Categories: ଖେଳ

ପ୍ରଶଂସକଙ୍କ ପାଇଁ ଖୁସି ଖବର: ଦଳକୁ ଖୁବ୍‌ଶୀଘ୍ର ଫେରିବେ ରାହୁଲ

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ଦଳର ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଦଳକୁ ଖବଶୀଘ୍ର ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ରାହୁଲ ଆଇପିଏଲ ୨୦୨୩ରେ ଫିଲ୍ଡିଂ କରିବା ସମୟରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା, ଏହା ପରେ ସେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମଧ୍ୟ ଖେଳିପାରିନଥିଲେ। ବର୍ତ୍ତମାନ କେ.ଏଲ ରାହୁଲ ନିଜେ ଫେରିବା ବିଷୟରେ ଏକ ବଡ ସୂଚନା ଦେଇଛନ୍ତି। ନିକଟରେ ସେ ନିଜ ସୋସିଆଲ ମିଡିଆ ମାଧ୍ୟମରେ ଏକ ଫଟୋ ଶେୟାର କରିଛନ୍ତି।

ଏହି ଫଟୋରେ ରାହୁଲ ପଡିଆରେ ଶୋଇଥିବାର ନଜର ଆସିଛନ୍ତି। ଏହି ପୋଷ୍ଟର କ୍ୟାପଶନ କରି ସେ ଲେଖିଛନ୍ତି ଯେ, ମୁଁ ପୁନର୍ବାର ଅନୁଭବ କରୁଛି। ଏହା ପରେ, ସେ ଏକ ଚାଲୁଥିବା ଇମୋଜି ରଖିଥିଲେ। ରାହୁଲଙ୍କ ଏହି ପୋଷ୍ଟରୁ କଳ୍ପନା ଜଳ୍ପନା କରାଯାଉଛି ଯେ ସେ ଶୀଘ୍ର ମଇଦାନକୁ ଫେରିପାରନ୍ତି। ତେବେ ରାହୁଲ କେବେ ଫେରିବେ ସେନେଇ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇନାହିଁ।

Share