Break Journey Rules: ଟ୍ରେନରୁ ଓହ୍ଲାନ୍ତୁ, ବୁଲିବାକୁ ଯାଆନ୍ତୁ, ଦୁଇ ଦିନ ପରେ ପୁଣି ସେହି ଟିକେଟରେ ଯାତ୍ରା କରନ୍ତୁ, ଜାଣିଛନ୍ତି କି ଇଣ୍ଡିଆନ ରେଲଓ୍ବେର ଏହି ନିୟମ…

ନୂଆଦିଲ୍ଲୀ,୧।୩: ପ୍ରତିଦିନ ଲକ୍ଷଲକ୍ଷ ଲୋକ ଟ୍ରେନରେ ଯାତ୍ରା କରିଥା’ନ୍ତି। ଅନ୍ୟାନ୍ୟ ପରିବହନ ସୁବିଧା ତୁଳନାରେ ଟ୍ରେନରେ ଯାତ୍ରା କରିବା ଅତି ସହଜ ଓ ସୁବିଧାଜନକ ଅଟେ। ଯାତ୍ରୀ ଯେପରି ସୁବିଧାରେ ନିଜ ଗନ୍ତବ୍ୟରେ ପହଞ୍ଚି ପାରିବେ ସେଥିପାଇଁ ଇଣ୍ଡିଆନ ରେଲଓ୍ବେ ଅନେକ ପ୍ରକାର ସୁବିଧା ଯୋଗାଇଛି। ତନ୍ମଧ୍ୟରୁ ଏପରି କିଛି ସୁବିଧା ଅଛି ଯାହା ସମ୍ପର୍କରେ ଅଧିକାଂଶ ଲୋକ ଜାଣି ନାହାନ୍ତି। ଯଦି ଆପଣ ଟ୍ରେନରେ ଦୀର୍ଘକାଳୀନ ଯାତ୍ରା କରୁଛନ୍ତି। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ବହୁତ ଦିନ ସମୟ ଲାଗିଥାଏ। ତେବେ ଜାଣିଛନ୍ତି କି, Indian Railway ଏଥିପାଇଁ ଏକ ଉପଯୋଗୀ ଟ୍ରାଭେଲ ନିୟମ ରଖିଛି ଯେଉଁଥିରେ ଆପଣ ଯାତ୍ରାରୁ ବ୍ରେକ୍‌ ନେଇ ପୁଣି ଯାତ୍ରା କରିପାରିବେ। ଅର୍ଥାତ୍‌ ଟ୍ରେନ୍‌ ଚଢିବା ଓ ଓହ୍ଲାଇବା ଭିତରେ ଦୁଇ ଦିନର ବ୍ରେକ୍‌ ନେଇ ପୁଣି ସେହି ଟିକେଟରେ ପୁଣି ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିପାରିବେ। ତେବେ ଆସନ୍ତୁ ଜାଣିବା ଏସମ୍ପର୍କରେ…

ଆପଣ ଯେଉଁ ଷ୍ଟେଶନରୁ ଟ୍ରେନରେ ଚଢିବେ ସେଠାରେ ପହଞ୍ଚିବାକୁ ଡେରି ହୋଇଯାଏ। କିମ୍ବା ଆପଣ ଟ୍ରେନ୍‌ ମିସ୍‌ କରି ଦେଉଛନ୍ତି ତେବେ ଆପଣ ପରବର୍ତ୍ତୀ ଦୁଇଟି ଷ୍ଟପେଜ ପରେ ମଧ୍ୟ ଟ୍ରେନ ଧରି ପାରିବେ। ରେଳ ନିୟମ ଅନୁଯାୟୀ, ଆପଣଙ୍କ ସିଟକୁ TTE ପରବର୍ତ୍ତୀ ଦୁଇଟି ଷ୍ଟେସନ ପର୍ଯ୍ୟନ୍ତ କାହାକୁ ଦେଇପାରିବ ନାହିଁ । ଯଦି ଦୁଇଟି ଷ୍ଟେସନ ପରେ ବି ଆପଣ ପହଞ୍ଚି ପାରିବେନି ତେବେ ଟିଟିଇ RAC PNR ଥିବା ଯାତ୍ରୀଙ୍କୁ ଆପଣଙ୍କ ସିଟ ଦେଇ ପାରନ୍ତି।

ସାଧାରଣତଃ ଟ୍ରେନରେ ଆପଣ ଗନ୍ତବ୍ୟ ସ୍ଥଳରେ ହିଁ ଓହ୍ଲାଇଥା’ନ୍ତି। କିନ୍ତୁ ଯଦି ଆପଣ ଗନ୍ତବ୍ୟ ସ୍ଥଳର ଆଗକୁ ଯିବାକୁ ଚାହାନ୍ତି କିମ୍ବା ନିଜ ଷ୍ଟପେଜରେ ଓହ୍ଲାଇବାକୁ ଭୁଲି ଯାଇଛନ୍ତି ତେବେ ଟେନଶନ ନେବାର କୌଣସି କଥା ନାହିଁ। ଟ୍ରେନ୍‌ରେ ବସି ଆପଣ ପରବର୍ତ୍ତୀ ଯାତ୍ରା ପାଇଁ ଟିକେଟ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ TTE ଙ୍କ ସହ କଥା ହେବାକୁ ପଡିବ। ଟିଟିଇ ରାଜି ହୋଇ ଟିକେଟ୍‌ କାଟିଦେଲେ ଆରାମରେ ପରବର୍ତ୍ତୀ ଯାତ୍ରା କରିପାରିବେ।

ଏବେ ଆଲୋଚନା କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ। ଯଦି ଦୀର୍ଘକାଳୀନ ଯାତ୍ରା କରୁଛନ୍ତି ତେବେ ଏହି ସମୟରେ ଆପଣ ବ୍ରେକ୍‌ ମଧ୍ୟ ନେଇପାରିବେ। ଅର୍ଥାତ ୧୦୦୦କିମି କିମ୍ବା ତା’ ଠାରୁ ଅଧିକ ଯାତ୍ରା କରୁଛନ୍ତି ତେବେ ୫୦୦କିମି ଯାତ୍ରା କରିବା ପରେ ଆପଣ ବ୍ରେକ୍‌ ନେଇପାରିବେ। ୫୦୦କିମି ଯାତ୍ରା ପରେ ଟ୍ରେନ୍‌ରୁ ଯେକୌଣସି ଷ୍ଟେଶନରୁ ଓହ୍ଲାଇ ୨ଦିନ ବ୍ରେକ୍‌ ନେଇ ବୁଲିବାକୁ ଯାଇ ପାରିବେ। ଏହାପରେ ପୁଣି ଟ୍ରେନରେ ଚଢି ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିପାରିବେ। କିନ୍ତୁ ଧ୍ୟାନ ରଖନ୍ତୁ ଏହି ନିୟମ ଶତାଦ୍ଦୀ, ରାଜଧାନୀ ଏବଂ ଜନ ଶତାଦ୍ଦୀ ଏକ୍ସପ୍ରେସ ପରି ପ୍ରିମିୟମ ଟ୍ରେନ ପାଇଁ ପ୍ରଯୁଜ୍ୟ ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri