ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ହେବାର ଲକ୍ଷ୍ୟ

ମାଣବସା ଗୁରୁବାର ଆସିଲେ ଯେବେ ମା’ ଘରେ ଏବଂ ଦୁଆରେ ଝୋଟି ଆଙ୍କୁଥିଲେ, ସେ ତାକୁ ଖୁବ୍‌ ଆଗ୍ରହରେ ଚାହିଁ ରହୁଥିଲେ। ନିଜେ ବି ଝୋଟି ଆଙ୍କିବାକୁ ଅଳି କରି ବସୁଥିଲେ। ଆଉ ତାଙ୍କ କୁନି କୁନି ହାତରେ ଆଙ୍କି ଦେଉଥିଲେ ଖୁବ୍‌ ସୁନ୍ଦର ଝୋଟି; ଯାହାକୁ ଦେଖି ଘରଲୋକଙ୍କଠାରୁ ପଡ଼ୋଶୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ମିଳୁଥିଲା ଭୂରି ଭୂରି ପ୍ରଶଂସା। ଧୀରେ ଧୀରେ ବୟସ ବଢ଼ିବା ସହ ସେ ଏ ଦିଗରେ ନିଜ ହାତ ସଳଖି ପାଲଟିଲେ ଓଡ଼ିଶାର ଜଣେ ସଫଳ ଉଦୀୟମାନ ଯୁବଶିଳ୍ପୀ। ସେ ହେଉଛନ୍ତି ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ମାଆ ଇଲାରାଣୀ ଏବଂ ବାପା ଅଶୋକ କୁମାର ବିଶ୍ୱାଳଙ୍କ ପୁଅ ଶୁଭମୟ। ପିଲାବେଳୁ ତାଙ୍କର ଚିତ୍ରାଙ୍କନ ପ୍ରତି ରୁଚି ରହିଥିବାରୁ ମା’ବାପା ତାଙ୍କୁ ଏ ଦିଗରେ ଆଗକୁ ବଢ଼ିବା ଲାଗି ଚିତ୍ରାଙ୍କନ ଶିଖିବା ଲାଗି ଉତ୍ସାହିତ କରିଥିଲେ। ସ୍କୁଲ୍‌ ପଢ଼ିବା ବେଳେ ସେ ଅଳ୍ପଦିନ ଶିକ୍ଷା ନେବାର ସୁଯୋଗ ପାଇଥିଲେ। ହେଲେ ଗ୍ରାଜୁଏଶନ୍‌ ପରେ ସେ ଭୁବନେଶ୍ୱର ବି. କେ. ଆର୍ଟ କଲେଜରେ ବ୍ୟାଚେଲର ଇନ୍‌ ଫାଇନ୍‌ଆର୍ଟ ପଢ଼ା ସମାପ୍ତ କଲେ। ବର୍ତ୍ତମାନ ସେ ଅଏଲ୍‌ ପେଣ୍ଟିଂ, ଚାର୍କୋଲ ପେଣ୍ଟିଂ ଭଳି ବିଭିନ୍ନ ଆର୍ଟ ଫର୍ମରେ ସିଦ୍ଧହସ୍ତ। ତାଙ୍କ ହାତର ଯାଦୁଗରୀ ସ୍ପର୍ଶରେ ଯେମିତି ଜୀବନ୍ତ ହୋଇଉଠେ ସବୁ ଚିତ୍ର, ଯାହାକି ପ୍ରଦର୍ଶନୀରେ ପାଲଟେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ। ପ୍ରସିଦ୍ଧ ଚିତ୍ରକର ଏମ୍‌ଏଫ୍‌ ହୁସେନଙ୍କୁ ନିଜର ଆଦର୍ଶ ମାନୁଥିବା ଶୁଭମୟ ଅନେକ ସମୟରେ ଇଣ୍ଟରନେଟ୍‌ରୁ ତାଙ୍କ ଚିତ୍ରକଳା ଦେଖି ସେହିପରି ଆଙ୍କିବାର ପ୍ରୟାସ ମଧ୍ୟ କରନ୍ତି। ଏହା ତାଙ୍କ ସୃଜନଶୀଳତାକୁ ଆହୁରି ବୃଦ୍ଧି କରିଥାଏ ବୋଲି ସେ ପ୍ରକାଶ କରନ୍ତି। ବର୍ତ୍ତମାନ ସୁଦ୍ଧା ସେ ୨୦୧୮ରେ ମୋକ୍ଷମ୍‌ ନ୍ୟାଶନାଲ ଆର୍ଟ ଏକ୍ସଲେନ୍ସି ଆଓ୍ବାର୍ଡ ପାଇବା ସହିତ ଇ-ଟିଭି ଦ୍ୱାରା ଆୟୋଜିତ ଜଗନ୍ନାଥ ଆନୁଆଲ୍‌ ଆର୍ଟ ପ୍ରଦର୍ଶନୀ, ଟାଟା ଷ୍ଟିଲ୍‌ ନ୍ୟାଶନାଲ୍‌ ଆର୍ଟ କ୍ୟାମ୍ପ, ଧଉଳି ଚିତ୍ରକଳା ମହୋତ୍ସବରେ ଆୟୋଜିତ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ, ଲିଭିଂ କଲର ଏକ୍ସ ପ୍ରୋଜେକ୍ସନ, ଓଡ଼ିଶା ଲଳିତ କଳା ଏକାଡେମୀ କ୍ୟାମ୍ପ ଏବଂ ନ୍ୟାଶନାଲ୍‌ ଆର୍ଟ କ୍ୟାମ୍ପ୍‌, ତୂଳୀରେ ଜଗନ୍ନାଥ ଆଦିରେ ନିଜର ନିଖୁଣ ଚିତ୍ରକଳା ପ୍ରଦର୍ଶନ କରି ପୁରସ୍କୃତ ଓ ପ୍ରଶଂସିତ ହୋଇଛନ୍ତି।
ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରିବା ଲକ୍ଷ୍ୟରେ ସେ ନାରୀ ସଶକ୍ତୀକରଣ ଥିମ୍‌ ରଖି ଅନେକ ପେଣ୍ଟିଂ କରି ଗତବର୍ଷ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଏକ ୪ଦିନିଆ ଏକକ ପ୍ରଦର୍ଶନୀ ଆୟୋଜନ କରିଥିଲେ, ଯାହାକି ଜନସାଧାରଣଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହା ପୂର୍ବରୁ ମଧ୍ୟ ସେ ଭିନ୍ନ ଭିନ୍ନ ଥିମ୍‌ ନେଇ ଦୁଇ ଥର ସୋଲୋ ବା ଏକକ ଚିତ୍ରକଳା ପ୍ରଦର୍ଶନୀ ଏବଂ ବହୁବାର ଗ୍ରୁପ୍‌ ଚିତ୍ରକଳା ପ୍ରଦର୍ଶନୀ କରିସାରିଛନ୍ତି। ସେ କୁହନ୍ତି, ”ଯେକୌଣସି ବିଷୟବସ୍ତୁ ଉପରେ ଚିତ୍ର ଆଙ୍କିବା ଶିଳ୍ପୀ ମନର ଏକ ସୃଜନାତ୍ମକ ସ୍ରୋତ। ଏଣୁ ଶିଳ୍ପୀମାନଙ୍କୁ ଯଦି କୌଣସି ବିଷୟବସ୍ତୁ ସାମୂହିକ ସ୍ତରରେ ଆନ୍ଦୋଳିତ କରେ, ସେ ତାକୁ କାନ୍‌ଭାସରେ ପରିପ୍ରକାଶ କରିଯାଇଥାଏ। ଏହାକୁ ଇଂଲିଶ୍‌ରେ ସିରିଜ୍‌ କୁହାଯାଏ। ସେମିତି ମୋ ମନକୁ ବାସ୍ତୁ କିଛି ସମୟ ପାଇଁ ଆନ୍ଦୋଳିତ କରିଥିଲା ଏବଂ ଏହାକୁ ନେଇ କାନ୍‌ଭାସରେ ବିଭିନ୍ନ ପେଣ୍ଟିଂ କରିଛି, ଯାହାକୁ ନେଇ ଖୁବ୍‌ଶୀଘ୍ର ଆଉ ଏକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରିବାକୁ ଯାଉଛି। ଓଡ଼ିଶାର ଚିତ୍ରପ୍ରେମୀମାନଙ୍କୁ ଏହା ଉତ୍ସାହିତ କରିବ ବୋଲି ଆଶା ରହିଛି।“ ପେଣ୍ଟିଂ ବ୍ୟତୀତ ଗଳ୍ପ, କବିତା ଲେଖିବାରେ ମଧ୍ୟ ସେ ବିଶେଷ ରୁଚି ରଖନ୍ତି। ତାଙ୍କର କେତେକ ଲେଖା ଷ୍ଟେଟ୍‌ ମାଗାଜିନ ସମେତ ଅନେକ ଖବରକାଗଜରେ ପ୍ରକାଶ ପାଇଛି। ତେବେ ନିଜ ସଫଳତା ପଛରେ ମାତାପିତାଙ୍କ ପ୍ରେରଣା ଏବଂ ପ୍ରୋତ୍ସାହନ ରହିଛି ବୋଲି କହୁଥିବା ଶୁଭମୟ ଭବିଷ୍ୟତରେ ଜଣେ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ହେବାର ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri