କିମ୍‌ଙ୍କ ଯୁକ୍ତି, ଦେଶରେ କରୋନା ବୃଦ୍ଧି ଘଟାଉଛନ୍ତି ଏଲିଅନ୍ସ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୨ା୭: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌-ଜୋଙ୍ଗ-ଉନ୍‌ ତାଙ୍କର ଅଜବ ନିଷ୍ପତ୍ତି ଏବଂ ବିବୃତ୍ତି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ କିମ୍‌ କରୋନା ଭାଇରସ୍‌ ସମ୍ପର୍କରେ ଏକ ଅଜବ କଥା କହି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି, ଦେଶରେ ପ୍ରଥମ କରୋନା ମାମଲା ଏଲିଅନ୍ସଙ୍କ ଦ୍ୱାରା ବ୍ୟାପିଛି। ଏଲିଅନ୍ସମାନେ ଦକ୍ଷିଣ କୋରିଆ ସୀମା ନିକଟରୁ ବେଲୁନ୍‌ରେ ଏହି ଭୂତାଣୁ ଫିଙ୍ଗିଛନ୍ତି। ଯେଉଁ କାରଣରୁ କରୋନା ତାଙ୍କ ଦେଶରେ ବ୍ୟାପି ଚାଲିଛି।

ବିସିସିଆଇ ରିପୋର୍ଟ ଅନୁଯାୟୀ, କିମ୍‌ କହିଛନ୍ତି, ଅନୁସନ୍ଧାନ ପରେ ଏହା ଜଣାପଡ଼ିଛି ଯେ, ବେଲୁନରେ ଏହି ଭାଇରସ ଭରିବା ଦ୍ୱାରା ଏଲିଅନ୍ସମାନେ ଦକ୍ଷିଣ କୋରିଆ ସୀମା ନିକଟରୁ ତାଙ୍କ ଦେଶରେ କରୋନା ଭୂତାଣୁ ବିସ୍ତାର କରିଛନ୍ତି। ଏଥି ସହିତ, ଉତ୍ତର କୋରିଆ ଏପରି ଫଳାଫଳ ଘୋଷଣା କରିବା ପରେ ‘ସୀମା ରେଖା ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକ ପବନ ଏବଂ ଅନ୍ୟାନ୍ୟ ଜଳବାୟୁ ଘଟଣା ତଥା ବେଲୁନ୍‌ରୁ ଆସୁଥିବା ବିଦେଶୀ ଜିନିଷଗୁଡ଼ିକର ମୁକାବିଲା କରିବା ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି।

କିମ୍‌ କହିଛନ୍ତି, ଜଣେ ୧୮ ବର୍ଷର ଜଣେ ସୈନିକ ଏବଂ ଜଣେ ୫ ବର୍ଷର ଶିଶୁ ଏପ୍ରିଲ ପ୍ରାରମ୍ଭରେ କୁମଗାଙ୍ଗର ପୂର୍ବ କାଉଣ୍ଟିରେ ଥିବା ବ୍ୟାରେକ୍‌ ଏବଂ ଆବାସିକ କ୍ୱାର୍ଟର୍ସ ପରିସରରେ ଅଜ୍ଞାତ ସାମଗ୍ରୀ ସହ ସମ୍ପର୍କରେ ଆସିଥିଲେ। ଏହା ପରେ ତାଙ୍କଠାରେ ଦେଖାଦେଇଥିଲା। ତା’ପରେ ସମଗ୍ର ଦେଶରେ କରୋନା ବ୍ୟାପିଥିଲା।

ଅନୁସନ୍ଧାନର ଫଳାଫଳ ଦର୍ଶାଇଛି, ଏପ୍ରିଲ ମଧ୍ୟଭାଗରେ କାଙ୍ଗଓ୍ବନ ପ୍ରଦେଶର କୁମଗଙ୍ଗ ଜିଲାର ଇଫୋ-ରି ଅଞ୍ଚଳରୁ ରାଜଧାନୀକୁ ଆସିଥିବା ଅନେକ ବ୍ୟକ୍ତି ଜ୍ୱରରେ ଆକ୍ରାନ୍ତ ହୋଇଥିଲେ ଏବଂ ସେମାନଙ୍କ ଦ୍ୱାରା ଅନ୍ୟମାନେ ମଧ୍ୟ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri