ମୋବାଇଲ ପାଇଁ କବାଡ଼ିଆଙ୍କୁ ହତ୍ୟା

ସମ୍ବଲପୁର,୧୪ା୩(ପ୍ରମୋଦ ବହିଦାର)ସାମାନ୍ୟ ଏକ ମୋବାଇଲ ପାଇଁ ଜଣେ କବାଡ଼ିଆବାଲାଙ୍କୁ ହତ୍ୟା କରାଯିବା ଘଟଣା ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ କତରବଗା ଥାନା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ପୋଲିସ ବୁଧବାର ଏକ ଜଙ୍ଗଲ ମଧ୍ୟରୁ ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ମୃତଦେହକୁ ମାଟିତଳୁ ଜବତ କରିଛି। ପୋଲିସ ସୂଚନା ଅନୁସାରେ ରେଙ୍ଗାଲି ଅଞ୍ଚଳରେ କବାଡ଼ିଆ ଦୋକାନ କରିଥିବା ଉତ୍ତରପ୍ରଦେଶର ମୂଳବାସିନ୍ଦା ମହମ୍ମଦ ୱାରିସ ନାମକ ବ୍ୟକ୍ତିଙ୍କ ଘରେ ତାଙ୍କ ବଡ଼ଶାଳକ ମହମ୍ମଦ ଫିରୋଜ ରହୁଥିଲେ। ଗତ ମାର୍ଚ୍ଚ ୭ରୁ ସେ ନିଖୋଜ ହୋଇଯାଇଥିଲେ। ଏ ନେଇ ଭିଣୋଇ ୱାରିସ ଶାସନ ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲା ଆଧାରରେ ପୋଲିସ ଏକ ମାମଲା ରୁଜୁକରି ଖୋଳତାଡ଼ ଆରମ୍ଭ କରିଥିଲା। ଶେଷରେ ଫିରୋଜଙ୍କ ମୋବାଇଲ ଟ୍ରାକିଂ କରି ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ବାରେ ସକ୍ଷମ ହୋଇଥିଲା।
ଏ ସମ୍ପର୍କରେ ସଦର ଏସ୍‌ଡିପିଓ ତୋଫାନ ବାଗଙ୍କ ସୂଚନା ଅନୁସାରେ ଉକ୍ତ ଘଟଣାରେ ସମ୍ପୃକ୍ତ କତରବଗାର ବୀରେଶ ବଢ଼େଇ ଓ ଜଣେ ନାବାଳକଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ସୂଚନା ଅନୁସାରେ କତରବଗା ଥାନା ଅନ୍ତର୍ଗତ ଝରଣପାଲି ଗ୍ରାମ ଗଡ଼ପାଟିଏନ୍‌ ଜଙ୍ଗଲ ମଧ୍ୟରେ ପୋତାଯାଇଥିବା ଫିରୋଜଙ୍କ ମୃତଦେହକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମାଟିତଳୁ ଜବତ କରାଯାଇଛି। ଏହାବାଦ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। କେବଳ ମୋବାଇଲ ଲୁଟିବା ଉଦ୍ଦେଶ୍ୟରେ ଫିରୋଜଙ୍କୁ ହତ୍ୟା କରାଯାଇଛି। ସେ ଆହୁରି କହିଛନ୍ତି, ଗତ ମାର୍ଚ୍ଚ ୭ରେ ଫିରୋଜଙ୍କୁ କିଛି ଲୁହା ସାମଗ୍ରୀ ବିକ୍ରି କରିବାକୁ ଅଭିଯୁକ୍ତମାନେ ଫୋନ୍‌ କରି ଡାକିଥିଲେ। ଫିରୋଜ ଏକ ମୋପେଡ୍‌ ଯୋଗେ ସେମାନଙ୍କ ନିକଟକୁ ବାହାରିଥିଲେ। ହେଲେ କେଉଁ ସ୍ଥାନକୁ ଯିବାକୁ ହେବ ଜାଣି ନ ଥିବା କହିବାରୁ ଅଭିଯୁକ୍ତ ନାବାଳକ ଜଣକ ମୋପେଡ୍‌ରେ ବସି ତାଙ୍କୁ ବାଟ କଢ଼ାଇ ନେଇଥିଲେ। ସେଠାରେ ପହଞ୍ଚତ୍ଲା ବେଳକୁ ପୂର୍ବରୁ ଜଗି ରହିଥିବା ବୀରେଶ ଏକ ବାଡ଼ିରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫିରୋଜ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇବାକୁ ଉଦ୍ୟମ କରି ନିକଟରେ ଥିବା ଏକ ଗାତରେ ଖସିପଡ଼ିଥିଲେ। ଗାତରେ ପଡ଼ିଯିବା ପରେ ଅଭିଯୁକ୍ତମାନେ ତାଙ୍କ ମୁଣ୍ଡକୁ ପଥରେ ଛେଚି ହତ୍ୟାକରି ଉକ୍ତ ଗାତରେ ହିଁ ପୋତିଦେଇଥିଲେ। ଫିରୋଜଙ୍କ ମୋବାଇଲକୁ ନେଇଯିବା ସହ ତାଙ୍କ ମୋପେଡ୍‌କୁ ଲୁଚାଇ ଦେଇ ଅଭିଯୁକ୍ତ ଦ୍ୱୟ ସେଠାରୁ ଫେରାର ହୋଇଯାଇଥିଲେ। ଘଟଣାକୁ ନେଇ କତରବଗା ଥାନାରେ ଏକ ମାମଲା ରୁଜୁକରାଯାଇ ଅଭିଯୁକ୍ତ ବୀରେଶଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକ ଅଭିଯୁକ୍ତଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି। ଏହାସହ ଫିରୋଜଙ୍କ ମୋବାଇଲ କ୍ରୟ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖାଯାଇଛି। ଏଥିରେ ତାଙ୍କର ସମ୍ପ୍‌ୃକ୍ତି ନେଇ ତଦନ୍ତ ଚାଲିଛି। ପ୍ରମାଣିତ ହେଲେ ତାଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌ଡିପିଓ ବାଗ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ରାଜଧାନୀରୁ ନକଲି ଡାକ୍ତର ଗିରଫ: ପ୍ରେମ ଜାଲରେ ଫସାଇଲେ ମହିଳା ଡାକ୍ତରଙ୍କୁ

ଭୁବନେଶ୍ୱର,୬।୨:ରାଜଧାନୀରୁ ନକଲି ଡାକ୍ତର ସରୋଜ ମିଶ୍ର ଓରଫ ସିଦ୍ଧାର୍ଥ ଶଙ୍କରଙ୍କୁ ଗିରଫ କରାଯାଇଛି। ମଞ୍ଚେଶ୍ୱର ପୋଲିସ ସିଦ୍ଧାର୍ଥଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଗିରଫ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri