ଗୁଡ଼ିର ମୃତ୍ୟୁ ଫାଶ

ମାଞ୍ଜା ସୂତା ବ୍ୟବହାର ଓ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଜାନୁୟାରୀ ୯ ତାରିଖରେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ କଟକ ଜିଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ମାଞ୍ଜା ଦିଆଯାଇଥିବା ନାଇଲନ୍‌ ବା ଅନ୍ୟ ସୂତା ତିଆରି, ବିକ୍ରି, ରଖିବା ଓ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ। ପଶୁ, ପକ୍ଷୀ ଓ ମଣିଷଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ପରିବେଶ ସୁରକ୍ଷା ଆଇନର ଧାରା ୫ରେ ଏପରି ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ମାଞ୍ଜା ସୂତାରେ କଟି ନିକଟରେ କେତେକ ବ୍ୟକ୍ତି ଗୁରୁତର ଆହତ ହୋଇଥିବାବେଳେ ଅତୀତରେ କେତେକ ଘଟଣାରେ ଲୋକଙ୍କ ଜୀବନ ଯାଇଛି। ମକର ସଂକ୍ରାନ୍ତି ଅବସରରେ ସବୁଆଡ଼େ ଗୁଡ଼ିର ମାହୋଲ ଦେଖାଯାଏ। ମକର ଯେତିକି ପାଖେଇ ପାଖେଇ ଆସେ ରାଜ୍ୟର ବିଭିନ୍ନ ସ୍ଥାନରେ ଗୁଡ଼ିଉଡ଼ା ପର୍ବ ସେତିକି ଅଧିକରୁ ଅଧିକ ଦେଖିବାକୁ ମିଳେ। ବିଶେଷକରି ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଏହା ବିଶେଷ ଭାବେ ପରିଲକ୍ଷିତ ହୁଏ। ଗୁଡ଼ିଉଡ଼ା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥାଏ। ଏହାବାଦ୍‌ ଛୋଟ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ନିଜ ନିଜ ଘରର ଛାତ ଉପରେ ବସି ଗୁଡ଼ି ଉଡ଼େଇବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି। ଶୀତଋତୁ ଥିବାରୁ ପବନର ତୀବ୍ରତା ନ ଥାଏ ଏବଂ ଏହି ଅବସରରେ ଗୁଡ଼ି ଉଡ଼ାଇବା ବେଶ୍‌ ଆମୋଦଦାୟକ ହୋଇଥାଏ। ଖାଲି ସେତିକି ନୁହେଁ, ଆକାଶରେ ଉଡ଼ୁଥିବା ଆଉ ଏକ ଗୁଡ଼ିକୁ କାଟି ଖସାଇଦେବା ପାଇଁ ଏକପ୍ରକାର ପ୍ରତିଯୋଗିତା ମଧ୍ୟ ଲାଗେ। ଏହା ବର୍ତ୍ତମାନ ଆତ୍ମଘାତୀ ପ୍ରତିଯୋଗିତାରେ ପରିଣତ ହୋଇଛି। ଗୁଡ଼ି ଉଡ଼ାଇବା ପାଇଁ କୌଣସି ନୀତିନିୟମ କି କଟକଣା ନାହିଁ। କିନ୍ତୁ ଗୁଡ଼ିଉଡ଼ାରେ ବ୍ୟବହୃତ ସୂତା ହେଉଛି ଏକ ଭୟଙ୍କର ଅସ୍ତ୍ର। ଏହି ସୂତା ଲାଗି ପୂର୍ବ ବର୍ଷଗୁଡ଼ିକରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଜୀବନ ଯାଇଛି, ଯେଉଁମାନଙ୍କର ବୟସ ୧୫ରୁ ୨୨ ବର୍ଷ ଭିତରେ।
ଭଙ୍ଗାକାଚକୁ ଗୁଣ୍ଡକରି ସୂତାରେ ଅଠା ବୋଳି ଏହି କାଚଗୁଣ୍ଡକୁ ଲଗାଇ ଅନ୍ୟର ଗୁଡ଼ିକୁ କାଟିବା ପାଇଁ ମାଞ୍ଜା ସୂତା ବ୍ୟବହାର କରାଯାଏ। ଏହି ଗୁଡ଼ିସୂତା ରାସ୍ତାରେ ଯାଉଥିବା ଲୋକଙ୍କ ଶରୀରରେ ବାଜିଲେ କାଟିପକାଏ ଏବଂ ପୂର୍ବ ବର୍ଷଗୁଡ଼ିକରେ ଅନେକଙ୍କ ବେକରେ ମାଞ୍ଜା ସୂତା ଲାଗି ତଣ୍ଟି କଟିଛି ଓ ଜୀବନ ଯାଇଛି। ଏହି ମାଞ୍ଜାସୂତା ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ୨୦୧୬ ମସିହାରେ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ଦାଏର ହୋଇଥିଲା ଏବଂ ଉଚ୍ଚ ନ୍ୟାୟାଳୟ ଏ ନେଇ କଟକଣା ଲଗାଇଥିଲେ। ଖାଲି ସେତିକି ନୁହେଁ, ରାଜ୍ୟ ସରକାରଙ୍କୁ ମାଞ୍ଜା ସୂତା ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୭ ମସିହାରେ ମାଞ୍ଜା ସୂତାର ପ୍ରସ୍ତୁତି ଏବଂ ବିକାକିଣା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଥିଲା। ଏହାବାଦ୍‌ ରାଜ୍ୟରେ ଗୁଡ଼ି ଉଡ଼ାଇବାରେ ଏହି ମାଞ୍ଜା ସୂତା ବ୍ୟବହାର ହେଉଛି। ବିଶେଷକରିଚଳିତ ବର୍ଷ ମକର ପର୍ବ ପାଳନ ଅବସରରେ ମାଞ୍ଜାସୂତାରେ ଆହତ ହୋବ ଖବର ସାମ୍ନାକୁ ଆସିଛି। ମକର ପୂର୍ବରୁ ରାଜ୍ୟ ସରକାର ବଜାରରେ ଚଢ଼ାଉ କରି ମାଞ୍ଜା ସୂତା ବିକ୍ରେତା, କ୍ରେତା ଏବଂ ପ୍ରସ୍ତୁତକର୍ତ୍ତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ନିରୀହ ଲୋକ ଏହି ମାଞ୍ଜା ସୂତାରେ ଆହତ କିମ୍ବା ମୃତ୍ୟୁବରଣ କରୁଥିବାରୁ ଏ ପ୍ରକାର ସୂତା ବ୍ୟବହାରକାରୀ ବ୍ୟକ୍ତିମାନଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅପରାଧରେ ଗିରଫ କରାଯିବା ଉଚିତ। ଏଭଳି ଏକ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ଗାଇଡ୍‌ଲାଇନ୍‌ ଆଣିବା ନିମନ୍ତେ ହାଇକୋର୍ଟରେ ଏକ ଜନସ୍ବାର୍ଥ ସମ୍ବଳିତ ମାମଲା ପୂର୍ବରୁ ରୁଜୁ ହୋଇସାରିଥିବାରୁ, ଉକ୍ତ ପ୍ରସଙ୍ଗକୁ ରାଜ୍ୟ ସରକାର ହାଲୁକା ଭାବେ ଗ୍ରହଣ କରିବା ଅନୁଚିତ। ଏହା ଏପରି ଏକ ଆତଙ୍କ ଯେ, କେତେବେଳେ କାହାଠାରେ କାହା ବେକରେ ମାଞ୍ଜା ସୂତା ଲାଗିଯିବ, ତା’ର କଳନା ମଧ୍ୟ କେହି କରିପାରିବେ ନାହିଁ। ଆକାଶରେ ବଜ୍ରପାତ ଭଳି ଆଖିପିଛୁଳାକେ ମାଞ୍ଜା ସୂତା ଆସି ତଣ୍ଟି କାଟି ଚାଲିଯିବ। ତେଣୁ ଏ ପ୍ରକାରର ଏକ ଆମୋଦକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରିବା ପାଇଁ ସରକାର ପଦକ୍ଷେପ ନେଲେ ମଧ୍ୟ ଅସେଚନ ବ୍ୟକ୍ତି ଗୁଡ଼ି ଉଡାଇବା ଲାଗି ମାଞ୍ଜାସୂତା ବ୍ୟବହାର କରୁଛନ୍ତି। ଜନଗହଳି ଅଞ୍ଚଳରେ ଯେତେ ଉଚ୍ଚର ଛାତ ହେଲେ ବି ଗୁଡ଼ି କଟିଗଲେ ତା’ର ସୂତା ତଳେ ପଡ଼ିବା ନିଶ୍ଚିତ ଏବଂ ଏହି ସୂତା କାହା ପାଇଁ ମୃତ୍ୟୁଦୂତ ସାଜିବ କେହି ବି ଆକଳନ କରିପାରିବେ ନାହିଁ। ଗୁଡ଼ିଉଡ଼ାର ଆନନ୍ଦ ଭିତରେ ମୃତ୍ୟୁଜନିତ ଦୁଃଖ ନିଶ୍ଚତ ଭାବେ ଚିନ୍ତାଜନକ।

  • ବାଦଲ ଭୂୟାଁ
    ପ୍ରତିଷ୍ଠାତା ସମ୍ପାଦକ ‘ସିଂହଭୂମ’, ୪ ଜି ପ୍ରତାପ ଆପାର୍ଟମେଣ୍ଟ ଜାମ୍‌ସେଦ୍‌ପୁର,
    ମୋ: ୭୪୮୮୯୯୮୫୩୨

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri