ସ୍ବାମୀଙ୍କୁ ଛାଡ଼ି ଅନ୍ୟକୁ ବିବାହ କରିବାରୁ ହତ୍ୟା: ପ୍ରଥମ ସ୍ବାମୀ ସମେତ ୨ ଗିରଫ

ଶେରଗଡ଼,୪ା୧୧(ସୂର୍ଯ୍ୟ ନାରାୟଣ ଦାଶ): ଗଞ୍ଜାମ ଜିଲା ଶେରଗଡ଼ ଥାନା ଅନ୍ତର୍ଗତ ବାଦଗଡ଼ ଠାକୁରାଣୀ ମନ୍ଦିର ନିକଟ ଜଙ୍ଗଲରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଏହାର ଖୋଳତାଡ଼ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ଛି। ସ୍ବାମୀଙ୍କୁ ଛାଡ଼ି ଅନ୍ୟକୁ ବିବାହ କରିବାରୁ ସମ୍ପୃକ୍ତ ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପିଣ୍ଟୁ ନାୟକ ଓ ତୀର୍ଥ ନାୟକ। ପିଣ୍ଟୁ ହେଉଛନ୍ତି ସମ୍ପୃକ୍ତା ମହିଳାଙ୍କ ପ୍ରଥମ ସ୍ବାମୀ। ସେ ହିଁ ସ୍ତ୍ରୀ ଝୁମୁରୀଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ ବୋଲି ଖବରଦାତା ସମ୍ମିଳନୀରେ ଆସିକା ଏସ୍‌ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି।
ଏସ୍‌ଡିପିଓ କହିଛନ୍ତି ଯେ, ଝୁମୁରୀଙ୍କ ମୃତଦେହ ୨୬ା୧୦ା୨୦୨୪ରେ ଜବତ ହେବା ପରେ ୧୭/୨୪ରେ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ମହିଳାଙ୍କ ଶରୀରରେ ଗଭୀର କ୍ଷତଚିହ୍ନ ରହିଥିବା ଏବଂ ଧାରୁଆ ଅସ୍ତ୍ର ପ୍ରୟୋଗ କରାଯାଇଥିବା ଜଣାପଡ଼ିବା ପରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା। ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗଠନ ହୋଇଥିଲା। ନଂ. ୪୩୩/୨୪ରେ ଏକ ହତ୍ୟା ମାମଲା ରୁଜୁ କରି ଶେରଗଡ଼ ଥାନା ଅଧିକାରୀ ବରେନ୍ଦ୍ର ଶିଆଳ ଏହାର ତଦନ୍ତ ଆରମ୍ଭ କରିଥିଲେ। ଶେଷରେ ଅଭିଯୁକ୍ତ ପିଣ୍ଟୁ ଓ ତୀର୍ଥଙ୍କୁ ଗିରଫ କରାଯାଇ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଏସ୍‌ଡିପିଓ ମହାପାତ୍ର କହିଥିଲେ।
ହତ୍ୟାକାଣ୍ଡ ପରକିୟା ପ୍ରୀତିକୁ ନେଇ ଘଟିଥିବା ପୋଲିସର ତଦନ୍ତ ବେଳେ ସାମ୍‌ନାକୁ ଆସିଛି। ୫ ବର୍ଷ ତଳେ ପୋଲସରାର ଝୁମୁରୀ ନାୟକଙ୍କୁ ଢଉଗାଁର ପିଣ୍ଟୁ ବିବାହ କରିଥିଲେ। କିଛିଦିନ ପରେ ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ପିଣ୍ଟୁଙ୍କ ଦାଦା ପୁଅ ଭାଇ କୃଷ୍ଣ ନାୟକ ତାଙ୍କ ଘରକୁ ଯିବା ଆସିବା କରନ୍ତି। ସମୟକ୍ରମେ ଝୁମୁରୀଙ୍କ ସହ କୃଷ୍ଣଙ୍କ ପ୍ରେମସମ୍ପର୍କ ଗଢି ଉଠିଥିଲା। ଝୁମୁରୀ ଘରେ ଥିବା ୩ ବର୍ଷର ପୁଅକୁ ନ ନେଇ ଲୁଚିକରି କୃଷ୍ଣଙ୍କ ସହ ମାଣିକ୍ୟପୁର ଯାଇ ତାଙ୍କୁ ବିବାହ କରି ସେଠାରେ ରହିଥିଲେ। ପିଣ୍ଟୁ ତାଙ୍କୁ ଅନେକ ଖୋଜାଖୋଜି ପରେ ଝୁମୁରୀ କୃଷ୍ଣଙ୍କ ସହ ମାଣିକ୍ୟପୁରରେ ରହୁଥିବା ଖବର ପାଇଥିଲେ। ୧୫ା୧୦ା୨୦୨୪ରେ ପିଣ୍ଟୁ ସାଥିରେ ତୀର୍ଥଙ୍କୁ ଧରି ମାଣିକ୍ୟପୁର ଯାଇ ଖୋଜାଖୋଜି କରି ପାଇ ନ ଥିଲେ। ପୁଣି ୧୭ା୧୦ା୨୦୨୪ରେ ପିଣ୍ଟୁ ମାଣିକ୍ୟପୁର ଯାଇ ଝୁମୁରୀଙ୍କୁ ପାଇଥିଲେ। ତାଙ୍କୁ ବୁଝାଶୁଝା କରି ପୁଅ ସବୁବେଳେ କାନ୍ଦୁଛି କହି ଘରକୁ ବାଇକ୍‌ରେ ଧରି ଆସିଲେ। ମାତ୍ର ସେ ଗାଁକୁ ନ ଯାଇ ବାଦଗଡ଼ ଠାକୁରାଣୀ ମନ୍ଦିର ନିକଟସ୍ଥ ଜଙ୍ଗଲରେ ବାଇକ୍‌ ରଖିଥିଲେ। ତୀର୍ଥଙ୍କୁ ଜଙ୍ଗଲରେ କେହି ଆସିଯିବ ସେନେଇ ନଜର ରଖିବାକୁ କହିଥିଲେ। ଏହାପରେ ପିଣ୍ଟୁ ଏକ ଧାରୁଆ ପଥରରେ ଝୁମୁରୀଙ୍କ ମୁଣ୍ଡକୁ ଛେଚି ତାଙ୍କୁ ହତ୍ୟା କରିଥିଲେ। ପରେ ଜଙ୍ଗଲରେ ମୃତଦେହ ପକାଇ ପଳାଇଯାଇଥିଲେ ବୋଲି ଏସ୍‌ଡିପିଓ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଭବିଷ୍ୟବାଣୀ କଲେ ଶାହା: ‘୨୦୨୬ରେ ପଶ୍ଚିମବଙ୍ଗରେ ବିପୁଳ ବହୁମତ ସହିତ ସରକାର ଗଢିବ ଭାଜପା’

ନୂଆଦିଲ୍ଲୀ,୩୦।୧୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଲକାତାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେସେ କହିଛନ୍ତି ଯେ ଏହି ଦିନଟି ସମସ୍ତ ଭାରତୀୟଙ୍କ...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଖାଲେଦା ଜିଆ କରିଥିଲେ ନାମାଙ୍କନ, ଏବେ ଆଲୋଚନା ପୁଅଙ୍କୁ ମିଳିବକି ସହାନୁଭୁତି? ଜାଣନ୍ତୁ ବାଂଲାଦେଶ ରାଜନୀତିର…

ଢାକା,୩୦।୧୨: ଆସନ୍ତା ବର୍ଷ ଫେବୃଆରୀରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ମୃତ୍ୟୁକୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri