ଫ୍ୟାନ୍‌ ସଜାଡୁଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ଯୁବକଙ୍କ ଜୀବନ

ଭୁବନ,୧୨ା୫(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଶ୍ୟାମଳ ଗ୍ରାମର ପ୍ରକାଶ ଥାଟୋଇଙ୍କର ଶନିବାର ରାତିରେ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ଅସହ୍ୟ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଟେବୁଲ ଫ୍ୟାନ୍‌ ସଜାଡୁଥିବା ସମୟରେ ଏହି ଅଘଟଣା ଘଟିଥିଲା। ସେ ଫ୍ୟାନ୍‌ଟି ସଜାଡୁଥିବା ସମୟରେ ହଠାତ ବିଦ୍ୟୁତ୍‌ କରେଣ୍ଟ ଲାଗିଥିଲା। ସେ ଛଟପଟ ହୋଇଥିଲେ। ପାଟି ଶୁଣି ପରିବାର ଲୋକ ବିଦ୍ୟୁତ୍‌ ଆଘାତ ଦେଖି ବିଦ୍ୟୁତ୍‌ କଟ୍‌ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଭୁବନ ଡାକ୍ତରଖାନାକୁ ନେଇ ଆସିଥିଲେ। ଡାକ୍ତର ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ। ଏ ନେଇ ପରିବାର ପକ୍ଷରୁ ଭୁବନ ଥାନାରେ ଅଭିଯୋଗ ଅଭିଯୋଗ କରାଯାଇଥିଲା। ପୋଲିସ ଅଭିଯୋଗ ପାଇ ଏ ସଂକ୍ରାନ୍ତରେ ଭୁବନ ଥାନାରେ ଏକ ଅପମୃତ୍ୟୁ ମାମଲା ନମ୍ବର ୦୮/୨୦୨୪ ରୁଜୁ କରି ରବିବାର ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ବିଦ୍ୟୁତ୍‌ ଆଘାତରେ ପ୍ରକାଶଙ୍କ ହାତ ପୋଡ଼ି ଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ମାଛ ମାରିବାକୁ ଯାଇ ପାଣିରେ ବୁଡ଼ି ଜୀବନ ଗଲା

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ମାଛ ମାରିବାକୁ ଯାଇଥିବାବେଳେ ରବିବାର  ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ, ଭଟଲି ଥାନା…

‘କରାଚିରେ ଭାରତ କରିଥିଲା ଆକ୍ରମଣ’ – ପାକିସ୍ତାନ ଅଭିଯୋଗର କଡ଼ା ଜବାବ ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯।୬: କରାଚୀ ଆତଙ୍କବାଦୀ ଆକ୍ରମଣରେ ଜଣେ ‘ଭାରତୀୟ ଏଜେଣ୍ଟ’ଙ୍କ ସମ୍ପୃକ୍ତି ସମ୍ପର୍କରେ ପାକିସ୍ତାନର ଅଭିଯୋଗକୁ ଭାରତ ଖାରଜ କରିଦେଇଛି, ଏହାକୁ ଭିତ୍ତିହୀନ ବୋଲି କହିଛି। ଏହା ପାକିସ୍ତାନକୁ…

୫ମ ଶ୍ରେଣୀ ଛାତ୍ରଙ୍କୁ ଧକ୍କା ଦେଇ ଫେରାର ହୋଇଗଲା କାର୍‌, ଡାହାଣ ଗୋଡ଼ରେ ଚକା ଚଢ଼ିଯିବାରୁ…

ଦିଗପହଣ୍ଡି,୨୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲି ବନ୍ଧ ଗ୍ରାମର ସୁବାସ ନାଇକଙ୍କ ପୁଅ ୫ମ ଶ୍ରେଣୀରେ ପଢୁଥିବା ଛାତ୍ର…

ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି: ୧୦୮ ଗରା ସୁବାସିତ ଜଳରେ କରିବେ ସ୍ନାନ

ପୁରୀ,୨୯ା୬: ଆଜି ଅର୍ଥାତ୍‌ ସୋମବାର ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ରତ୍ନବେଦୀରୁ ଆସି ସ୍ନାନବେଦୀରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀସୁଦର୍ଶନ, ବଡ଼ଠାକୁର ବଳଭଦ୍ର, କାଳିଆ…

କରାଚୀ ଆକ୍ରମଣରେ ବିଚଳିତ ପାକିସ୍ତାନ, ଆଫଗାନିସ୍ତାନରେ ବିମାନ ଆକ୍ରମଣ କରି ୩୫ ସାଧାରଣ ନାଗରିକଙ୍କୁ ହତ୍ୟା

ଇସଲାମାବାଦ,୨୯।୬: କରାଚୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ, ପାକିସ୍ତାନ ରବିବାର ଏବଂ ସୋମବାର ମଧ୍ୟରାତ୍ରିରେ ପ୍ରାୟ 12:30 AM ସମୟରେ ତିନୋଟି ଆଫଗାନିସ୍ତାନ ପ୍ରଦେଶ…

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri