ପ୍ରଭାସଙ୍କ ସହ କାମ କରିବାକୁ ଚାହାନ୍ତି କିଚ୍ଚା ସୁଦିପ, ରଖିଛନ୍ତି ଏହି ସର୍ତ୍ତ!

ଚେନ୍ନାଇ: କନ୍ନଡ ଷ୍ଟାର କିଚ୍ଚା ସୁଦିପଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ବିକ୍ରାନ୍ତ ରୋନା’ ଇତିମଧ୍ୟରେ ରିଲିଜ ହୋଇ ସାରିଛି । ଏହି ଫାଣ୍ଟାସି ଆକ୍ସନ-ଆଡଭେନଚର ଡ୍ରାମା ଫିଲ୍ମ କନ୍ନଡ ବ୍ୟତୀତ ତାମିଲ, ତେଲଗୁ, ମଲାୟାଲମ ଓ ହିନ୍ଦୀରେ ବି ରିଲିଜ ହୋଇଛି । ଏହି ଫିଲ୍ମର ପ୍ରମୋଶନ ସମୟରେ ସାକ୍ଷାତ୍‌କାରରେ କିଚ୍ଚା ଆଉ ଜଣେ ପ୍ୟାନ-ଇଣ୍ଡିଆନ ଷ୍ଟାର ପ୍ରଭାସଙ୍କ ସହ କାମ କରିବାର ଇଚ୍ଛା ପ୍ରକାଶ କରିଛନ୍ତି । ଯେକି ବାହୁବଳୀ ଭଳି ବ୍ଲକବୁଷ୍ଟର ଫିଲ୍ମ ଭେଟି ଦେଇଛନ୍ତି ।
କିଚ୍ଚା ସୁଦିପ କହିଛନ୍ତି ପ୍ରଭାସ ଜଣେ ଭଲ ମଣିଷ । ଆମେ ପରସ୍ପରକୁ ଭେଟି ସାରିଛୁ । ଯଦି କୌଣସି ପ୍ରୋଜେକ୍ଟରେ ସେ ପ୍ରଭାସଙ୍କ ସହ କାମ କରିବାର ସୁଯୋଗ ପାଆନ୍ତି ତେବେ ତାଙ୍କୁ ଖ୍ରୁସି ଲାଗିବ ବୋଲି କହିଛନ୍ତି କିଚ୍ଚା ସୁଦିପ । ହେଲେ ଏଥିପାଇଁ ବି ସେ ଏକ ସର୍ତ୍ତ ରଖିନ୍ତି । ପିଙ୍କଭିଲାକୁ ଦେଇଥିବା ସାକ୍ଷାତ୍‌କାରରେ କିଚ୍ଚା କହିଛନ୍ତି ପ୍ରଭାସଙ୍କ ସହ ସେ ଯେଉଁ ପ୍ରୋଜେକ୍ଟରେ କାମ କରିବେ ସେଥିରେ ସେ ଭିଲେନ ଚରିତ୍ର ଜମା ବି କରିବେ ନାହିଁ । ୨୦୧୯ରେ ସଲମାନ ଖାଁଙ୍କ ଫିଲ୍ମ ‘ଦବଙ୍ଗ ୩’ରେ ସେ ଭିଲେନ ଚରିତ୍ରରେ କାମ କରି ବଲିଉଡରେ ଏଣ୍ଟ୍ରି କରିଥିଲେ । ତେବେ ତାଙ୍କୁ ଗ୍ରେ ସେଡସ୍ ଚରିତ୍ରରେ କାମ କରିବାରେ କୌଣସି ଆପତ୍ତି ନାହିଁ ବୋଲି କିଚ୍ଚା କହିଛନ୍ତି । କିନ୍ତୁ ସେ କେବଳ ଭିଲେନ ଚରିତ୍ରରେ ପରଦା ଉପରକୁ ଆସିବାକୁ ଚାହୁଁ ନାହାନ୍ତି । ଦବଙ୍ଗ ୩ରେ ସେ କେବଳ ଭିଲେନ ଚରିତ୍ରରେ ନଜର ଆସିଥିଲେ ତାହା ପୁଣି କେବଳ ସଲମାନଙ୍କ ଖୁସି ପାଇଁ ବୋଲି ସେ କହିଛନ୍ତି । ସଲମାନଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । କିନ୍ତୁ ଅନ୍ୟ ଫିଲ୍ମରେ ସେ କେବଳ ଭିଲେନ ଚରିତ୍ରରେ ନଜର ଆସିବାକୁ ପସନ୍ଦ କରନ୍ତି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri