ନୟାଗଡ଼,୪ା୯(ଲୋକନାଥ ମିଶ୍ର): ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଖତିଆ ଗୋପୀନାଥପୁର ରାସ୍ତାର ଏକ କାଜୁଗଛରେ ଜଣେ ଯୁବକଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ନାଁ ମାନସ ବେହେରା। ଘର ଇଟାମାଟି ଥାନା କୋଡିଏ କାହାଣିଆ ଗାଁରେ। ମାନସ ଭୁବନେଶ୍ୱରରେ କାମ କରୁଥିଲେ। ଗୁରୁବାର ଘରକୁ ଫେରିଥିଲେ। ଦର୍ପନାରାୟଣପୁରରେ ବସ୍ରେ ଓହ୍ଲାଇବା ପରେ ଘରକୁ ବାଇକ୍ ଯୋଗେ ଯାଉଥିଲେ। ହେଲେ ଘରେ ପହଞ୍ଚି ନ ଥିଲେ। ଶୁକ୍ରବାର ସକାଳେ ଖତିଆ ଗୋପୀନାଥପୁର ରାସ୍ତାର ଏକ କାଜୁଗଛରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା। ମୃତଦେହ ଝୁଲୁଥିବା ଗଛ ପାଖରେ ବାଇକ୍ ରଖାଯାଇଛି। ଖବର ପାଇ ରଣପୁର ଓ ଇଟାମାଟି ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କଲେ ହତ୍ୟାକାଣ୍ଡ ପରି ଲାଗୁଥିବା ପୋଲିସ ସନ୍ଦେହ କରୁଛି।