ଚଢ଼ାଉରୁ ବର୍ତ୍ତିବା ପାଇଁ ‘କିଲ୍‌ ସ୍ବିଚ୍‌’

ସାନ୍‌ ଫ୍ରାନ୍ସିସ୍‌କୋ/ନୂଆଦିଲ୍ଲୀ, ୧୨ା୭ : ବିଭିନ୍ନ ଦେଶରେ କ୍ୟାବ୍‌ ସର୍ଭିସ୍‌ ଦେଉଥିବା କମ୍ପାନୀ ଉବର ବିରୋଧରେ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ଇଣ୍ଟରନ୍ୟାଶନାଲ କନ୍‌ସୋର୍ସିୟମ୍‌ ଅଫ୍‌ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ନାଲିଷ୍ଟ (ଆଇସିଆଇଜେ) ଏବଂ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ‘ଉବର ଫାଇଲ୍ସ’ ନାମରେ ଅନେକ ଗୁପ୍ତ ତଥ୍ୟ ପ୍ରଘଟ କରିଛି। ଉବର କିପରି ନିଜ କାରବାର ବଢ଼ାଇବା ପାଇଁ ନିୟମ ଉଲଂଘନ କରିଛି ଏବଂ ବିଭିନ୍ନ ସରକାର ତଥା ରାଜନେତାଙ୍କ ସହଯୋଗରେ ନିଜ ହିସାବରେ ଆଇନକୁ ମୋଡ଼ି ଫାଇଦା ଉଠାଇଛି ତାହା ଏହି ରିପୋର୍ଟରେ ଦର୍ଶାଯାଇଛି। ଏହି କମ୍ପାନୀ ଟିକସ ଫାଙ୍କିବା ଏବଂ ଚଢ଼ାଉରୁ ବର୍ତ୍ତିବା ପାଇଁ ସ୍ବତନ୍ତ୍ର ଟେକ୍ନୋଲୋଜି ବ୍ୟବହାର କରିଛି। ପ୍ରାୟ ୧ଲକ୍ଷ ୨୦ ହଜାରୁ ଊର୍ଦ୍ଧ୍ୱ ମେଲ୍‌, ଟେକ୍ସଟ୍‌ ମେସେଜ୍‌ ଏବଂ ଅନ୍ୟ ଆଭ୍ୟନ୍ତରୀଣ ଡକ୍ୟୁମେଣ୍ଟର ଯାଞ୍ଚ ପରେ ଉବର କେଳେଙ୍କାରୀ ଉପରୁ ପରଦା ଉଠିଛି। ବ୍ରିଟିଶ୍‌ ଖବରକାଗଜ ଦ ଗାର୍ଡିଅନ୍‌ରେ ମଧ୍ୟ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି।
୨୦୦୯ରେ ଆରମ୍ଭ ହୋଇଥିବା ଉବର ଟ୍ୟାକ୍ସି ରେଗୁଲେଶନ୍‌ ବା ନିୟମ କୋହଳ ପାଇଁ ଦାବି କରିବା ସହ ଏକ ଆପ୍ଲିକେଶନ୍‌ ମାଧ୍ୟମରେ ଶସ୍ତାରେ ଲୋକଙ୍କୁ ନେବା ଆଣିବା ପାଇଁ ଅଫର୍‌ ଦେଇଥିଲା। ଏହାପରେ କମ୍ପାନୀ ୪୦ରୁ ଊର୍ଦ୍ଧ୍ୱ ଦେଶରେ ବ୍ୟବସାୟ ବଢ଼ାଇ ନିଜକୁ ପ୍ରତିଷ୍ଠିତ କରିପାରିଛି। ରିପୋର୍ଟ ଅନୁସାରେ, ଉବର କାରବାର ବୃଦ୍ଧି ପାଇଁ ଅନେକ ବେଆଇନ ପନ୍ଥା ଆପଣାଇଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ହେଉଥିବା ଚଢ଼ାଉରୁ ବର୍ତ୍ତିବା ପାଇଁ ଉବର ଏକ ସ୍ବତନ୍ତ୍ର ସଫ୍ଟଓ୍ବେର୍‌ ‘କିଲ୍‌ ସ୍ବିଚ୍‌’ର ସାହାଯ୍ୟ ନେଇଛି। ଏହି କ୍ୟାବ୍‌ ସର୍ଭିସ୍‌ ପ୍ରଦାନକାରୀ କମ୍ପାନୀ କାରବାର ଚଳାଉଥିବା ସବୁ ଦେଶରେ ଏହି ସଫ୍ଟଓ୍ବେରର ବ୍ୟବହାର କରିଛି। କିଲ୍‌ ସ୍ବିଚ୍‌ ଟେକ୍‌ନୋଲୋଜି ମାଧ୍ୟମରେ କମ୍ପାନୀକୁ ଚଢ଼ାଉ ପୂର୍ବରୁ ସୂଚନା ମିଳିଥାଏ। ଏହାର ଆଇଟି ଷ୍ଟାଫ୍‌ ଆଲର୍ଟ ହୋଇଯିବାପରେ କମ୍ପାନୀର ଇଣ୍ଟରନାଲ ସଫ୍ଟଓ୍ବେର୍‌ ସଙ୍ଗେସଙ୍ଗେ ବନ୍ଦ ହୋଇଯାଏ। ଫଳରେ ଆୟକର ଅଧିକାରୀ କିମ୍ବା ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଉବର ଡାଟା ହାସଲ କରିପାରି ନ ଥାନ୍ତି। ଭାରତରେ ମଧ୍ୟ ଉବର କମ୍ପାନୀ ଉପରେ ଏକାଧିକ ଥର ଚଢ଼ାଉ ହୋଇଛି।
୨୦୧୪ ଡିସେମ୍ବରରେ ଉବରର ଜଣେ ଡ୍ରାଇଭର ଦିଲ୍ଲୀରେ ଜଣେ ୨୫ ବର୍ଷୀୟ ମହିଳା ଯାତ୍ରୀଙ୍କୁ ବଳାତ୍କାର କରିଥିଲେ। ଏହି ଘଟଣା ପରେ ଦିଲ୍ଲୀ ସରକାର କମ୍ପାନୀକୁ ତାଗିଦ୍‌ କରିଥିଲେ। କିନ୍ତୁ ତଦନ୍ତରେ ସବୁ ଦୋଷ ଡ୍ରାଇଭର ଏବଂ ତାଙ୍କୁ ଦିଆଯାଇଥିବା ଲାଇସେନ୍ସ ବ୍ୟବସ୍ଥାକୁ ଦାୟୀ କରାଯାଇଥିଲା। ଏହାପରେ କମ୍ପାନୀ ନିଜ ଡ୍ୟାମେଜ୍‌ କଣ୍ଟ୍ରୋଲ୍‌ କରିବାକୁ ଚେଷ୍ଟା କରିଥିଲା। ଏହି ଘଟଣାର ୬ ଦିନ ପରେ ଉବରର ଜଣେ କର୍ମଚାରୀ କରିଥିବା ଇମେଲ୍‌ ବାବଦରେ ମଧ୍ୟ ଜଣାପଡ଼ିଛି। ଏଥିରେ ସେ ଲେଖିଥିଲେ ସବୁକିଛି ଆମ ନିୟନ୍ତ୍ରଣରେ ନାହିଁ। କେତେକ ସମୟରେ ଏଭଳି ପରିସ୍ଥିତି ଆସେ, ଯେଉଁଠାରେ ନିୟମ ଭାଙ୍ଗିବାକୁ ପଡ଼େ। ଏହାପରେ କମ୍ପାନୀ କ୍ୟାବ୍‌ଗୁଡ଼ିକରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ପ୍ୟାନିକ୍‌ ବଟନ୍‌ ଆଣିବା ପାଇଁ କହିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ଲିକ୍‌ ତଥ୍ୟରୁ ଆହୁରି ମଧ୍ୟ ଜାଣିବାକୁ ମିଳିଛି ଯେ, କମ୍ପାନୀକୁ ଅନେକ ରାଷ୍ଟ୍ରର ସରକାରଙ୍କ ପକ୍ଷରୁ ମଧ୍ୟ ସହଯୋଗ ମିଳିଛି। କେତେକ ସରକାର ଉବର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ଲବି କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁନ ଓ କମ୍ପାନୀର ଜଣେ କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ମଧ୍ୟ ଲିକ୍‌ ହୋଇଛି। ମାକ୍ରଁନ୍‌ ଉବରକୁ ଅନେକ ଉପାୟରେ ସାହାଯ୍ୟ କରିଥିବା ରିପୋର୍ଟରେ କୁହାଯାଇଛି। ଏହା ଉପରେ ଉବର କହିଛି, ପୂର୍ବରୁ କେତେକ ତ୍ରୁଟି ହୋଇଥିଲା। କିନ୍ତୁ ଏବେ ସେସବୁରେ ସୁଧାର ଅଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri