Categories: ଖେଳ

ପଞ୍ଜାବକୁ ଭଲ ଫିନିଶିଂ ଦେଲେ ରାହୁଲ-ହରପ୍ରୀତ

ଅହମ୍ମଦାବାଦ,୩୦।୪ : ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଆଗରେ ୧୮୦ ରନ୍‌ର ଟାର୍ଗେଟ ଛିଡ଼ା କରିଛି କିଙ୍ଗ୍ସ ପଞ୍ଜାବ। ଅଧିନାୟକ ଲୋକେଶ ରାହୁଲ ଓ ହରପ୍ରୀତ ବ୍ରାରଙ୍କ ଯୋଡ଼ି ପଞ୍ଜାବକୁ ଦେଇଥିଲା ଭଲ ଫିନିଶିଂ। ଦୁହେଁ ଅନ୍ତିମ ୩୨ ବଲରେ ଦଳୀୟ ସ୍କୋରରେ ଯୋଡ଼ି ଥିଲେ ୬୧ ରନ୍‌।

ଇନିଂସ ଆରମ୍ଭରୁ ଅଧିନାୟକ ରାହୁଲ ଓ କ୍ରିସ ଗେଲ୍‌ ପଡ଼ିଆର ଚାରିଆଡ଼େ ଛକା, ଚୌକାର ବର୍ଷା କରିଥିଲେ। ଦ୍ୱିତୀୟ ଉଇକେଟ ଲାଗି ୭ ଓଭରରେ ୮୦ ରନ୍‌ କରିଥିଲେ ଦୁହେଁ। ଗେଲ (୪୬ ରନ୍‌, ୬ ଚୌକା ଓ ୨ ଛକା)ଙ୍କ ଉଇକେଟ ସହ ମ୍ୟାଚ୍‌କୁ ଫେରିଥିଲା ଆରସିବି। ମାତ୍ର ୧୯ ରନ୍‌ରେ ୪ ଉଇକେଟ ହରାଇ ଦିଗହରା ହୋଇଯାଇଥିଲା ପଞ୍ଜାବର ଇନିଂସ। କିନ୍ତୁ ଶେଷକୁ ରାହୁଲ ଓ ହରପ୍ରୀତ ଦଳକୁ ଦେଇଥିଲେ ଭଲ ଫିନିଶିଂ। ଫଳରେ ୫ ଉଇକେଟ ହରାଇ ୧୭୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା ପଞ୍ଜାବ। ରାହୁଲ ୯୧ *(୭ ଚୌକା ଓ ୫ ଛକା) ଓ ବ୍ରାର ୨୫* (୧ ଚୌକା ଓ ୨ ଛକା) ରନ୍‌ କରିଥିଲେ।

Share