ରାଶି ଅନୁଯାୟୀ ଜାଣନ୍ତୁ ‘ଲଭ୍‌ ଲାଇଫ୍‌’: କାହାକୁ ମିଳେ ଧୋକା? କିଏ ଏକାଧିକ ଥର ପ୍ରେମରେ ପଡ଼ନ୍ତି…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମନୁଷ୍ୟର ବ୍ୟବହାର ତାର ରାଶି ଅନୁଯାୟୀ ଜଣାପଡ଼ିଥାଏ। ସବୁ ରାଶିର ଗୁଣ-ଦୋଷ ଭିନ୍ନଭିନ୍ନ ଥାଏ। କିଛି ରାଶିର ବ୍ୟକ୍ତି ଅତ୍ୟନ୍ତ କ୍ରୋଧି ସ୍ବଭାବର ହୋଇଥିବା ବେଳେ କିଛି ହୃଦୟବାନ(ପ୍ରେମୀ ସ୍ବଭାବର) ହୋଇଥାନ୍ତି। ଆସନ୍ତୁ ଜାଣିବା ରାଶି ଅନୁଯାୟୀ ଆପଣ ଅଥବା ଆପଣଙ୍କ ଲଭ ପାର୍ଟନର କିଭଳି…

ମେଷ: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରେମ ବେଶ ଗୁରୁତ୍ୱପୂର୍ଣ୍ଣ। ନିଜ ଭିତରେ ପ୍ରେମକୁ ନେଇ କିଛି ଖରାପ ଚିନ୍ତାଧାରା ନ ଥାଏ। ଯାହାକୁ ଏମାନେ ପ୍ରେମ କରନ୍ତି ସେମାନେ ପାର୍ଟନରଙ୍କ ସମ୍ମୁଖରେ ନିଜ କଥା ରଖି ଦିଅନ୍ତି। ଏଣୁ ଏମାନେ ଶୀଘ୍ର ପ୍ରପୋଜ କରିଦିଅନ୍ତି। ପ୍ରେମ ଗାଢ଼ ହୋଇଥିବାରୁ ଏମାନେ ବାରମ୍ବାର ପ୍ରେମ କରିବାର ଭୁଲ କରନ୍ତି ନାହିଁ।

ବୃଷ: ଏମାନେ ପ୍ରେମୀ ସ୍ବଭାବର। ଶୀଘ୍ର ପ୍ରେମରେ ପଡ଼ିଥାନ୍ତି। ହେଲେ ଗଭୀର ପ୍ରେମ ହେବାକୁ ସମୟ ଲାଗେ। ଏଣୁ ବେଳେବେଳେ ସମ୍ପର୍କ ଛିନ୍ନ ହୋଇଯାଇଥାଏ। ଜୀବନରେ ଏମାନେ ଅତିକମ୍‌ରେ ୨ ଥର ପ୍ରେମରେ ପଡ଼ିଥାନ୍ତି।

ମିଥୁନ: ଏହି ରାଶିର ବ୍ୟକ୍ତିବିଶେଷକୁ ବୁଝିବା ସାମାନ୍ୟ ମୁସ୍କିଲ ହୋଇଥାଏ। ବହୁତ ଶୀଘ୍ର ପ୍ରେମ ବ୍ୟାପାରରେ ଛନ୍ଦି ହୋଇଯାଆନ୍ତି। ଏଥିପାଇଁ ଜୀବନରେ ଅନେକଜଣଙ୍କ ସହ ସେମାନେ ସମ୍ପର୍କରେ ଆସିଥାନ୍ତି। ଏମାନେ ଅତିକମ୍‌ରେ୪ ଥର ପ୍ରେମରେ ପଡ଼ିଥାନ୍ତି।

କର୍କଟ: ଏମାନେ ପରଫେକ୍ଟ ଲଭର। ଏମାନେ ପ୍ରେମିକ/ପ୍ରେମିକାଙ୍କଠାରୁ ବହୁତ କିଛି ଆଶା କରିଥାନ୍ତି। ଏଣୁ ପାର୍ଟନର ତାଙ୍କ କଥାରେ ନଚାଲିଲେ ସେମାନଙ୍କୁ ଦୁଃଖ ହୋଇଥାଏ। ଜୀବନରେ ଥରଟିଏ ଏମାନଙ୍କର ହୃଦୟ ଭାଙ୍ଗିଥାଏ। ଏଣୁ ସେ ପୁଣିଥରେ ପ୍ରେମରେ ପଡ଼ିବାକୁ ଡରିଥାନ୍ତି।

ସିଂହ: ଏହି ରାଶିର ଜାତକଧାରୀ ଚଞ୍ଚଳ ସ୍ବଭାବର। ଏଥିପାଇଁ ଏମାନେ କାହା ପ୍ରେମରେ ପଡ଼ିପାରନ୍ତି। ଏମାନେ ଗୋଟିଏରୁ ଅଧିକ ସମ୍ପର୍କ ରହିଥାଏ।

କନ୍ୟା: ଏହି ରାଶିର ବ୍ୟକ୍ତି ସବୁଠାରୁ ଅଧିକ ପ୍ରେମ ନିଜକୁ କରନ୍ତି। ଜୀବନକାଳରେ ସେମାନେ ଥରେ ପ୍ରେମରେ ପଡ଼ିଥାନ୍ତି।

ତୁଳା: ଏହି ରାଶିର ଲୋକ ପ୍ରେମରେ ସବୁକିଛି ତ୍ୟାଗ କରିଦିଅନ୍ତି। ଏଣୁ ଏମାନଙ୍କୁ ବାରମ୍ବାର ଧୋକା ମିଳିଥାଏ। ଜୀବନକାଳରେ ଏମାନେ ଅତିକମ୍‌ରେ ୩ ଥର ପ୍ରେମରେ ପଡ଼ିଥାନ୍ତି।

ବିଛା: ଏହି ରାଶିର ଲୋକେ ସ୍ବାର୍ଥପର ବୋଲି କୁହାଯାଏ। ହେଲେ ପ୍ରାରମ୍ଭରେ ଏମାନଙ୍କର ଦୁଇ ପ୍ରେମ ସମ୍ପର୍କ ଭାଙ୍ଗି ଯାଇଥାଏ। ହେଲେ ତୃତୀୟ ଥର ଏମାନଙ୍କୁ ଭଲ ପାର୍ଟନର ମିଳିଥାଏ।

ଧନୁ: ଧନୁ ରାଶିର ଲୋକ ଶୀଘ୍ର ପ୍ରେମରେ ପଡ଼ିଥାନ୍ତି। ଜୀବନକାଳରେ ଏମାନେ ଅତିକମ୍‌ରେ ୪ ଥର ପ୍ରେମରେ ପଡ଼ିଥାନ୍ତି। ସମ୍ପର୍କ ଭଲଥିଲେ ହେଁ ପରେ ଏମାନେ ପଛକୁ ହଟିଯାଇଥାନ୍ତି।

ମକର: ପ୍ରେମକୁ ନେଇ ଏମାନେ ବେଶ ମହତ୍ୱାକାଂକ୍ଷୀ। ଜୀବନରେ ଯଦି ସଠିକ ବ୍ୟକ୍ତି ମିଳିଯାଏ ତେବେ ଆପଣ ତାଙ୍କସହ ଜୀବନ ବିତାଇବାକୁ ନେଇ କିଛି ବି କରିପାରନ୍ତି।

କୁମ୍ଭ: ଏହି ରାଶିର ବ୍ୟକ୍ତି ନିଜର ସ୍ବାଧୀନତାକୁ ବେଶ ପସନ୍ଦ କରନ୍ତି। ହେଲେ ପ୍ରେମରେ ପଡ଼ିବାକୁ ଏମାନଙ୍କୁ ଭଲ ଲାଗେ। ଏମାନେ ଜୀବନରେ କାହାର ଦଖଲ ବରଦାସ୍ତ କରନ୍ତି ନାହିଁ। ଏହି କାରଣରୁ ପ୍ରେମିକାଙ୍କ ସହ ସମ୍ପର୍କ ଖରାପ ହୋଇଯାଇଥାଏ। ଜୀବନକାଳରେ ଅତିକମ୍‌ରେ ୨ଥର ଏମାନେ ପ୍ରେମରେ ପଡ଼ିଥାନ୍ତି।

ମୀନ: ଏହି ରାଶିର ଲୋକ ବେଶ କଳ୍ପନାଶୀଳ। ପରୀ କାହାଣୀ ଭଳି ପ୍ରେମ ସମ୍ପର୍କ ସେମାନେ ଚାହିଁଥାନ୍ତି। ଏମାନେ ଜୀବନରେ ଥରଟିଏ ପ୍ରେମରେ ପଡ଼ିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri