କମ୍ପାନୀ ଉପସଭାପତିଙ୍କୁ ଅପହରଣ ଘଟଣା: ଅଭିଯୁକ୍ତଙ୍କୁ ଧରାଇ ଦେଲେ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା

ବଡ଼ବିଲ,୨୭ା୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଗ୍ରଓ୍ବୋଲ କମ୍ପାନୀ (ଗ୍ରଓ୍ବୋଲ ମିନେରାଲସ୍‌ ଆଣ୍ଡ୍‌ ମେଟାଲସ୍‌ ଏଲ୍‌ଏଲ୍‌ପି)ର ଭାଇସ୍‌ ପ୍ରେସିଡେଣ୍ଟ୍‌ ନିମାନନ୍ଦ ପ୍ରଧାନଙ୍କ ଅପହରଣ ଘଟଣାରେ ପୋଲିସ ଏବେ ଯାଏ କମ୍ପାନୀର ଡ୍ରାଇଭର ଏମ୍‌ଡି ଫିରୋଜଙ୍କ ସମେତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି। ହେଲେ ଅପହରଣର ମୁଖ୍ୟ ଅଭିଯୁକ୍ତ ବାବୁ ଖାନ ଓରଫ୍‌ ଶାହନଓ୍ବାଜ ଓରଫ୍‌ ସାଦାବ ଖାନ ଏବେବି ଫେରାର ରହିଥିବା ଜଣାପଡିଛି। ପୋଲିସ ପକ୍ଷରୁ ଏ ନେଇ ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ସ୍ଥାନରେ ହିନ୍ଦୀରେ ଲିଖିତ ପୋଷ୍ଟର ଲଗାଯାଇଥିବା ଜଣାପଡ଼ିଛି।
ସୂଚନା ଥାଉକି, ଗତ ୧୨ ତାରିଖ ସନ୍ଧ୍ୟାରେ ଗ୍ରଓ୍ବୋଲ କମ୍ପାନୀ ଭାଇସ୍‌ ପ୍ରେସିଡେଣ୍ଟ ନିମାନନ୍ଦ ପ୍ରଧାନ ନିଜ କାର୍‌ ଯୋଗେ ଅଫିସରୁ ବଡ଼ବିଲ ବସ୍ତିସ୍ଥିତ ବାସ ଭବନ ଅଭିମୁଖେ ବାହାରିଥିଲାବେଳେ ତାଙ୍କ କମ୍ପାନୀ ଡ୍ରାଇଭର ଏମଡି ଫିରୋଜ ଓ ଅନ୍ୟ ୪ ଜଣ ଦୁର୍ବୃତ୍ତ ଅପହରଣ କରିନେଇ ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚିସ୍ଥିତ କାଙ୍କେ ଅଞ୍ଚଳରେ ରଖିଥିଲେ। ନିମାନନ୍ଦଙ୍କ ପରିବାର ପକ୍ଷରୁ ବଡବିଲ ଥାନାରେ ୧୩ ତାରିଖରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତନାଘନା ଜୋରଦାର କରିଥିଲା। ଏପରିକି ଓଡିଶା ପୋଲିସର ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରୟ ଓ କେନ୍ଦୁଝର ଏସ୍‌ପି କୁଶଲକର ନିତିନ ଦାଗୁଡୁ ବଡ଼ବିଲରେ ପହଞ୍ଚି ପ୍ରତ୍ୟକ୍ଷ ଭାବେ ୬ ଦିନ ଧରି ଓଡ଼ିଶା ଖଣି ନିଗମ ଗେଷ୍ଟ୍‌ ହାଉସ୍‌ରେ ରହି ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ସହ ତଦନ୍ତରେ ସାମିଲ ରହିଥିଲେ। ପୋଲିସର ଏକ ଟିମ୍‌ ଝାଡ଼ଖଣ୍ଡ ରାଜ୍ୟକୁ ଯାଇଥିବାବେଳେ ବଡ଼ବିଲ ତଥା ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ, ମୋବାଇଲ ନମ୍ବର ଠାବ କରିବାକୁ ଚେଷ୍ଟା ଜାରି ରଖିଥିଲା। ତଦନ୍ତରେ ସହାୟତା କରିବାକୁ ଜିଲା ଓ ଜିଲା ବାହାରୁ ବଛାବଛା ପୋଲିସ ଅଫିସର ବଡ଼ବିଲରେ ପହଞ୍ଚିଥଲେ। ଏହା ମଧ୍ୟରେ ନିମାନନ୍ଦଙ୍କ ପରିବାରକୁ ନିମାନନ୍ଦଙ୍କ ମୁଣ୍ଡ ଜାମିନ ରଖି ୨କୋଟି ଟଙ୍କା ଦାବୀ କରିଥିଲେ ଅପହରଣକାରୀ। ପରବର୍ତ୍ତୀ ସମୟରେ ନିମାନନ୍ଦଙ୍କ ପରିବାର କୌଣସିମତେ ୬୦ ଲକ୍ଷ ଟଙ୍କା ବିନିମୟରେ ନିମାନନ୍ଦଙ୍କୁ ଅପହରଣକାରୀଙ୍କଠାରୁ ମୁକୁଳାଇବାରେ ସକ୍ଷମ ହୋଇଥିଲେ। ୧୮ ତାରିଖ ରାତିରେ ନିମାନନ୍ଦଙ୍କ ସହିତ ଡ୍ରାଇଭର ଫିରୋଜ କାର୍‌ ସହିତ ବଡ଼ବିଲ ପହଞ୍ଚି ଥାନାରେ ନିଜର ଉପସ୍ଥିତି ଜାହିର କରିଥିଲେ। ହେଲେ ପୋଲିସ ଚୁପ୍‌ ବସି ନ ଥିଲା। ଫିରୋଜଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଘଟଣାର ଖୁଲାସା କରି କେନ୍ଦୁଝର ଜିଲା ମୁଖ୍ୟାଳୟରେ ଗତ ୨୨ତାରିଖରେ ଓଡ଼ିଶା ପୋଲିସର ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରୟ ପ୍ରେସ୍‌ ବିବୃତ୍ତି ଦେଇଥିଲେ। ସେଦିନ ପୋଲିସ ମୋଟ୍‌ ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୫୦ ଲକ୍ଷ ୯୦ ହଜାର ଟଙ୍କା, ଅପରାଧର ବ୍ଲୁ ପ୍ରିଣ୍ଟ ଥିବା ଡାଏରୀ, ଏକ ଖେଳଣା ବନ୍ଧୁକ, ଏକ ବାଇକ୍‌, ୮ଟି ମୋବାଇଲ ଆଦି ଜବତ କରିଥିଲା। ପରଦିନ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବଡ଼ବିଲ ପୋଲିସ କୋର୍ଟ ଚାଲାଣ କରିଥିଲା। ତେବେ ଅପହରଣ ଓ ମୁଣ୍ଡ ଜାମିନ ରଖିଥିବା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚି ଜିଲା କାଙ୍କେ ଥାନା ଅନ୍ତର୍ଗତ ଟାଙ୍ଗରା ଟୋଲି ବଜାର ହାଟ ଅଞ୍ଚଳର ୪୦ ବର୍ଷୀୟ ବାବୁ ଖାନ୍‌ ଓରଫ୍‌ ଶାହନଓ୍ବାଜ ଓରଫ୍‌ ସାଦାବ ଖାନ ସ୍ତ୍ରୀ ଓ ୨ ବର୍ଷର ଶିଶୁପୁତ୍ରକୁ ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଥିଲା। ଝାଡଖଣ୍ଡ ରାଜ୍ୟ ପୋଲିସ ସହାୟତାରେ ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ମଧ୍ୟ ସେମାନଙ୍କର କୌଣସି ପତ୍ତା ନ ମିଳିବାରୁ ଓଡ଼ିଶା ପୋଲିସ ପକ୍ଷରୁ ଝାଡଖଣ୍ଡ ରାଜ୍ୟର ବିଭିନ୍ନ ସ୍ଥାନରେ ବାବୁ ଖାନ୍‌ ଓରଫ୍‌ ଶାହନଓ୍ବାଜ ଓରଫ୍‌ ସାଦାବ ଖାନ୍‌ଙ୍କ ବିଷୟରେ ସୂଚନା ଦେଲେ ନଗଦ ୨ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବା ନେଇ ଘୋଷଣା ନାମାର ପୋଷ୍ଟର ଲଗାଯାଇଥିବା ବଡ଼ବିଲ ଥାନା ଆଇଆଇସି ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri