‘କଳିଙ୍ଗ ହସ୍ପିଟାଲ ସେବା ପୁରସ୍କାର ସମାରୋହ’

ଭୁବନେଶ୍ୱର,୨।୪:  କଳିଙ୍ଗ ହସ୍ପିଟାଲ ପକ୍ଷରୁ ଓଡ଼ିଶା ଦିବସ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହସ୍ପିଟାଲ ପକ୍ଷରୁ ‘କଳିଙ୍ଗ ହସ୍ପିଟାଲ ସେବା ପୁରସ୍କାର ସମାରୋହ’ର ଆୟୋଜନ କରାଯାଇଥିଲା। ବିଶେଷ କରି କଳିଙ୍ଗ ହସ୍ପିଟାଲରେ ଦୀର୍ଘ ୨୦ବର୍ଷରୁ ଅଧିକ ସମୟ ଅତିବାହିତ କରିଥିବା ସବୁ ବର୍ଗର କର୍ମଚାରୀଙ୍କୁ ଉକ୍ତ ସମାରୋହରେ ସମ୍ମାନିତ କରାଯାଇଥିଲା। ଏପରିକି ହସ୍ପିଟାଲର ୮୦ ଜଣ ବରିଷ୍ଠ କର୍ମଚାରୀ, ଯେଉଁମାନେ ଦୀର୍ଘ ବର୍ଷ ହେବ ଉଭୟ ସେବା ଓ ସହଯୋଗ ପ୍ରଦାନ କରିଆସିଛନ୍ତି, ସେହି କର୍ମଚାରୀମାନଙ୍କୁ ଏଭଳି ଏକ ଦିନରେ ହସ୍ପିଟାଲ ପକ୍ଷରୁ ସମ୍ମାନିତ କରାଯାଇଛି। ଏହି ଅବସରର ଅବସରପ୍ରାପ୍ତ ପ୍ରଶାସକ ତଥା ଲେଖକ ସହଦେବ ସାହୁ, ଜଷ୍ଟିସ୍‌ ଚୌଧୁରୀ ପ୍ରତାପ ମିଶ୍ର ଏବଂ ସ୍ବାମୀ ମୁକୁନ୍ଦାନନ୍ଦ, ଜଗଦାନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏ ସମ୍ପର୍କରେ କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ବୈଜ୍ଞାନିକ ଡା. ଶୀତକଣ୍ଠ ଦାସ କହିଥିଲେ, ଆମେ ବର୍ତ୍ତମାନ କଳିଙ୍ଗ ହସ୍ପିଟାଲର ପୂର୍ବ ଗୌରବ ଫେରାଇ ଆଣିବାକୁ ବଦ୍ଧପରିକର। ସେହିଭଳି କଳିଙ୍ଗ ହସ୍ପିଟାଲ୍‌ର ପରିଚାଳନା ନିର୍ଦ୍ଦେଶିକା ନୀଲାଞ୍ଜନା ମୁଖେର୍ଜୀ କହିଥିଲେ, ଏଠାରେ ୨୦ ବର୍ଷରୁ ଊଦ୍ଧର୍‌ବ ସମୟ ଧରି ଅନବରତ ସେବା ଯୋଗାଇ ଆସୁଥିବା ୮୦ରୁ ଊଦ୍ଧର୍‌ବ ଡାକ୍ତର, ନର୍ସ ଓ କର୍ମଚାରୀମାନେ ହସ୍ପିଟାଲର ମୂଳଦୁଆ। ଉକ୍ତ କର୍ମଚାରୀଙ୍କ ଦ୍ୱାରା ନିରନ୍ତର ସେବାକୁ ପ୍ରୋତ୍ସାହନ ଦେବା ପାଇଁ ଉକ୍ତ ସମ୍ମାନ ସମାରୋହର ଆୟୋଜନ ହୋଇଥିଲା। ୨୦ବର୍ଷରୁ ଅଧିକ ସମୟ ହେବ ଅନବରତ ସେବା ପ୍ରଦାନ କରି ଆସୁଥିବା କର୍ମଚାରୀମାନଙ୍କର କଠିନ ପରିଶ୍ରମ, ପ୍ରତିବଦ୍ଧତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri