କାର୍ଟୁନିଷ୍ଟ୍‌ କିଶୋର ରଥଙ୍କ ପରଲୋକ

ଭୁବନେଶ୍ୱର,୮ା୧୧(ବ୍ୟୁରୋ): ରାଜ୍ୟର ବିଶିଷ୍ଟ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ହୃଦ୍‌ଘାତରେ  ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସେ ଦୁଇ ଦିନ ହେଲା ଅସୁସ୍ଥ ଥିଲେ। ରବିବାର ରାତିରେ ଶ୍ୱାସ ଜନିତ ସମସ୍ୟା ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ଇସିଜି ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କେବଳ କାର୍ଟୁନ ନୁହେଁ, ଢୁମ୍ପା ସଙ୍ଗୀତରେ ମଧ୍ୟ ସେ ଓଡ଼ିଶାରେ ଘରେ ଘରେ ପରିଚିତ ଥିଲେ।