ଗଞ୍ଜାମ ବ୍ଲକ ଟପ୍ପର ହେଲେ ଖୁସି -ଆୟୁଷ, ବିଦ୍ୟାଳୟରେ ଉତ୍ସବର…

ଗଞ୍ଜାମ,୨।୫(ବିଦ୍ୟାଧର ସାହୁ/ଅନାଥ ତରାଇ): ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ଫଳାଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି l ଏଥିରେ ଗଞ୍ଜାମ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଖୁସି ବାରିକି ଏବଂ ଗଞ୍ଜାମ ଭାରତୀ ବିଦ୍ୟାପୀଠର ଛାତ୍ର ଆୟୁଷ ବେହେରା ମିଳିତ ଭାବେ ବ୍ଲକ ଟପ୍ପର ହୋଇଛନ୍ତି । ଉଭୟ ମୋଟ ୬୦୦ ମାର୍କରୁ ସେ ୯୦% ପ୍ରତିଶତ ଅର୍ଥାତ ୫୪୦ ମାର୍କ ରଖିଛନ୍ତି ।
ଖୁସି ହେଉଛନ୍ତି ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଦ୍ୟାଧର ବାରିକି ଓ ବନିତା ବାରିକିଙ୍କ ଝିଅ। କଠିନ ପରିଶ୍ରମ ବାବା ବୋଉଙ୍କ ସହଯୋଗ ଏବଂ ସ୍କୁଲ ଓ ଟିଉସନ ଶିକ୍ଷକଙ୍କ ପ୍ରେରଣାରେ ଏହି ସଫଳତା ପାଇଥିବା ଖୁସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।  ସରକାର ଏବଂ ପ୍ରଶାସନର ସହଯୋଗ ମିଳିଲେ ଭବିଷ୍ୟତରେ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିବା ସ୍କୁଲ ଟପ୍ପର ଖୁସି କହିଛନ୍ତି।  ଦିନକୁ ପ୍ରାୟ ୧୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଠ ପଢ଼ାରେ ଦେଇଥିଲେ। ତେବେ ତାଙ୍କର ୯୫ ପ୍ରତିଶତ ମାର୍କ ରଖିବେ ବୋଲି ଆଶା ଥିଲା। ତଥାପି ଏବେର ମାର୍କରେ ସେ ଖୁସି ଥିବା କହିଛନ୍ତି l ଆଗାମୀ ସମୟରେ ଭଲପାଠ ପଢ଼ି ସେ ଜଣେ ଡାକ୍ତର ହେବାକୁ ସ୍ବପ୍ନ ରଖିଥିବା ପ୍ରକାଶ କରିଛନ୍ତି। ଦୀର୍ଘ ବର୍ଷ ବ୍ୟବଧାନରେ ଏହି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଖୁସି ବାରିକି ଏ ୧ ହୋଇଥିବାରୁ ସ୍କୁଲ ପ୍ରଧାନ ଶିକ୍ଷକ ଅନିଲ କୁମାର ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ପଣ୍ଡାସାହିର ଆୟୁଷ ବେହେରା ମଧ୍ୟ ନିଜର କଠିନ ପରିଶ୍ରମ ବଳରେ ସମଗ୍ର ବ୍ଲକରେ ଟପ୍ପର ହୋଇଛନ୍ତି।  ଏହି ଖବର ପ୍ରସାରିତ ହେବା ପରେ ଉଭୟ ବିଦ୍ୟାଳୟରେ ଉତ୍ସବର ପରିବେଶ ଦେଖାଦେଇଥିବା ବେଳେ ଅଞ୍ଚଳବାସୀ ଏହି କୃତୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
Dharitri – Odisha’s No.1 Odia Daily

Share