ସ୍ବାମୀଙ୍କୁ ଛାଡ଼ି ଅନ୍ୟକୁ ବିବାହ କରିବାରୁ ହତ୍ୟା: ପ୍ରଥମ ସ୍ବାମୀ ସମେତ ୨ ଗିରଫ

ଶେରଗଡ଼,୪ା୧୧(ସୂର୍ଯ୍ୟ ନାରାୟଣ ଦାଶ): ଗଞ୍ଜାମ ଜିଲା ଶେରଗଡ଼ ଥାନା ଅନ୍ତର୍ଗତ ବାଦଗଡ଼ ଠାକୁରାଣୀ ମନ୍ଦିର ନିକଟ ଜଙ୍ଗଲରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଏହାର ଖୋଳତାଡ଼ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ଛି। ସ୍ବାମୀଙ୍କୁ ଛାଡ଼ି ଅନ୍ୟକୁ ବିବାହ କରିବାରୁ ସମ୍ପୃକ୍ତ ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପିଣ୍ଟୁ ନାୟକ ଓ ତୀର୍ଥ ନାୟକ। ପିଣ୍ଟୁ ହେଉଛନ୍ତି ସମ୍ପୃକ୍ତା ମହିଳାଙ୍କ ପ୍ରଥମ ସ୍ବାମୀ। ସେ ହିଁ ସ୍ତ୍ରୀ ଝୁମୁରୀଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ ବୋଲି ଖବରଦାତା ସମ୍ମିଳନୀରେ ଆସିକା ଏସ୍‌ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି।
ଏସ୍‌ଡିପିଓ କହିଛନ୍ତି ଯେ, ଝୁମୁରୀଙ୍କ ମୃତଦେହ ୨୬ା୧୦ା୨୦୨୪ରେ ଜବତ ହେବା ପରେ ୧୭/୨୪ରେ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ମହିଳାଙ୍କ ଶରୀରରେ ଗଭୀର କ୍ଷତଚିହ୍ନ ରହିଥିବା ଏବଂ ଧାରୁଆ ଅସ୍ତ୍ର ପ୍ରୟୋଗ କରାଯାଇଥିବା ଜଣାପଡ଼ିବା ପରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା। ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗଠନ ହୋଇଥିଲା। ନଂ. ୪୩୩/୨୪ରେ ଏକ ହତ୍ୟା ମାମଲା ରୁଜୁ କରି ଶେରଗଡ଼ ଥାନା ଅଧିକାରୀ ବରେନ୍ଦ୍ର ଶିଆଳ ଏହାର ତଦନ୍ତ ଆରମ୍ଭ କରିଥିଲେ। ଶେଷରେ ଅଭିଯୁକ୍ତ ପିଣ୍ଟୁ ଓ ତୀର୍ଥଙ୍କୁ ଗିରଫ କରାଯାଇ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଏସ୍‌ଡିପିଓ ମହାପାତ୍ର କହିଥିଲେ।
ହତ୍ୟାକାଣ୍ଡ ପରକିୟା ପ୍ରୀତିକୁ ନେଇ ଘଟିଥିବା ପୋଲିସର ତଦନ୍ତ ବେଳେ ସାମ୍‌ନାକୁ ଆସିଛି। ୫ ବର୍ଷ ତଳେ ପୋଲସରାର ଝୁମୁରୀ ନାୟକଙ୍କୁ ଢଉଗାଁର ପିଣ୍ଟୁ ବିବାହ କରିଥିଲେ। କିଛିଦିନ ପରେ ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ପିଣ୍ଟୁଙ୍କ ଦାଦା ପୁଅ ଭାଇ କୃଷ୍ଣ ନାୟକ ତାଙ୍କ ଘରକୁ ଯିବା ଆସିବା କରନ୍ତି। ସମୟକ୍ରମେ ଝୁମୁରୀଙ୍କ ସହ କୃଷ୍ଣଙ୍କ ପ୍ରେମସମ୍ପର୍କ ଗଢି ଉଠିଥିଲା। ଝୁମୁରୀ ଘରେ ଥିବା ୩ ବର୍ଷର ପୁଅକୁ ନ ନେଇ ଲୁଚିକରି କୃଷ୍ଣଙ୍କ ସହ ମାଣିକ୍ୟପୁର ଯାଇ ତାଙ୍କୁ ବିବାହ କରି ସେଠାରେ ରହିଥିଲେ। ପିଣ୍ଟୁ ତାଙ୍କୁ ଅନେକ ଖୋଜାଖୋଜି ପରେ ଝୁମୁରୀ କୃଷ୍ଣଙ୍କ ସହ ମାଣିକ୍ୟପୁରରେ ରହୁଥିବା ଖବର ପାଇଥିଲେ। ୧୫ା୧୦ା୨୦୨୪ରେ ପିଣ୍ଟୁ ସାଥିରେ ତୀର୍ଥଙ୍କୁ ଧରି ମାଣିକ୍ୟପୁର ଯାଇ ଖୋଜାଖୋଜି କରି ପାଇ ନ ଥିଲେ। ପୁଣି ୧୭ା୧୦ା୨୦୨୪ରେ ପିଣ୍ଟୁ ମାଣିକ୍ୟପୁର ଯାଇ ଝୁମୁରୀଙ୍କୁ ପାଇଥିଲେ। ତାଙ୍କୁ ବୁଝାଶୁଝା କରି ପୁଅ ସବୁବେଳେ କାନ୍ଦୁଛି କହି ଘରକୁ ବାଇକ୍‌ରେ ଧରି ଆସିଲେ। ମାତ୍ର ସେ ଗାଁକୁ ନ ଯାଇ ବାଦଗଡ଼ ଠାକୁରାଣୀ ମନ୍ଦିର ନିକଟସ୍ଥ ଜଙ୍ଗଲରେ ବାଇକ୍‌ ରଖିଥିଲେ। ତୀର୍ଥଙ୍କୁ ଜଙ୍ଗଲରେ କେହି ଆସିଯିବ ସେନେଇ ନଜର ରଖିବାକୁ କହିଥିଲେ। ଏହାପରେ ପିଣ୍ଟୁ ଏକ ଧାରୁଆ ପଥରରେ ଝୁମୁରୀଙ୍କ ମୁଣ୍ଡକୁ ଛେଚି ତାଙ୍କୁ ହତ୍ୟା କରିଥିଲେ। ପରେ ଜଙ୍ଗଲରେ ମୃତଦେହ ପକାଇ ପଳାଇଯାଇଥିଲେ ବୋଲି ଏସ୍‌ଡିପିଓ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?