କିଆରା@୨୮: ଏମ୍‌ ଏସ୍‌ ଧୋନୀ ନୁହେଁ, ଏହି ଫିଲ୍ମରୁ କରିଥିଲେ ବଲିଉଡ୍‌ରେ ଡେବ୍ୟୁ; ଜାଣନ୍ତୁ….

ବଲିଉଡ୍‌ର ଜଣେ ପରିଚିତ ତଥା ସଫଳ ଅଭିନେତ୍ରୀ ହେଉଛନ୍ତି କିଆରା ଆଡଭାନୀ। ନିଜର ସନ୍ଦର୍ଯ୍ୟ ଏବଂ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଆଜି ହେଉଛି ଏହି ଅଭିନେତ୍ରୀଙ୍କର ଜନ୍ମଦିନ। ୧୯୯୨ରେ ଜନ୍ମିତ କିଆରା ଆଜି ୨୮ ବର୍ଷରେ ପାଦ ଦେଇଛନ୍ତି।
୨୦୧୪ରେ ଫିଲ୍ମ ‘ଫଗଲୀ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ କିୟାରା। ଡେବ୍ୟୁ ପୂର୍ବରୁ ସେ ନିଜ ନାମ ଆଲିଆରୁ କିୟାରା କରିଥିଲେ। କାରଣ ପୂର୍ବରୁ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଆଲିଆ ଭଟ୍ଟ ସଫଳତା ପାଇସାରିଥିଲେ। ସଲମାନ୍‌ଙ୍କ କହିବା ଅନୁଯାୟୀ କିଆରା ନିଜ ନାମକୁ ପରିବର୍ତ୍ତନ କରିଥିଲେ। ସୋସିଆଲ ମିଡିଆ ଆକାଉଣ୍ଟରେ କିଆରାଙ୍କର ନାମ ଏବେ ମଧ୍ୟ ଆଲିଆ ରହିଛି। ଇନ୍‌ଷ୍ଟାଗ୍ରାମ୍‌ରେ ସେ ନିଜ ନାମକୁ ସାମାନ୍ୟ ପରିର୍ତ୍ତନ କରି ରଖିଛନ୍ତି କିୟାରା ଆଲିଆ ଆଡଭାନୀ। କିଆରା ଜ୍ୟୋତିଷ ଉପରେ ଆଦୌ ହେଲେ ବିଶ୍ୱାସ କରନ୍ତି ନାହିଁ। ନିଜ ପରିଶ୍ରମ ଉପରେ ବିଶ୍ୱାସ କରନ୍ତି, ତେଣୁ ନାମ ପରିବର୍ତ୍ତନ କରିଥିବା ସେ କହିଛନ୍ତି। ଜଣାଶୁଣା ମଡେଲ ଶାହୀନ ଜାଫରୀ ହେଉଛନ୍ତି କିୟାରାଙ୍କର ମାଉସୀ। ଶାହୀନ ହେଉଛନ୍ତି ଭେଟେରାନ ଅଭିନେତା ଅଶୋକ କୁମାରଙ୍କ ନାତୁଣୀ। ଏକ ସମୟରେ ଶାହୀନ ଏବଂ ସଲମାନ୍‌ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏଥିସହ କିଆରା ଅଭିନେତ୍ରୀ ଜୁହି ଚାଓ୍ବଲାଙ୍କ ଭାଣେଜି।
୨୦୧୬ରେ ମୁକ୍ତିଲାଭ କରିଥିବା ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ ଫିଲ୍ମ ‘ଏମ୍‌ ଏସ୍‌ ଧୋନୀ: ଦ ଅନଟୋଲ୍ଡ ଲଭ୍‌ ଷ୍ଟୋରୀ’ରୁ ତାଙ୍କୁ ପ୍ରକୃତ ପରିଚୟ ମିଳିଥିଲା। ଏଥିରେ ସେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଚରିତ୍ରରେ ଅଭିନୟ କରିଥିଲେ। ଏହା ପରେ କିଆରାଙ୍କୁ କଲଙ୍କ, କବୀର ସିଂ ଏବଂ ଶୁଭ ସମ୍ବାଦ ଆଦି ସିନେମାରେ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri