ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ କେକେଆର୍‌; କୋହଲିଙ୍କ ଉପରେ ରହିବ ନଜର

ଆବୁଧାବି, ୨୧।୧୦: ଆଇପିଏଲ୍‌ ୧୩ତମ ସିଜନର ୩୯ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ମୁକାବିଲା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ସହ ହୋଇଛି। ଏହି ମ୍ୟାଚରେ ଟସ୍‌ ଜିତି କେକେଆର୍‌ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ବାଙ୍ଗାଲୋର ପ୍ରଥମେ ଫିଲ୍ଡିଂ କରିବ। ଏହି ମ୍ୟାଚ୍‌ ଅବସରରେ କୋହଲିଙ୍କ ନିକଟରେ ଆଇପିଏଲ୍‌ରେ ୨୦୦ ଛକା ଓ ୫୦୦ ଚୌକା ମାରିବାର ସୁଯୋଗ ରହିଛି। ସେ ବର୍ତ୍ତମାନ ସୁଦ୍ଧା ଆଇପିଏଲ୍‌ରେ ୧୯୯ ଛକା ଓ ୪୯୮ ଚୌକା ମାରିଛନ୍ତି। ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ।

Share