Categories: ଖେଳ

କର ବା ମର ମ୍ୟାଚ୍‌; ପ୍ରଥମେ ବ୍ୟାଟିଂ କରିବ କେକେଆର

ଦୁବାଇ,୧।୧୦: ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି କୋଲକାତା ନାଇଟ୍‌ ରାଇଡର୍ସ(କେକେଆର)କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଛନ୍ତି। ରାତିରେ କାକର ପଡ଼ିବାର ସମ୍ଭାବନା ଥିବାରୁ ରାହୁଲ ଏଭଳି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ରେ ରସେଲ ଓ ଲୋକି ଫର୍ଗୁସନଙ୍କ ଭଳି ଖେଳାଳିଙ୍କ ବିନା ଓହ୍ଲାଇବାକୁ ଯାଉଛି କୋଲକାତା। ଦୁଇ ଖେଳାଳି ଆହତ ସମସ୍ୟା କାରଣରୁ ଏହି ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବା କେକେଆର୍‌ ଅଧିନାୟକ ଇଆନ ମୋର୍ଗାନ କହିଛନ୍ତି।

Share