ଅନୈତିକ ସମ୍ପର୍କ ପାଇଁ ପ୍ରଥମ ସ୍ବାମୀଙ୍କୁ ହାଣି ଦେଲେ

ରିଆମାଳ,୧୮।୩(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଛତାବର ଗାଁ ନିକଟସ୍ଥ ବଡ଼ଖୋଲ ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ଅନୈତିକ ସମ୍ପର୍କ ଲାଗି ବାରମ୍ବାର ବାଧ୍ୟ କରିବାରୁ ଜଣେ ମହିଳା ତାଙ୍କର ପ୍ରଥମ ସ୍ବାମୀଙ୍କୁ ଜଙ୍ଗଲକୁ ଡାକି କୁରାଢିରେ ହାଣି ହତ୍ୟାକରି ପକାଇ ଦେଇଥିଲେ। ପୋଲିସ ଏହି ଘଟଣାରେ ଅଭିଯୁକ୍ତ ମହିଳା ରେବତୀ ମହାପାତ୍ରଙ୍କୁ ଗିରଫ କରିଛି।

ଛତାବର ଅଞ୍ଚଳରେ ଜଣେ ଠିକାଦାର ଅଧୀନରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲାର ଦିଲଦାର ସେଖ ନାମକ ଜଣେ ରାଜମିସ୍ତ୍ରୀ ଓ ତାଙ୍କର ଅନ୍ୟ କେତେକ ଭାଇ ଆସି କାମ କରୁଥିଲେ। ଛତାବର ଅଞ୍ଚଳରେ ରହିବା ସମୟରେ ଦିଲଦାର ଉକ୍ତ ଗ୍ରାମର ରେବତୀ ଓରଫ ରୁବିଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା l ତେବେ ଦିଲଦାର ଓ ରୁବିଙ୍କ ସମ୍ପର୍କରେ କୌଣସି କାରଣକୁ ନେଇ ଫାଟ ସୃଷ୍ଟି ହୋଇଥିଲା। ମତଭେଦ ବଢ଼ି ଚାଲିବାରୁ ରୁବି ଦିଲଦାର ସହ ସମ୍ପର୍କ ତୁଟାଇ ଛତିଶଗଡ଼ ଅଞ୍ଚଳର ଅନ୍ୟ ଜଣେ ଯୁବକଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ହୋଇଥିଲା। ତେବେ ରୁବି ନିଜ ପୈତୃକ ଘର ଛତାବରରେ ରହୁଥିବା ବେଳେ ପ୍ରଥମ ସ୍ବାମୀ ଦିଲଦାର ମଧ୍ୟ ସେହି ଗ୍ରାମରେ ରହୁଥିଲେ। ଦିଲଦାର ବିଭିନ୍ନ ସମୟରେ ରୁବିଙ୍କୁ ବିଭିନ୍ନ ଆଳରେ ହଇରାଣ ହରକତ କରିବା ସହ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏଥିରେ ରୁବି ମାନସିକ ଭାବେ ନିର୍ଯାତିତ ହୋଇ ଦିଲଦାରଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ।

ସପ୍ତାହ ପୂର୍ବେ ରୁବି ଗାଁ ନିକଟସ୍ଥ ଜଙ୍ଗଲକୁ ଅନୈତିକ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ଦିଲଦାରଙ୍କୁ ଫୋନ ଯୋଗେ ଡାକିଥିଲେ। ଅନୈତିକ ସମ୍ପର୍କ ସ୍ଥାପନ ଆଳରେ ରୁବି ସାଙ୍ଗରେ ନେଇ ଯାଇଥିବା କୁରାଢ଼ି ସାହାଯ୍ୟରେ ଦିଲଦାରଙ୍କ ବେକରେ ଚୋଟ ମାରିଥିଲେ। ଦିଲଦାର ସେଠାରେ ଟଳି ପଡ଼ିଥିଲେ। ଦିଲଦାରଙ୍କ ମୋବାଇଲ ଓ ପର୍ସକୁ ପୋଖରୀରେ ଫିଙ୍ଗି ଦେଇଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢ଼ିକୁ ଘରକୁ ନେଇ ଆସିଥିଲେ। ଘଟଣାର ୬ଦିନ ପର୍ଯ୍ୟନ୍ତ କୌଣସି ସୁରାକ କେହି ପାଇପାରି ନ ଥିବାବେଳେ ବୁଧବାର ମହୁଲ ଗୋଟାଇବାକୁ ଯାଇଥିବା କେତେକ ଗ୍ରାମବାସୀ ମୃତଦେହ ପଡ଼ିଥିବା ଜାଣି ରିଆମାଳ ଥାନା ପୋଲିସକୁ ସୂଚନା ଦେଇଥିଲେ। ମୃତକ ଦିଲଦାରଙ୍କ ଭାଇ ଆକାଶଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏସ୍‌ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ରିଆମାଳ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ରୁବିଙ୍କୁ ଅଟକ ରଖି ପଚରାଉଚରା ପରେ ସେ ହତ୍ୟା କରିଥିବା ସ୍ବୀକାର କରି ଘଟଣା ବର୍ଣ୍ଣନା କରିଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ହର୍ମୁଜ ପ୍ରଣାଳୀରେ ଇରାନ ଅଭିମୁଖେ ଯାଉଥିବା ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ; ଆମେରିକା କଲାଣି ଏମିତି ଦାବି ଚିନ୍ତାରେ ପଡ଼ିଲାଣି ସାରା ବିଶ୍ୱ

ତେହରାନ,୩୧।୫: ଶନିବାର ଆମେରିକା ଚେତାବନୀ ଦେଇଛି ଯେ ଆବଶ୍ୟକ ହେଲେ ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପ୍ରସ୍ତୁତ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର କହିଛନ୍ତି…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ସୂର୍ଯ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ନିହତ; ମା’ କହିଲେ: ‘ଘର ଉପରେ ମଧ୍ୟ ବୁଲଡୋଜର ଚଲାଇ ଦିଅ’

ନୂଆଦିଲ୍ଲୀ,୩୧।୫: ଗାଜିଆବାଦରେ ସୂର୍ଯ୍ୟା ଚୌହାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆସଦ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ଇନ୍ଦିରାପୁରମରେ ଆସଦକୁ ଏନକାଉଣ୍ଟରରେ ନିଯୁକ୍ତ କରିଥିଲା। ଏହି…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

ଛତ୍ରପୁରରେ ମାତିଛନ୍ତି ‘ଭ୍ୟାନିଟି ବ୍ୟାଗ୍’ ଲୁଟେରା: ଠାକୁରାଣୀଙ୍କ ଯାତ୍ରା ଗହଳିରୁ ଚୋରି କରୁଥିବା ଗ୍ୟାଙ୍ଗ୍‌ର ୪ ଗିରଫ…

ଛତ୍ରପୁର, ୩୦।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା  ସଦର ମହକୁମା ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ସପ୍ତାହ ହେବ ମା’ ଠାକୁରାଣୀଙ୍କ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri