Posted inଜାତୀୟ

ବିରୋଧୀ ଦଳର ନେତା ହେଲେ ରାହୁଲ

ନୂଆଦିଲ୍ଲୀ,୨୫।୬: ବିରୋଧୀ ଦଳର ନେତା ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇବା ପରେ ରାହୁଲ ବିରୋଧୀ ଦଳର ନେତା ହେବା ପାଇଁ ସହମତି ହୋଇଛନ୍ତି। ପ୍ରାୟ ୧୦ ବର୍ଷ ପରେ ଲୋକ ସଭାକୁ ବିରୋଧୀ ଦଳ ନେତା ମିଳିଛି। ରାହୁଲ ଏବେ ଉତ୍ତର ପ୍ରଦେଶ ରାଏବରେଲିରୁ ଏମପି ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି।

ଲୋକ ସଭା ନିର୍ବାଚନ ପରେ ମଙ୍ଗଳବାର ଇଣ୍ଡିଆ ମେଣ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଲୋକ ସଭାର ବିରୋଧୀ ଦଳ ନେତା କିଏ ହେବ ବୋଲି ନିଷ୍ପତ୍ତି ହୋଇଛି। ସର୍ବସମ୍ମତି କ୍ରମେ ରାହୁଲଙ୍କୁ ବିରୋଧୀ ଦଳ ନେତା ଭାବେ ମନୋନୀତ କରାଯାଇଛି। କଂଗ୍ରେସ ସଂସଦୀୟ ଦଳର ନେତା ପ୍ରୋଟେମ ସ୍ପିକର ଭର୍ତ୍ତୁହରି ମହତାବଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏନେଇ କେସି ବେଣୁ ଗୋପାଳ ସୂଚନା ଦେଇ କହିଛନ୍ତି, କଂଗ୍ରେସ ସଂସଦୀୟ ପାର୍ଟି ଅଧ୍ୟକ୍ଷ ସୋଦିଆ ଗାନ୍ଧୀ ପ୍ରୋଟେମ୍‌ ସ୍ପିକରଙ୍କୁ ଚିଠି ଲେଖିଛନ୍ତି।ଏଥିସହ ଅନ୍ୟ ପଦବୀ ପାଇଁ ନାମ ଘୋଷଣା ପରେ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଏହି ଇଣ୍ଡିଆ ମେଣ୍ଟ ବୈଠକରେ କଂଗ୍ରେସ ଏମପି ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଟିଏମସି ଏମପି ଡେରେକ ଓ’ବ୍ରାଇନ ଏବଂ କଲ୍ୟାଣ ବାନାର୍ଜୀ, ସମାଜବାଦି ପାର୍ଟି ନେତା ରାମ ଗୋପାଳ ଯାଦବ, ଡିଏମକେର ଟିଆର ବାଲୁ, ଆରଜେଡିର ସୁରେନ୍ଦ୍ର ଯାଦବ, ଏନସିପି (ଏସପି)ର ସୁପ୍ରିୟା ସୁଲେ, ଆରଏସପିର ଏନ.କେ ପ୍ରେମଚନ୍ଦ୍ରନ ସେନା (ୟୁବିଟି) ଆରବିନ୍ଦ ସାୱନ୍ତ, ଆରଏଲପି ଏମପି ହନୁମାନ ବେନିୱାଲ ଉପସ୍ଥିତ ଥିଲେ।

ରାହୁଲ ତାଙ୍କ ରାଜନୈତିକ କ୍ୟାରିୟରରେ ପ୍ରଥମ ଥର ପାଇଁ ଏକ ସାମ୍ବିଧାନିକ ପଦବୀରେ ରହିବେ। ଚଳିତ ଲୋକ ସଭା ନିର୍ବାଚନରେ ରାହୁଲ ଦୁଇଟି ଲୋକ ସଭା ଆସନ ୱାୟନାଡ ଓ ରାଏବରେଲିରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଉଭୟ ଆସନ ଜିତିଥିଲେ। ହେଲେ ନିର୍ବାଚନ ଫଳାଫଳ ଘୋଷଣା ପରେ ସେ ୱାୟନାଡ ଲୋକ ସଭା ଆସନ ଛାଡିଥିଲେ।

ନିକଟରେ ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବୈଠକରେ କହିଥିଲେ ଯେ, ତାଙ୍କ ଦଶ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ଏକ ସଶକ୍ତ ବିରୋଧୀ ପାଇ ନାହାନ୍ତି। ଯାହା ତାଙ୍କୁ ଗଭୀର ଆଘାତ ଦେଇଛି। କିନ୍ତୁ ମୋଦିଙ୍କ ଏହି ଯନ୍ତ୍ରଣା କମେଇ ଦେଇଛନ୍ତି ଜନତା ଜନାର୍ଦ୍ଦନ। ଜନସାଧାରଣ ଚଳିତ ନିର୍ବାଚନରେ ଦେଶରେ ବିରୋଧୀଙ୍କୁ ସଶକ୍ତ କରିଛନ୍ତି। କହିରଖୁଛୁ କି, ମୋଦି ସମ୍ପୂର୍ଣ୍ଣ ଭାବେ ଠିକ କହିଥିଲେ ଯେ, ଗତ ୧୦ବର୍ଷ ଧରି ଲୋକ ସଭାରେ ବିରୋଧୀ ଦଳର ନେତାଙ୍କ ଅଭାବ ରହିଛି। ୧୯୮୦ରୁ ୧୯୮୯ ଏବଂ ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ବିରୋଧୀ ଦଳର ନେତା ପଦବୀ ଖାଲି ରହିଛି। କଂଗ୍ରେସ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଆଜି ଯାଏଁ ବିରୋଧୀ ଦଳ ନେତା ନ ଥିଲେ। ସେ ଲୋକ ସଭାରେ ଲୋକ ଲେଖା ସମିତିର ଅଧ୍ୟକ୍ଷ ରହି ଆସୁଥିଲେ। ତେଣୁ ଆଜିକୁ ୧୦ବର୍ଷ ଯାଏଁ ଏହି ପଦ ଖାଲି ରହି ଆସୁଥିଲା। ଯାହା ଆଜି ପୂରଣ ହୋଇଛି

ରାହୁଲ ର ଲୋକ ସଭାର ବିରୋଧୀ ଦଳ ନେତା ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବେ। ଏଥର ୫ବର୍ଷ ପାଇଁ ସରକାରଙ୍କ ଆଗରେ ଏକ ବଳିଷ୍ଠ ଓ ଦୃଢ ବିରୋଧୀ ଉଭା ହେବେ। ଶେଷ ଥର ପାଇଁ ସୁଷମା ସ୍ବରାଜ ୨୦୦୯ରୁ ୨୦୧୪ପର୍ଯ୍ୟନ୍ତ ଲୋକ ସଭାରେ ବିରୋଧୀ ଦଳର ନେତା ଥିଲେ। କିନ୍ତୁ ୨୦୧୪ ଏବଂ ୨୦୧୯ ନିର୍ବାଚନରେ କୌଣସି ବିରୋଧୀ ଦଳ ସଂସଦରେ ୫୪ ଏମପି ଜିତି ପାରି ନ ଥିଲେ। ନିୟମ ଅନୁଯାୟୀ, ବିରୋଧୀଦଳର ନେତା ହେବାକୁ ହେଲେ ଲୋକ ସଭାର ମୋଟ ସଂଖ୍ୟାର ୧୦ ପ୍ରତିଶତ ଅର୍ଥାତ ୫୪ ଏମପି ରହିବା ଆବଶ୍ୟକ। ଏଥର କଂଗ୍ରେସକୁ ଏହି ପଦ ମିଳିବ। କାରଣ କଂଗ୍ରେସ ଚଳିତ ର୍ନିବାଚନରେ ସର୍ବାଧିକ ୯୯ଟି ଏମପି ପଦ ପାଇଛି। ଆଉ ଦେଶର ସବୁଠାରୁ ବଡ଼ ବିରୋଧୀ ଦଳ ନେତା ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?