ନକ୍‌ଆଉଟ ପ୍ରତିଯୋଗିତା: ଖଣ୍ଡାଧାର ଟାଇଟନ ଦଳ ଚାମ୍ପିୟନ

ଲହୁଣିପଡ଼ା,୨୫ା୧(ଦାଶରଥି ପଣ୍ଡା): ସୁନ୍ଦରଗଡ ଜିଲା ଲହୁଣିପଡ଼ା କ୍ରିକେଟ ଖେଳ ପଡ଼ିଆଠାରେ ଲହୁଣୀପଡ଼ା ସ୍ପୋର୍ଟସ ଆସୋସିଏଶନ ପକ୍ଷରୁ ଚାଲିଥିବା ୧୭ତମ ପାଞ୍ଚଦିନିଆ ନକ୍‌ଆଉଟ କ୍ରିକେଟ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୧୬ଟି କ୍ରିକେଟ ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚରେ ଲହୁଣୀପଡା ଡିଏକ୍ସ ଦଳକୁ ୯ ଉଇକେଟରେ ହରାଇ ଖଣ୍ଡାଧାର ଟାଇଟାନ ଦଳ ଚଳିତ ବର୍ଷ ଚାମ୍ପିୟନ ହୋଇଛି।

ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଲହୁଣୀପଡ଼ା ସରପଞ୍ଚ ନେଲସନ ହେମ୍ବ୍ରମ, ମୁଖ୍ୟ ବକ୍ତାଭାବେ ପୂର୍ବତନ କ୍ରିକେଟ ଖେଳାଳି ଦିଲୀପ କୁମାର ଖଟୁଆ, ସମ୍ମାନିତ ଅତିଥିଭାବେ ନିକିତା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ନିଗେସ କୁମାର ଚୌରାସିଆ ଯୋଗ ଦେଇଥିଲେ।

ଲହୁଣୀପଡ଼ା ସ୍ପୋର୍ଟସ ଆସୋସିଏଶନର ସଭାପତି ଏମଡି ଛୋଟୁ ଅଧ୍ୟକ୍ଷତା କରିଥିବା ବେଳେ ବିକାଶ ଜୟସୱାଲ ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ନିହାର ରଞ୍ଜନ ମାହାନ୍ତ ମଞ୍ଚ ପରିଚାଳନା କରିଥିଲେ। ପ୍ରଥମେ କମିଟିର କର୍ମକର୍ତ୍ତାମାନେ ଅତିଥିଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସ୍ବାଗତ କରିଥିଲେ। ଅତିଥିମାନେ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହିତ ପୁରସ୍କାର ପ୍ରଦାନ କରିଥିଲେ। ଅମ୍ପାୟାର ଭାବେ ମୁନୁ ମାହାନ୍ତ, ନୀକୁଞ୍ଜ ସିଂ, ବାଦଲ ସା ଶାନ୍ତି ଶୃଙ୍ଖଳାର ସହିତ ଖେଳ ପରିଚାଳନା କରିଥିଲେ। ଶୁସାନ୍ତ ମାହାନ୍ତ, ଲିପୁନ ମାହାନ୍ତ, ଏମଡି ଅମିନ, ଏମଡି ଗୁଲୁ, ଲିଙ୍କନ ପାତ୍ର, ବିଟୁ ସା, ରାଜା ସା, ନିଖିଲ ଠାକୁର, ନିତେସ ଜୟସୱାଲ, ଜିତେନ୍ଦ୍ର ମାହାନ୍ତ, ମୋହିତ ଜୟସୱାଲ, ଚଞ୍ଚଳ ନାଏକ, ଦିଲୀପ ମହାକୁଡ଼, ଏମଡି ସାମି, ରଞ୍ଜନ ଦଳେଇ ପ୍ରମୁଖଙ୍କ ସମେତ ସ୍ପୋର୍ଟସ ଆସୋସିଏଶନର କର୍ମକର୍ତ୍ତାମାନେ କ୍ରିକେଟ ପ୍ରତିଯୋଗିତା ପରିଚାଳନା କରିଥିଲେ। ଶେଷରେ ସୁଧାଂଶୁ ଶେଖର ମାହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବହୁ ସଂଖ୍ୟାରେ କ୍ରିକେଟ ପ୍ରେମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେଲେ ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସିମାଞ୍ଚଳ, ଅଞ୍ଚଳରେ ଖୁସିର ଲହରୀ

ଦିଗପହଣ୍ଡି,୨୫ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହଲ୍ଲାଦ ନାଟକର ହିରନ୍ୟକଶ୍ୟପ ରାଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ (ଗୁରୁ)…

ଏହିଦିନ ସରିବ ସରପଞ୍ଚଙ୍କ କାର୍ଯ୍ୟକାଳ, ପଞ୍ଚାୟତ ନିର୍ବାଚନ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର, ୨୫ା୧: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ରାଜ୍ୟ ନିର୍ବାଚନ କମିଶନ ରବିବାର ସବୁ ଦ୍ୱନ୍ଦ୍ୱ ଦୂର କରି…

ଓଡ଼ିଶାର ଏହି ବିଶ୍ୱବିଦ୍ୟାଳୟରେ ପ୍ରଥମ ଆରମ୍ଭ ହେବ AI, ମେସିନ୍ ଲର୍ନିଂ ଲ୍ୟାବ୍‌

ଭୁବନେଶ୍ୱର, ୨୫ା୧: ସମଗ୍ର ବିଶ୍ୱ ଏବେ କୃତ୍ରିମ ବୁଦ୍ଧିମତ୍ତା(AI) ପଛରେ ଦୌଡ଼ିବାରେ ଲାଗିଛି। ଏହି ଦୋୖଡରେ ଏବେ ଓଡିଶାର ଶିକ୍ଷା ବ୍ୟବସ୍ଥା ସାମିଲ ହେବାକୁ ଯାଉଛି। ସମ୍ବଲପୁର…

ଟି୨୦ ବିଶ୍ୱକପ୍‌ରେ ସ୍କଟ୍‌ଲାଣ୍ଡ ସାମିଲ ହେବା ପରେ ମୁହଁ ଖୋଲିଲା ବାଂଲାଦେଶ କ୍ରିକେଟ ବୋର୍ଡ

ଢାକା,୨୫ା୧: ଆସନ୍ତା ୭ ତାରିଖରୁ ଭାରତରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ ଲାଗି ବାଂଲାଦେଶ ବଦଳରେ ସ୍କଟ୍‌ଲାଣ୍ଡକୁ ସାମିଲ କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏହି ନିଷ୍ପତ୍ତିକୁ…

ଭଞ୍ଜନଗର ପୋଲିସକୁ ସଫଳତା, ୩୩ ମୋବାଇଲ ଫୋନ ଉଦ୍ଧାର କରି ଫେରାଇଲା

ଭଞ୍ଜନଗର,୨୫ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ହଜିଯାଇଥିବା ୩୩ଟି ମୋବାଇଲ ଫୋନ ଉଦ୍ଧାର କରିଛି । ଏହାସହ ପ୍ରକୃତ ହିତାଧିକାରୀଙ୍କୁ ଫେରାଇ ଦେଇଛି ।…

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ, କ୍ଷତିପୂରଣ ପାଇଁ ଦାବି

ଥୁଆମୂଳ ରାମପୁର, ୨୫ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଧୂଳିଗୁଡ଼ା ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ପୂର୍ବତନ…

୨୭ରୁ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ, ବଲାଙ୍ଗୀର ବିଧାୟକ…

ବଲାଙ୍ଗୀର, ୨୫।୧(ସୁନିଲ କୁମାର ମହାନ୍ତି) : ଆସନ୍ତା ୨୭ ଜାନୁଆରୀ ଠାରୁ ୧ ଫେବୃୟାରୀ ପର୍ଯ୍ୟନ୍ତ ମହାରାଜା ରାଜେନ୍ଦ୍ର ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣାମେଣ୍ଟ ବଲାଙ୍ଗୀର…

ଗୋପାଳପୁର ମହୋତ୍ସବ ପାଇଁ ମା’ ତାରାତାରିଣୀଙ୍କୁ ନିମନ୍ତ୍ରଣ, ପ୍ରଥମଥର ପାଇଁ…

ପୁରୁଷୋତ୍ତମପୁର,୨୫/୧(ସବିତା ମିଶ୍ର): ଗୋପାଳପୁର ମହୋତ୍ସବକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ଗଞ୍ଜାମ ଜିଲାର ଗୋପାଳପୁର ଠାରେ ହେବାକୁଥିବା ବେଳାଭୂମି ମହୋତ୍ସବ ଲାଗି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri