍‌ପିମାନଙ୍କୁ ଦରମା ଉପରେ ଟିକସ ଦେବାକୁ ପଡ଼ିଥାଏ। କେବଳ ଏମ୍‌ପି କାହିଁକି ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ମଧ୍ୟ ନିଜ ଦରମା ଉପରେ ଟିକସ ଦେଇଥାନ୍ତି। ବେତନ ବ୍ୟତିତ ମିଳୁଥିବା ସରକାରୀ ଭତ୍ତା ଉପରେ ଟିକସ ଦେବାକୁ ପଡ଼ି ନ ଥାଏ। ବର୍ଷକୁ ସେମାନେ ୧୨ ଲକ୍ଷ ପାଉଥିବାବେଳେ ଏହା ଉପରେ ଟିକସ ଭରିଥାନ୍ତି।

ଟ୍ରେନ ଯାତ୍ରାର ସୁବିଧା:
ଜଣେ ଏମ୍‌ପିଙ୍କୁ ଟ୍ରେନରେ ମାଗଣା ଯାତ୍ରାର ସୁବିଧା ମିଳିଥାଏ। ଏଥିଲାଗି ତାଙ୍କୁ ବିଧିବଦ୍ଧ ଭାବେ ପାସ୍‌ ମିଳିଥାଏ। ଫଳରେ ଏମ୍‌ପି ଫାଷ୍ଟ ଏସି ଅଥବା ଏଗ୍ଜିକ୍ୟୁଟିଭ୍‌ ଶ୍ରେଣୀରେ ମାଗଣାରେ ଯାତ୍ରା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri