ଅନୈତିକ ସମ୍ପର୍କ ପାଇଁ ପ୍ରଥମ ସ୍ବାମୀଙ୍କୁ ହାଣି ଦେଲେ

ରିଆମାଳ,୧୮।୩(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଛତାବର ଗାଁ ନିକଟସ୍ଥ ବଡ଼ଖୋଲ ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ଅନୈତିକ ସମ୍ପର୍କ ଲାଗି ବାରମ୍ବାର ବାଧ୍ୟ କରିବାରୁ ଜଣେ ମହିଳା ତାଙ୍କର ପ୍ରଥମ ସ୍ବାମୀଙ୍କୁ ଜଙ୍ଗଲକୁ ଡାକି କୁରାଢିରେ ହାଣି ହତ୍ୟାକରି ପକାଇ ଦେଇଥିଲେ। ପୋଲିସ ଏହି ଘଟଣାରେ ଅଭିଯୁକ୍ତ ମହିଳା ରେବତୀ ମହାପାତ୍ରଙ୍କୁ ଗିରଫ କରିଛି।

ଛତାବର ଅଞ୍ଚଳରେ ଜଣେ ଠିକାଦାର ଅଧୀନରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲାର ଦିଲଦାର ସେଖ ନାମକ ଜଣେ ରାଜମିସ୍ତ୍ରୀ ଓ ତାଙ୍କର ଅନ୍ୟ କେତେକ ଭାଇ ଆସି କାମ କରୁଥିଲେ। ଛତାବର ଅଞ୍ଚଳରେ ରହିବା ସମୟରେ ଦିଲଦାର ଉକ୍ତ ଗ୍ରାମର ରେବତୀ ଓରଫ ରୁବିଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା l ତେବେ ଦିଲଦାର ଓ ରୁବିଙ୍କ ସମ୍ପର୍କରେ କୌଣସି କାରଣକୁ ନେଇ ଫାଟ ସୃଷ୍ଟି ହୋଇଥିଲା। ମତଭେଦ ବଢ଼ି ଚାଲିବାରୁ ରୁବି ଦିଲଦାର ସହ ସମ୍ପର୍କ ତୁଟାଇ ଛତିଶଗଡ଼ ଅଞ୍ଚଳର ଅନ୍ୟ ଜଣେ ଯୁବକଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ହୋଇଥିଲା। ତେବେ ରୁବି ନିଜ ପୈତୃକ ଘର ଛତାବରରେ ରହୁଥିବା ବେଳେ ପ୍ରଥମ ସ୍ବାମୀ ଦିଲଦାର ମଧ୍ୟ ସେହି ଗ୍ରାମରେ ରହୁଥିଲେ। ଦିଲଦାର ବିଭିନ୍ନ ସମୟରେ ରୁବିଙ୍କୁ ବିଭିନ୍ନ ଆଳରେ ହଇରାଣ ହରକତ କରିବା ସହ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏଥିରେ ରୁବି ମାନସିକ ଭାବେ ନିର୍ଯାତିତ ହୋଇ ଦିଲଦାରଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ।

ସପ୍ତାହ ପୂର୍ବେ ରୁବି ଗାଁ ନିକଟସ୍ଥ ଜଙ୍ଗଲକୁ ଅନୈତିକ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ଦିଲଦାରଙ୍କୁ ଫୋନ ଯୋଗେ ଡାକିଥିଲେ। ଅନୈତିକ ସମ୍ପର୍କ ସ୍ଥାପନ ଆଳରେ ରୁବି ସାଙ୍ଗରେ ନେଇ ଯାଇଥିବା କୁରାଢ଼ି ସାହାଯ୍ୟରେ ଦିଲଦାରଙ୍କ ବେକରେ ଚୋଟ ମାରିଥିଲେ। ଦିଲଦାର ସେଠାରେ ଟଳି ପଡ଼ିଥିଲେ। ଦିଲଦାରଙ୍କ ମୋବାଇଲ ଓ ପର୍ସକୁ ପୋଖରୀରେ ଫିଙ୍ଗି ଦେଇଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢ଼ିକୁ ଘରକୁ ନେଇ ଆସିଥିଲେ। ଘଟଣାର ୬ଦିନ ପର୍ଯ୍ୟନ୍ତ କୌଣସି ସୁରାକ କେହି ପାଇପାରି ନ ଥିବାବେଳେ ବୁଧବାର ମହୁଲ ଗୋଟାଇବାକୁ ଯାଇଥିବା କେତେକ ଗ୍ରାମବାସୀ ମୃତଦେହ ପଡ଼ିଥିବା ଜାଣି ରିଆମାଳ ଥାନା ପୋଲିସକୁ ସୂଚନା ଦେଇଥିଲେ। ମୃତକ ଦିଲଦାରଙ୍କ ଭାଇ ଆକାଶଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏସ୍‌ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ରିଆମାଳ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ରୁବିଙ୍କୁ ଅଟକ ରଖି ପଚରାଉଚରା ପରେ ସେ ହତ୍ୟା କରିଥିବା ସ୍ବୀକାର କରି ଘଟଣା ବର୍ଣ୍ଣନା କରିଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶ୍ନପତ୍ର ଲିକ୍‌, ଏଜୁକେଶନ ଅନର୍ସ ପରୀକ୍ଷା ବାତିଲ

ସମ୍ବଲପୁର,୧୪ା୭(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏଜୁକେଶନ ଅନର୍ସ ପ୍ରଶ୍ନପତ୍ର ଲିକ୍‌ ହେବା ପରେ ପରୀକ୍ଷା ବାତିଲ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଆଜି ବିଶ୍ୱବିଦ୍ୟାଳୟର +୩...

ଉପଲଡ଼ା-ଲିଙ୍ଗିପୁର-ଗୁରାଣ୍ଡି ରାସ୍ତା ଶୋଚନୀୟ

ପାରଳାଖେମୁଣ୍ଡି,୩୧।୮(ଡି.ଏନ୍‌.ଏ.): ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା-ଲିଙ୍ଗିପୁର-ଗୁରାଣ୍ଡି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଏହି ରାସ୍ତାରେ ଦୈନନ୍ଦିନ ଯାତ୍ରା କରୁଥିବା ପଥଚାରୀ ତଥା ଯାନବାହନଗୁଡିକ ବିଭିନ୍ନ ସମସ୍ୟାର...

ଉଜୁଡ଼ିଯାଉଛି ଚନ୍ଦିର ବଣ

ଖଇରା, ୧୧।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ବେଗୁନିଆ ଗ୍ରାମ ନିକଟରେ ଥିବା ଘଞ୍ଚ ଚନ୍ଦିର ବଣ ଦିନେ ଘଞ୍ଚଜଙ୍ଗଲରେ ପରିପୂର୍ଣ୍ଣ ଥିଲା।...

ବ୍ରଜରାଜନଗର ଉପନିର୍ବାଚନ: ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କଲା ଭାଜପା

ଝାରସୁଗୁଡା ଅଫିସ,୮।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଆସନ୍ତା ୩୧ତାରିଖରେ ନିର୍ବାଚନ ହେବ। ଏହାକୁ ନେଇ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ପୋଲିସ, ପ୍ରଶାସନ ପକ୍ଷରୁ ୩ ଗ୍ରାମରକ୍ଷୀଙ୍କୁ ଶେଷ ସମ୍ମାନ

ନବରଙ୍ଗପୁର/ନନ୍ଦାହାଣ୍ଡି,୨୦।୨ (ବି.ପ୍ର./ଡି.ଏନ୍‌.ଏ.): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବରଙ୍ଗପୁର ରିଜର୍ଭ ଅଫିସରୁ କୋଷାଗୁମୁଡ଼ା ବ୍ଲକ୍‌କୁ ଗ୍ରାମରକ୍ଷୀଙ୍କୁ ନେଇ ଯାଉଥିବା ପୋଲିସ ବସ୍‌ ଶୁକ୍ରବାର ରାତିରେ ପାପଡ଼ାହାଣ୍ଡି...

ବିନା ତ୍ୟାଗରେ ସମାଜ ନିର୍ମାଣ ସମ୍ଭବ ନୁହେଁ

ବଲାଙ୍ଗୀର ଅଫିସ,୧୦ା୮: ବିନା ତ୍ୟାଗରେ ରାଷ୍ଟ୍ର ଓ ସମାଜ ନିର୍ମାଣ ସମ୍ଭବପର ନୁହେଁ। ଏଣୁ ଆମେ ଆମର ପୂର୍ବସୂରୀଙ୍କ ବଳିଦାନ ଓ ତ୍ୟାଗକୁ ସବୁବେଳେ ମନେପକାଇ...

ସାମାଜିକ ଦୂରତା ଉଲ୍ଲଂଘନ: ୩ ଦୋକାନ ସିଲ୍‌ କଲା ପ୍ରଶାସନ

କେନ୍ଦୁଝର, ୧୪ା୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଆଗାମୀ ମେ’ ୩ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି। ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ...

ରାଜ୍ୟ ନୋଡାଲ ଅଧିକାରୀଙ୍କ ଦିଗପହଣ୍ଡି ଗସ୍ତ

ଦିଗପହଣ୍ଡି,୧୮ା୮(ଡି.ଏନ.ଏ.)-ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ରାଜ୍ୟ ନୋଡାଲ ଅଧିକାରୀ ଅଜୟ କୁମାର ବାଇ ଶୁକ୍ରବାର ଦିଗପହଣ୍ଡି ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର...

Advertisement
Archives

Model This Week