Posted inଖେଳ

କିଶନ, ଗିଲ୍‌ଙ୍କ ଶତକୀୟ ଭାଗୀଦାରି

ତ୍ରିନିଦାଦ,୨ା୮: ତ୍ରିନିଦାଦର ବ୍ରାଏନ୍‌ ଲାରା ଷ୍ଟାଡିୟମରେ ଅନୁଷ୍ଠିତ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚରେ ଶତକୀୟ ଭାଗୀଦାରି କରିଛନ୍ତି ଇଶାନ କିଶନ ଓ ଶୁବମାନ ଗିଲ୍‌। ଟସ୍‌ ହାରି ଭାରତ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ପ୍ରଥମ ଉଇକେଟରେ ୧୪୩ ରନ୍‌ ଯୋଡିଥିଲେ ଇଶାନ୍‌ କିଶନ ଓ ଶୁବମାନ ଗିଲ୍‌। ଖବର ପ୍ରସ୍ତୁତ ସୁଦ୍ଧା ଭାରତ ୩୨ ଓଭରରେ ୩ ଉଇକେଟ ହରାଇ ୨୨୪ ରନ୍‌ ସଂଗ୍ରହ କରିଛି। ଦ୍ୱିତୀୟ ମ୍ୟାଚ୍‌ ପରି ଭାରତ ପୁଣି ଥରେ ପରୀକ୍ଷା ନୀରିକ୍ଷା ଜାରି ରଖି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦେଇଥିଲା। ଏହି ମ୍ୟାଚରେ ଅକ୍ଷର ପଟେଲ୍‌ ଓ ଉମ୍ରାନ୍‌ ମଲିକଙ୍କ ସ୍ଥାନରେ ଋତୁରାଜ ଗାଏକ୍ୱାଡ ଓ ଜୟଦେବ ଉନାଡକଟଙ୍କୁ ସାମିଲ କରାଯାଇଥିଲା।
ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଏକ ଦୃଢ ଆରମ୍ଭ ପ୍ରଦାନ କରିଥିଲେ କିଶନ ଓ ଗିଲ୍‌। କିଶନ୍‌ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରିବା ସହିତ ସିରିଜ୍‌ରେ କ୍ରମାଗତ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ୬୪ ବଲ ଖେଳି ସେ ୭୭ ରନ୍‌ ସ୍କୋର କରିଥିଲେ। କିଶନଙ୍କ ଇନିଂସରେ ୮ ଚୌକା ଓ ୩ ଛକା ସାମିଲ ଥିଲା। ପ୍ରଥମ ଉଇକେଟରେ ୧୪୩ ରନ୍‌ ଯୋଡିବା ପରେ ବଡ ଶଟ୍‌ ଖେଳିବାକୁ ଯାଇ ୟାନିକ୍‌ କାରିଆଙ୍କ ବଲ୍‌ରେ ଷ୍ଟମ୍ପ ଆଉଟ ହୋଇଥିଲେ। ଉଭୟ ଖେଳାଳି ଓଭର ପିଛା ୭ରୁ ଅଧିକ ହାରରେ ରନ୍‌ ସଂଗ୍ରହ କରିଥିଲେ।ସିରିଜ୍‌ରେ ପ୍ରଥମ ଥର ସୁଯୋଗ ପାଇଥିବା ଋତୁରାଜ ଗାଏକ୍ୱାଡ ମାତ୍ର ୮ ରନ୍‌ କରି ଆଲଜାରି ଯୋଶେଫ୍‌ଙ୍କ ଶିକାର ହୋଇଥିଲେ। ପରେ ସଞ୍ଜୁ ସାମସନ୍‌ କ୍ରିଜ୍‌ରେ ଯୋଗ ଦେବା ସହିତ ଗିଲ୍‌ଙ୍କ ସହିତ ୬୯ ରନ୍‌ ଯୋଡିଛନ୍ତି। ଗିଲ୍‌ ୭୨ ବଲ୍‌ ଖେଳି ୧୧ ଚୌକା ସହିତ ୭୬ ରନରେ ବ୍ୟାଟିଂ କରୁଛନ୍ତି। ଅନ୍ୟ ପକ୍ଷରେ ସାମସନ୍‌ ୪୧ ବଲ୍‌ ଖେଳି ୫୧ ରନ୍‌ ସଂଗ୍ରହ କରିଥିଲେ। ଏହି ଇନିଂସରେ ୨ ଚୌକା ଓ ୪ ଛକା ସାମିଲ ରହିଛି। ୧୩ ତମ ଦିନିକିଆ ମ୍ୟାଚ୍‌ ଖେଳୁଥିବା ସାମସନଙ୍କର ଏହ ତୃତୀୟ ଅର୍ଦ୍ଧଶତକ। ଓ୍ବେଷ୍ଟଇଣ୍ଡିଜ୍‌ ପକ୍ଷରୁ ଆଲଜାରି ଯୋଶେଫ୍‌,ୟାନିକ୍‌ କାରିଆ ଓ ରୋମାରିଓ ଶେଫର୍ଡ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର
ଭାରତ ୩୨ ଓଭରରେ ୨୨୪/୩( ଶୁବମାନ ଗିଲ୍‌-୭୬*, ଇଶାନ୍‌ କିଶନ-୭୭, ସଞ୍ଜୁ ସାମସନ୍‌-୫୧, ରୋମାରିଓ ଶେଫର୍ଡ-୧/୩୬, ଆଲଜାରି ଯୋଶେଫ୍‌-୧/୩୮, ୟାନିକ୍‌ କାରିଆ-୧/୪୩)।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri