ଦୁର୍ଦ୍ଦାନ୍ତ ଅପରାଧୀ କିଶୋର କୁମାର ଗିରଫ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଚଣ୍ଡିଖୋଲ ବଜାରରେ ଏକ ହତ୍ୟା ମାମଲାରେ ଫେରାର ଥିବା ଜଣେ ହାର୍ଡକୋର୍‌ ଅପରାଧୀଙ୍କୁ ଗୁରୁବାର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ୭ ବର୍ଷ ପରେ କଟକରୁ ଗିରଫ କରିଛି। ସେ ହେଲେ କଟକ ଜିଲା ସଦର ଥାନା ଅଞ୍ଚଳର କିଶୋର କୁମାର ମହାରଣା। ତାଙ୍କଠାରୁ ଗୋଟିଏ ପିସ୍ତଲ, ୫ ରାଉଣ୍ଡ ଗୁଳି ଓ ଗୋଟିଏ ମୋବାଇଲ ଫୋନ୍‌ ଜବତ କରାଯାଇଛି। କିଶୋରଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ନାମରେ ଏସ୍‌ଟିଏଫ୍‌ରେ ମାମଲା (ନଂ.୦୬/୨୦୧୪) ରହିଥିବାବେଳେ କେନ୍ଦ୍ରାପଡ଼ା ଥାନାରେ ଆଉ ଏକ ମାମଲା (ନଂ.୧୩୭/୨୦୧୫) ରହିଛି। ଏସ୍‌ଟିଏଫ୍‌ ଏସ୍‌ପି ତେଜରାଜ ପଟେଲ କହିଛନ୍ତି, କିଶୋର ଜଣେ ହାର୍ଡକୋର୍‌ ଅପରାଧୀ। ସେ ସବୁବେଳେ ବନ୍ଧୁକରେ ଖେଳେ ଓ ଅପରାଧ ମଧ୍ୟ ଘଟାଏ ବୋଲି ସେ କହିଛନ୍ତି।
ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୦୧୪ ମେ ୧୭ରେ କିଶୋର ତାଙ୍କ ୨ ସହଯୋଗୀଙ୍କ ସହ ମିଶି ଯାଜପୁର ଜିଲା ବଡ଼ଚଣା ଥାନା ସୁଙ୍ଗୁଡ଼ା ଗ୍ରାମର ଦୀପକ ନାଏକଙ୍କୁ ଚଣ୍ଡିଖୋଲ ବଜାରରେ ଗୁଳିକରି ହତ୍ୟା କରିଥିଲେ। ଏସ୍‌ଟିଏଫ୍‌ ହତ୍ୟା ଓ ଆମର୍‌ସ ଆକ୍ଟରେ ଏକ ମାମଲା (ନଂ.୦୬/୨୦୧୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ତଦନ୍ତ ପରେ ଏସ୍‌ଟିଏଫ୍‌ କିଶୋରଙ୍କୁ ପଳାତକ (ଆବସ୍କଣ୍ଡର) ଦର୍ଶାଇ ମୋଟ ୩ଜଣଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ମାମଲାର ଅନ୍ୟତମ ଅଭିଯୁକ୍ତ ଶେଷଦେବ ସ୍ବାଇଁ ଓରଫ୍‌ ବୁବା ଗିରଫ ହୋଇ ଜେଲ୍‌ରେ ଥିବାରୁ ଯାଜପୁର ଜିଲା ଦୌରାଜଜ୍‌ ତାଙ୍କର ଶୁଣାଣି କରି ଦଣ୍ଡାଦେଶ ଦେଇଥିବାବେଳେ ମୁଖ୍ୟ ଅଭିଯୁକ୍ତ କିଶୋରଙ୍କ ମାମଲା ଏବେ ବିଚାରାଧୀନ ରହିଛି।
ସୂଚନା ଅନୁଯାୟୀ, ୨୦୨୦ରୁ ଚୋରା ବନ୍ଧୁକ କାରବାର ବିରୋଧରେ ସ୍ବତନ୍ତ୍ର ଡ୍ରାଇଭ୍‌ କରାଯାଉଛି। ଏହି ଅଭିଯାନରେ ୬୮ଟି ବନ୍ଧୁକ ସହ ୧୪୬ ଗୁଳି ଜବତ କରାଯାଇଥିବା ଏସ୍‌ଟିଏଫ୍‌ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri