Posted inଖେଳ

ଦଳରେ ନେବା ପୂର୍ବରୁ ଦଶଥର ଭାବିଥିଲେ ଚୟନକର୍ତ୍ତା, ଏବେ ବିରୋଧୀ ବୋଲରଙ୍କ ସହ ଲଢ଼ୁଛନ୍ତି ସେହି ଭାରତୀୟ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୬।୮: ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳରେ କାହାକୁ କାହାକୁ ଜାଗା ମିଳିବ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା। ନେଟ୍‌ରେ ଅଭ୍ୟାସ କରୁଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ ଆହତ ହୋଇଥିଲେ। ଏହାପରେ ରୋହିତ ଶର୍ମାଙ୍କ ସହ କିଏ ଓପନିଂ କରିବ ସେ ନେଇ ଆଲୋଚନା ହୋଇଥିଲା। ଶେଷରେ ଟପ୍‌-୧୧ ଚୟନ ବେଳେ, କେଏଲ୍‌ ରାହୁଲଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ଏହି ନିଷ୍ପତ୍ତି ଠିକ୍‌ ସାବ୍ୟସ୍ତ ହୋଇଛି।

ଇଂଲଣ୍ଡ ପହଞ୍ଚିବା ପରେ ଅଭ୍ୟାସ ମ୍ୟାଚ୍‌ରେ କେଏଲ୍‌ ଶତକ ମାରିଥିଲେ। ଦୀର୍ଘଦିନରୁ ଟେଷ୍ଟ କ୍ରିକେଟ ବାହାରେ ଥିବାରୁ ନିଜକୁ ପ୍ରମାଣିତ କରିବାର ଉତ୍ସାହ ତାଙ୍କ ଭିତରେ ସ୍ପଷ୍ଟ ଦେଖାଯାଉଥିଲା। ସେ ନଟିଂହୋମ୍‌ ପିଚ୍‌ରେ ତାହାର ଝଲକ ଦେଖାଇଛନ୍ତି।
ଇଂଲଣ୍ଡକୁ ୧୮୩ ରନ୍‌ରେ ଅଲଆଉଟ୍‌ କରିବା ପରେ ଭାରତୀୟ ଟିମ୍‌ ଖେଳିବାକୁ ଓହ୍ଲାଇଥିଲା। ପ୍ରଥମେ କେଏଲ୍‌ ରୋହିତ ଶର୍ମାଙ୍କ ସହ ପ୍ରଥମ ଉଇକେଟ ପାଇଁ ୯୭ ରନ୍‌ର ଭାଗିଦାରୀ କରିଥିଲେ। ପରେ ରୋହିତ ଆଉଟ୍‌ ହୋଇଯାଇଥିଲେ। ଏହାର କିଛି ସମୟ ପରେ ଚେତେଶ୍ୱର ପୂଜାରା(୪) , ବିରାଟ କୋହଲି(୦), ଅଜିଙ୍କ୍ୟ ରାହାଣେ(୫) ରନ୍‌ କରି ଉଇକେଟ ହରାଇଥିଲେ।

ଭାରତର ଗୋଟିଏ ପରେ ଗୋଟିଏ ଉଇକେଟ ଯାଉଥିବା ବେଳେ ଇଂଲଣ୍ଡ ବୋଲର୍‌ ଜେମ୍ସ ଆଣ୍ଡରସନ ଏବଂ ଓଲି ରବିନ୍ସନଙ୍କ ବୋଲିଂ ଚିନ୍ତା ବଢ଼ାଉଥିଲା। ଏଭଳି ପରିସ୍ଥିତିରେ କେଏଲ୍‌ ପିଚ୍‌ରେ ଲଢ଼ିବା ଜାରି ରଖି ନିଜର ୧୨ତମ ଟେଷ୍ଟ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୫୧ ବଲ୍‌ଷର ୯ ଚୌକା ସହାୟତାରେ ସେ ୫୭ ରନ୍‌ର ସଂଘର୍ଷପୂର୍ଣ୍ଣ ଇନିଂସ ଖେଳି ଭାରତୀୟ ପାଳିକୁ ଆଗକୁ ବଢ଼ାଉଛନ୍ତି। ତୃତୀୟ ଦିନରେ ରିଷଭ ପନ୍ତଙ୍କ ସହ ତାଙ୍କ ଯୋଡ଼ିଠାରୁ ବହୁତ କିଛି ଆଶା ରହିବ। ଉଭୟ ପ୍ରଥମ ଇନିଂସକୁ କେତେ ଦୂର ନେଉଛନ୍ତି ତାହା ଦେଖିବାକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri