ବିଲ୍‌ ଗେଟ୍‌ସଙ୍କୁ ‘କିସ୍‌ ହ୍ୟୁମାନିଟାରିଆନ ସମ୍ମାନ’

ଭୁବନେଶ୍ୱର,୨୯।୨(ଅନୁରାଧା ମହାରଣା)ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ତଥା ବିଲ୍‌ ଆଣ୍ଡ୍‌ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନର ସହ-ଅଧ୍ୟକ୍ଷ ବିଲ୍‌ ଗେଟସଙ୍କୁ ସମ୍ମାନଜନକ ‘କିସ୍‌ ହ୍ୟୁମାନିଟାରିଆନ ସମ୍ମାନ ୨୦୨୩’ ଦିଆଯାଇଛି। ଭୁବନେଶ୍ୱରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ତାଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରିଥିଲେ। ବିଶ୍ୱରେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସର୍ଜନଶୀଳ ବୈଷୟିକ କୌଶଳ ମାଧ୍ୟମରେ ଅସମାନତା ଦୂର କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ମିଳିଛି। ଏହି ଅବସରରେ ଡ. ସାମନ୍ତ କହିଲେ, ବିଲ୍‌ ଗେଟ୍‌ସଙ୍କ ଏହି ସମ୍ମାନ ଗ୍ରହଣ ବିଶ୍ୱରେ ମାନବିକ କାର୍ଯ୍ୟ କ୍ଷେତ୍ରରେ ଏକ ନୂତନ ମାନଦଣ୍ଡ ସ୍ଥିର କରିବ। ସମ୍ମାନ ଗ୍ରହଣ କରି ବିଲ୍‌ କହିଲେ, ମୋ କାର୍ଯ୍ୟକୁ କିସ୍‌ ସ୍ବୀକୃତି ପ୍ରଦାନ କରିଥିବାରୁ ସମାଜସେବା କ୍ଷେତ୍ରରେ ଅଧିକ କାର୍ଯ୍ୟ କରିବା ପାଇଁ ଏହା ପ୍ରେରଣା ଯୋଗାଇବ। କାର୍ଯ୍ୟକ୍ରମରେ କିସ୍‌ ବିଶ୍ୱବିଦ୍ୟାଳୟର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମରେଶ୍ୱର ଗାଲା କିସ୍‌ ତରଫରୁ ବିଲ୍‌ ଗେଟ୍‌ସଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
ସୂଚନା ଥାଉ କି, ସମଗ୍ର ବିଶ୍ୱରେ ନିରବଚ୍ଛିନ୍ନ ଭାବେ ନିଷ୍ଠାର ସହ ମାନବିକ କାର୍ଯ୍ୟ କରିଆସୁଥିବା ବ୍ୟକ୍ତିବିଶେଷ ଏବଂ ସଂଗଠନକୁ ସ୍ବୀକୃତି ପ୍ରଦାନ କରିବା ନିମନ୍ତେ ୨୦୦୮ରୁ ଦିଆଯାଉଥିବା ‘କିସ୍‌ ହ୍ୟୁମାନିଟାରିଆନ ପୁରସ୍କାର’ ହେଉଛି କିସ୍‌ର ଶ୍ରେଷ୍ଠ ସମ୍ମାନ। ଏହି ସମ୍ମାନ ଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକା ଉତ୍ତର-ପଶ୍ଚିମ ରାଜ୍ୟର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଏ ବୋମୋ ମୋଲେୱା, ଦକ୍ଷିଣ କୋରିଆର ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ତଥା ହାନ୍ସେଓ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ହାମ୍‌ କି ସନ, ମରିସସ୍‌ର ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥ, ବ୍ରିଟେନ ସୁପ୍ରିମକୋର୍ଟର ସଭାପତି ରୋଟାରିଆନ ଜଷ୍ଟିସ ନିକୋଲାସ ଆ ଫିଲିପ୍‌ସ, ଭୁଟାନ ପ୍ରଧାନମନ୍ତ୍ରୀ ଲ୍ୟାଞ୍ଚେନ ଜିଗ୍‌ମେ ଥିନ୍‌ଲେ, ସୁଇଜରଲ୍ୟାଣ୍ଡ ଏଫଏକ୍ସବି ଇଣ୍ଟରନ୍ୟାଶନାଲ ପ୍ରତିଷ୍ଠାତା ମ୍ୟା ଆଲବିନା ବୋଇସ୍ରୋଭ୍ରେ, ଆଧ୍ୟାତ୍ମିକ ଗୁରୁ ତଥା ୨୦୦୫ ନୋବେଲ ଶାନ୍ତି ପୁରସ୍କାର ବିଜେତା ଦଲାଇ ଲାମା, ବାଂଲାଦେଶ ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠାତା ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ, ଗିନିର ନ୍ୟାଶନାଲ ଟ୍ରାଞ୍ଜିଶନ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଦାନ୍ସା କୋରୁମା ଏବଂ କେନିଆର ଫାଷ୍ଟ୍‌ ଲେଡି ମାମା ରାଚେଲ ରୁଟୋ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri