Categories: ଜାତୀୟ

ପୁଡୁଚେରୀ ରାଜ୍ୟପାଳ ପଦରୁ ବିଦାହେଲେ କିରନ ବେଦୀ

ନୂଆଦିଲ୍ଲୀ,୧୬।୨: କିରନ ବେଦୀଙ୍କୁ ପୁଡୁଚେରୀର ଲ୍ୟୁଟନାଣ୍ଟ ଗଭର୍ନର ପଦରୁ ହଟାଇ ଦିଆଯାଇଛି। ଏ ନେଇ ମଙ୍ଗଳବାର ରାତିରେ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି କରାଯାଇଛି ଏକ ବିଜ୍ଞପ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ତେଲାଙ୍ଗାନା ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜନ ପୁଡୁଚେରୀର ଅତରିକ୍ତ ଦାୟିତ୍ୱ ସମ୍ଭାଳିବେ। ଏହି ପଦ ପାଇଁ ବ୍ୟବସ୍ଥା ନ କରାଗଲା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ରହିବେ।

ପୁଡୁଚେରୀର ବିଧାନସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ବେଦୀଙ୍କୁ ହଟାଇ ଦେଇଛି ଭାଜପା। ରାଜ୍ୟପାଳ ପଦରେ ଥିବା ବେଦୀ ନିର୍ବାଚିତ ସରକାରଙ୍କୁ ଉନ୍ନତୀମୂଳକ କାର୍ଯ୍ୟରେ ବାଧା ଦେଉଥିବା କଂଗ୍ରେସ ନେତାମାନେ ବିଭିନ୍ନ ରାଲିରେ ଅଭିଯୋଗ କରୁଥିଲେ। ତେବେ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଧାୟକ ପଦରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଥିବା ଦୁଇ ନେତାଙ୍କ ମଧ୍ୟରୁ ଜଣେ ବେଦୀଙ୍କୁ ରାଜ୍ୟପାଳ ପଦରୁ ହଟାଇବାକୁ କୁଆଡେ ସର୍ତ୍ତ ରଖିଥିଲେ।

Share