ଚେରିମୂଲି ଭରସାରେ କିଡ୍‌ନୀ ରୋଗୀ

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଡୁମେରବାହାଲ ଗାଁର ବସ୍ତିପଡ଼ାରେ କଲବଲ କରୁଛି କିଡ୍‌ନୀ ରୋଗ। ଏହି ଗାଁରେ ଚଳିତବର୍ଷ କିଡ୍‌ନୀ ରୋଗର ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ୧୬ଜଣ ଲୋକ ଚିକିତ୍ସିତ ହେଉଛନ୍ତି। ସତେ ଯେମିତି ଏମାନଙ୍କୁ ମଧ୍ୟ ମୃତ୍ୟୁର ଫାସ ଜଗି ବସିଛି କିଡ୍‌ନୀ ରୋଗ। ଅନେକ ଲୋକ ଏହି ରୋଗ ପାଇଁ ସଞ୍ଚତ୍ତ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଜମିବାଡ଼ି ମଧ୍ୟ ବିକ୍ରି କରି ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ କିଛି ଲୋକଙ୍କ ହାତରେ ଟଙ୍କା ନ ଥିବା ଯୋଗୁ ଚିକିତ୍ସିତ ନ ହୋଇ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରି ଘରେ ପଡିଥିବା ବେଳେ କିଛି ଲୋକ ଚେରିମୂଲି ଭରସାରେ ଅଛନ୍ତି। ପ୍ରକାଶ ଯେ, ଡୁମେରବାହାଲ ଗାଁର ବସ୍ତିପଡାରେ ୫୦୦ରୁ ଊଦ୍ଧର୍‌ବ ଲୋକ ବାସ କରୁଥିବା ବେଳେ ୫ଟି ନଳକୂପ ରହିଛି। ୨ଟି ନଳକୂପରେ ଲୁହାଗୁଣ୍ଡ, ମାଟି ଗୁଣ୍ଡ ବାହାରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପିଇବା ପାଣି ନା ଖାଦ୍ୟପେୟ ଯୋଗୁ କିଡ୍‌ନୀ ରୋଗ ବ୍ୟାପିଛି ତାହା ଜଣାପଡୁନାହିଁ। ଆଜି ବି ଲୋକଙ୍କୁ ପରୀକ୍ଷା କଲେ ଅନେକ ଲୋକ କିଡ୍‌ନୀ ରୋଗ ଆକ୍ରାନ୍ତ ଥିବା ଜଣାପଡିବ ବୋଲି ଗ୍ରାମବାସୀ କହିଛନ୍ତି। ଜିଲା, ବ୍ଲକ ପ୍ରଶାସନ, ରାଜନେତାଠାରୁ ଅନେକ ଲୋକଙ୍କୁ ଏ ନେଇ ଅବଗତ କଲେ ମଧ୍ୟ କୌଣସି ସୁବିଧା ମିଳୁ ନ ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ପାଇଁ ବସୁଧା ଯୋଜନା ଫେଲ ମାରିଛି। ଗୋଟିଏ ସୋଲାର ପମ୍ପ ଲାଗିଥିଲା, ତାହା ବର୍ଷେ ହେବ ଅଚଳ ହୋଇ ପଡ଼ିଛି। ଅନ୍ୟ କୌଣସି ସୁବିଧା ନ ଥିବା ଯୋଗୁ ଲୋକେ ବାଧ୍ୟ ହୋଇ ନଳକୂପର ପାଣି ପିଉଛନ୍ତି। ଗତ ଜାନୁୟାରୀରେ ଜୟସିଂ ମାଝିଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ଜୁନରେ ଧ୍ୱଜ କାଣ୍ଡଙ୍କ ମୃତ୍ୟୁ ହୋଇଥିଲା। ଗତ ୯ ତାରିଖ (ମଙ୍ଗଳବାର) କୁମୁଦ କାଣ୍ଡଙ୍କ ଜୀବନ ନେଇଛି କିଡ୍‌ନୀ ରୋଗ। ବର୍ତ୍ତମାନ ଏହି ଗାଁର ଗୋଟିଏ ପରିବାରର ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଏବେବି ଆକ୍ରାନ୍ତ ହୋଇଛି ଚିକିତ୍ସିତ ହେଉଛନ୍ତି। ଡୁମେରବାହାଲ ଗାଁରେ କିଡନୀ ରୋଗ ମୃତ୍ୟୁର ଫାସ ପକାଇଥିବା ବେଳେ ଆଉ କେତେ ମୁଣ୍ଡ ଗଡ଼ିଲେ ପ୍ରଶାସନ ଓ ରାଜନେତା ଚେଇଁବ। ପ୍ରଶାସନ ଓ ସାସ୍ଥ୍ୟ ବିଭାଗ କିଡ୍‌ନୀ ରୋଗ ବ୍ୟାପିବାର ନିରାକରଣ ନ କଲେ ଏହି ରୋଗ ଆହୁରି ଅନେକ ଲୋକଙ୍କ ଜିବନ ନେବା ସହ ଅନେକ ଲୋକ ରୋଗାକ୍ରାନ୍ତ ହେବେ ବୋଲି ଗ୍ରାମବାସୀ ଦାବି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri