Categories: ଗଞ୍ଜାମ

ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଡାକ ଲଫାପା ଉନ୍ମୋଚିତ

ଛତ୍ରପୁର,୧୨ା୧(ଡି.ଏନ୍‌.ଏ.): ଆଧୁନିକ ଓଡ଼ିଶାର ନିର୍ମାତା ତଥା ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତମ ଜୟନ୍ତୀ ପାଳନ ଅବସରରେ ବ୍ରହ୍ମପୁର ଡାକ ବିଭାଗ ପକ୍ଷରୁ ଏକ ଡାକ ଲଫାପା ଗୁରୁବାର ଛତ୍ରପୁର ଡାକ ବିଭାଗ କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ର ଶେଖର ସାହୁଙ୍କ କରକମଳରେ ଉନ୍ମୋଚିତ ହୋଇଛି। ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଉଦ୍ୟମ ସମ୍ପର୍କରେ ବିଶେଷ ଭୂମିକା ଥିଲା ବ୍ରହ୍ମପୁର ଡାକ ବିଭାଗ ବରିଷ୍ଠ ସୁପରିଟେଣ୍ଡେଣ୍ଟ ତାରିଣୀ ଚରଣ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଖଲ୍ଲିକୋଟ ମର୍ଦ୍ଦରାଜ ସାଂସ୍କୃତିକ ପରିଷଦ କାର୍ଯ୍ୟକାରୀ ସଭାପତି ଡଃ ସଙ୍କେତ ରାମାରାଓ, ଡଃ ପବିତ୍ର ସଙ୍କେତ, ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର, ଜିଲା ଜଙ୍ଗଲ ବିଭାଗୀୟ ଅଧିକାରୀ ଅମ୍ଳାନ ନାୟକ, ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଇଂ ନିରଞ୍ଜନ ବେହେରା, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲା ସଂସ୍କୃତି ଅଧିକାରୀ ଜିତେନ କୁମାର ପରିଡ଼ା, ପୂଜ୍ୟପୂଜା ସାହିତ୍ୟ ସଂସଦ ସଂପାଦକ ତଥା ଡାକ ଲଫାପା ପ୍ରସ୍ତୁତି ନିମନ୍ତେ ପ୍ରୟାସ କରିଥିବା ମହେଶ୍ବର ବରାଡ଼, ଡାକ ଲଫାପା ଡିଜାଇନ ପ୍ରସ୍ତୁତ କରିଥିବା ଡିଜାଇନର୍‌, କଳାକାର ଅଜିତ କୁମାର ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମପୁର ଡିଭିଜନ ଏମ୍‌.ଇ./ବି.ଇ. ଗୌରହରି ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ।