ଲୁଚାଛପାରେ ଏସବୁ ଅଭିନେତ୍ରୀ କରୁଛନ୍ତି ପ୍ରେମ: କିଏ ବ୍ୟବସାୟୀଙ୍କୁ ତ କିଏ ଫଟୋଗ୍ରାଫରଙ୍କୁ…

ବମ୍ବେ: ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନ ଉପରେ ଥାଏ ପ୍ରଶଂସକଙ୍କ ନଜର। ହେଲେ କିଛି କଳାକାର ନିଜ ଜୀବନ ବିଷୟରେ ଜଣାଇବାକୁ ପସନ୍ଦ କରିନଥାନ୍ତି। ବିଶେଷକରି ସେ କାହା ପ୍ରେମରେ ପଡ଼ିଛନ୍ତି ତାହା କେହି ଜାଣିପାରି ନ ଥାନ୍ତି। ଆସନ୍ତୁ ସେଭଳି କିଛି ଅଭିନେତ୍ରୀଙ୍କ ଲୁଚାଛପା ପ୍ରେମ ବିଷୟରେ ଜାଣିବା:

ଜ୍ୟାକଲିନ ଫର୍ନାଡିସ:
ଗତ କିଛି ଦିନ ଧରି ବମ୍ବେରେ ଏକ ଘର ଖୋଜୁଥିଲେ ଅଭିନେତ୍ରୀ ଜ୍ୟାକଲିନ୍‌। ଏବେ ତାଙ୍କୁ ଘର ମିଳିଯାଇଛି। ତେବେ ସେ ଏହି ନୂଆ ଘରେ ପ୍ରେମିକଙ୍କ ସହ ରହିବେ ବୋଲି ଜଣାପଡ଼ିଛି। କାରଣ ସେ କଥିତ ଭାବେ ଦକ୍ଷିଣ ଭାରତୀୟ ବ୍ୟବସାୟୀଙ୍କୁ ଡେଟ୍‌ କରୁଛନ୍ତି। ଘରର ଇଣ୍ଟେରିୟର କାମ ଚାଲିଛି। ଏଥିପାଇଁ ଫ୍ରାନ୍ସର ଏକ ଇଣ୍ଟେରିଅର ଡିଜାଇନରଙ୍କୁ ଡକାଯାଇଛି।

ମିନିଷା ଲାମ୍ବା:
୨୦୧୫ରେ ରେୟାନ ଥାମଙ୍କୁ ବିବାହ କରିଥିଲେ ମିନିଷା। ହେଲେ ବିବାହ ବେଶି ଦିନ ଚାଲି ନ ଥିଲା। ରେୟାନଙ୍କୁ ଛାଡ଼ପତ୍ର ଦେବା ପରେ ସେ ହୃଦୟ ଖୋଲା ରଖିଥିଲେ। ଏବେ ସେ ପୁଣି ପ୍ରେମରେ ପଡ଼ିଥିବା ପ୍ରକାଶ କରିଛନ୍ତି। ହେଲେ ସେ କିଏ ତାହା ଜଣାଇନାହାନ୍ତି।

ମୌନି ରୟ: ଟେଲି ପରଦାରୁ ବଲିଉଡ୍‌ରେ ହଇଚଇ ସୃଷ୍ଟି କରିଥିବା ମୌନି ସୁରଜ ନାମ୍ବାରିୟାଙ୍କ ପ୍ରେମରେ ପଡ଼ିଛନ୍ତି। ସୁରଜଙ୍କ ପରିବାର ସହ ଅନେକ ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ବିଶେଷକରି ପୁରୁଷବନ୍ଧୁଙ୍କ ମା’ବାପାଙ୍କୁ ମମ୍‌ ଏବଂ ଡାଡ୍‌ କହିଥିବା ଯୋଗୁ ଉଭୟ ସମ୍ପର୍କକୁ ନେଇ ବେଶ୍‌ ଯତ୍ନବାନ ବୋଲି କୁହାଯାଉଛି। ଏପରିକି ଉଭୟ ଶୀଘ୍ର ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଶ୍ରଦ୍ଧା କପୁର:
ଛିଛୋରେର ଏହି ଅଭିନେତ୍ରୀ ଗତ କିଛି ବର୍ଷ ଧରି ସେଲିବ୍ରିଟି ଫଟୋଗ୍ରାଫର ରୋହନ ଶ୍ରେଷ୍ଠାଙ୍କୁ ଡେଟ୍‌ କରୁଛନ୍ତି। ହେଲେ ସେ ସମ୍ପର୍କକୁ ନେଇ ମୁହଁ ଖୋଲିବାକୁ ଚାହୁଁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri