ଜାଣନ୍ତୁ କେତୋଟି ହାତୀ ଦ୍ୱାରା ଧନରତ୍ନ ଆଣି କାଳିଆଙ୍କୁ ସମର୍ପି ଥିଲେ ରାଜା, ରାଜ୍ୟ ଜିତି ଆଣିଥିଲେ ଆଖି ଖୋସି ହୋଇଯିବା ଭଳି ସୁନା

ଭୁବନେଶ୍ୱର,୧୬।୭: ରତ୍ନଭଣ୍ଡାର ନେଇ ଲାଗି ରହିଛି ଚର୍ଚ୍ଚା। ୪୫ବର୍ଷ ପରେ ଖୋଲା ଯାଇଛି ଜଗନ୍ନାଥଙ୍କ ଭଣ୍ଡାର। ତେବେ ବାହାର ଓ ଭିତର ଭଣ୍ଡାର ଖୋଲା ହୋଇଥିବାବେଳେ ଆସନ୍ତା ଗୁରୁବାର ଭିତର ରତ୍ନଭଣ୍ଡାରର ତନ ତନ ଯାଞ୍ଚ କରିବେ ଯାଞ୍ଚ କମିଟି। ଭଣ୍ଡାରର ସୁନାରୁପା ହାତରେ ଟେକି ସ୍ଥାନାନ୍ତର କରିବା ସମ୍ଭବ ନୁହେଁ ବୋଲି ଏଥିପାଇଁ ବଡ଼ ବଡ଼ ସିନ୍ଦୁକ ତିଆରି କରାଯାଇଛି। କିନ୍ତୁ ଆପଣ ଜାଣିଛନ୍ତି ଏହି ରତ୍ନ ଭଣ୍ଡାରରେ ଥିବା ଧନରତ୍ନକୁ ଯେତେବେଳେ ଉତ୍କଳର ରାଜା ଜିତିଥିଲେ ସେ ହାତୀ ଦ୍ୱାରା ଏହାକୁ ବୋହି ବୋହି ଆଣି ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପି ଥିଲେ। ଏହି ମହଣ ମହଣ ସୁନାର ଓଜନ ଟେକିବା ସମ୍ଭବପର ନୁହେଁ ବୋଲି ହାତୀର ସାହାର୍ଯ୍ୟ ନେଇଥିଲେ। ତେବେ ଆପଣ ଜାଣନ୍ତି କି କେତୋଟି ହାତୀ ପିଠିରେ ଧନରତ୍ନ ଆଣି ମହାପ୍ରଭୁଙ୍କୁ ସମର୍ପି ଥିଲେ ରାଜା । ଆସନ୍ତୁ ଜାଣିବା।

ମାଦଳାପାଞ୍ଜିରୁ ଜଣାଯାଏ, ଅନଙ୍ଗଭୀମ ଦେବ ବିଭିନ୍ନ ରାଜ୍ୟ ଜୟ କରି ଧନରତ୍ନ ଆଣିଥିଲେ । ସେତେବେଳେର ତଥ୍ୟ ଅନୁଯାୟୀ ରାଜା ସୁନା ୪୦ ଲକ୍ଷ ମାଢ ରତନମାନ ଓ ମୂଳ ପ୍ରମାଣେ ୭ ଲକ୍ଷ ୮୮ ହଜାର ମାଢ ଆସିଥିଲା । ପାଏ ଦୁଇ ପଦକୁ ମାଢ ୪୭, ୮୮୦୦ ଲକ୍ଷ ହୋଇଥିଲା। ମୋଟ ୪୨ ଲକ୍ଷ ୮୮ ହଜାର ମାଢ ଧନରତ୍ନ ଶ୍ରୀମନ୍ଦିର ରାଜକାଷକୁ ପ୍ରଦାନ କରାଯାଇଥିଲା । ଏଥିସହିତ ଶ୍ରୀଜିଉଙ୍କ ବିଭିନ୍ନ ଯାନିଯାତ୍ରା ଓ ଉତ୍ସବ ଲାଗି ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ନିର୍ମାଣ ନିମନ୍ତେ ୨ ଲକ୍ଷ ୫୦ ହଜାର ମାଢ ସୁନା ମନ୍ଦିରକୁ ପ୍ରଦାନ କରାଯାଇଥିଲା । ଏଥିସହିତ ୧୦ ହଜାର ସୁବର୍ଣ୍ଣ ମୁଦ୍ରା ମଧ୍ୟ ରତ୍ନଭଣ୍ଡାରକୁ ଦାନ କରାଯାଇଥିଲା।

ଗଜପତି କପିଳେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ରତ୍ନ ଦ୍ରବ୍ୟ ଆହୁରି ବଢିଥିଲା । ମହାପ୍ରଭୁଙ୍କୁ ରାଜାଧିରାଜ ମାନିଥିବା ରାଜା ନିଜକୁ ପ୍ରଭୁଙ୍କର “ରାଉତ’ ରୂପେ ଅଭିହିତ କରିଥିଲେ । ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାରରେ ଏକ ଅଭିଲେଖରୁ ଜଣାଯାଏ ଏହା ଜଣାଯାଏ। ମହାରାଜା କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ରାଜ୍ୟ ଜୟ କରି ସାଙ୍ଗରେ ଆଣିଥିବା ସମସ୍ତ ଧନରତ୍ନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିଥିଲେ। କଥିତ ଅଛି ଯେ ରାଜା କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ କରି ୧୬ଟି ହାତୀ ପିଠିରେ ବିପୁଳ ପରିମାଣର ଧନରତ୍ନ, ମଣିମୁକ୍ତା ଆଣି ମହାପ୍ରଭୁଙ୍କୁ ଉତ୍ସର୍ଗ କରିଥିଲେ । ତତ୍କାଳୀନ ବଡ଼ ଚଢାଉକରଣ ସେବକର ଅନୁରୋଧକ୍ରମେ ରଥଯାତ୍ରା ସମୟରେ ରଥ ଉପରେ ସୁନାବେଶ ବା “ବଡ଼ ତଢଉ’ ବେଶର ପ୍ରଚଳନ ହୋଇଥିଲା। ଏହି ବେଶ କରିବା ନିମନ୍ତେ ୧୩୮ ପ୍ରକାର ନୂଆ ଭାବରେ ବିଭିନ୍ନ ରତ୍ନଖଚିତ ସ୍ପର୍ଶ ଅଳଙ୍କାର ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ରାଜା ପୁରୁଷୋତ୍ତମ ଦେବ ମହାପ୍ରଭୁଙ୍କ ଲାଗି ହାତୀଦାନ୍ତ ରତ୍ନପଲଙ୍କ, ରତ୍ନଖଟ, ରତ୍ନକଳସ, ରତ୍ନଛତି, ରତ୍ନବେଣ୍ଟ ଚାମର ଓ ସୁନାମାର୍ଜନୀ ପ୍ରଭୃତି ଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri