ଅସ୍ତିତ୍ୱ ଖୋଜୁଛି ଖୋର୍ଦ୍ଧାଗଡ଼

ଖୋର୍ଦ୍ଧା,୧୮ା୮(ପ୍ରଭାତ ପାଣିଗ୍ରାହୀ): ଐତିହ୍ୟ, ସଂସ୍କୃତି ହେଉଛି ଗୋଟିଏ ଜାତିର ପରିଚୟ। ଏହା ଲୁପ୍ତ ହୋଇଗଲେ, ସେହି ଜାତିର ଅସ୍ତିତ୍ୱ ହଜିଯାଏ। ଏହିକ୍ରମରେ ଗରିମାମୟ ଐତିହ୍ୟକୁ ନିଜ ବକ୍ଷରେ ଜାବୁଡି ଧରି ଦଣ୍ଡାୟମାନ ରହିଛି ଖୋର୍ଦ୍ଧାଗଡ଼। ଅତୀତର ସ୍ମୃତିକୁ ସାଉଁଟି ରଖିଥିବା ଏହି ଗଡ଼ ଏବେ ବିଲୁପ୍ତ ଓ ଭଗ୍ନ ଅବସ୍ଥାରେ ରହିଛି। ଯେଉଁଠାରୁ ଦିନେ ପାଇକ ବୀରମାନେ ଇଂରେଜମାନଙ୍କ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ, ସେହି ଗଡ଼ ଆଜି ନିଜ ପରିଚୟ ଖୋଜୁଛି। ସରକାରଙ୍କ ଅବହେଳା ଯୋଗୁ ଏହି ଗଡ଼ ଲୁପ୍ତ ହେବାକୁ ବସିଛି। ଏହି ଦୁର୍ଗ ଏବେ ଭୂତକୋଠିର ଭ୍ରମ ସୃଷ୍ଟି କରୁଛି। ପ୍ରତ୍ନତତ୍ତ୍ୱ ବିଭାଗ ଖୋର୍ଦ୍ଧା ଦୁର୍ଗର ଉନ୍ନତି ହାତକୁ ନେଇଥିଲା। ବିଭିନ୍ନ ସମୟରେ ଏହାର ପୁନରୁଦ୍ଧାର ଲାଗି ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଛି। ହେଲେ ଏହି ଗଡ଼ ଜରାଜୀର୍ଣ୍ଣ କାରଣରୁ ଏଠାରେ ପର୍ଯ୍ୟଟକଙ୍କ ପାଦ ପଡୁ ନ ଥିବା ଜଣାପଡିଛି।
ପାଇକ ବିଦ୍ରୋହ ଓଡ଼ିଆ ଜାତିର ସ୍ବାଭିମାନ। ଏ ମାଟି ପାଇକମାନଙ୍କ ଅସୀମ ବୀରତ୍ୱ ପାଇଁ ଗର୍ବ କରେ। ତେବେ ଏହି ପାଇକଙ୍କ ଅନ୍ତୁଡ଼ିଶାଳ ଖୋର୍ଦ୍ଧାଗଡ଼। ଯାହାକି ଲାଲମାଟିର ଗଡ଼ ବୋଲି କୁହାଯାଏ। ପ୍ରଥମେ ଏହି ମାଟିରୁ ଇଂରେଜ ବିରୋଧରେ ସଶସ୍ତ୍ର ସଂଗ୍ରାମ ଡାକରା ଦିଆଯାଇଥିଲା। ମାଟିର ସୁରକ୍ଷା ପାଇଁ ଅନେକ ପାଇକବୀରଙ୍କୁ ଜନ୍ମ ଦେଇଥିବା ଏହି ଗଡ଼ ନଷ୍ଟ ହେବାକୁ ବସିଛି। ଚାରିଆଡେ ଅନାବନା ଗଛଲତା ମାଡି ଲୁଚିଗଲାଣି। ସରକାର ଗତ ବର୍ଷ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପାଇଁ ବିଧାନସଭାରେ ଶ୍ୱେତପତ୍ର ଜାରି କରିଥିବା ବେଳେ ଏହାର ଅସ୍ତିତ୍ୱ ସହ ଜଡିତ ଖୋର୍ଦ୍ଧାଗଡର ବିକାଶକୁ ଅଣଦେଖା କରୁଛନ୍ତି। ଏପରିକି ସ୍ଥାନୀୟ ଜିଲା ପ୍ରଶାସନର ଅବହେଳା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହି ଗଡର ପୁନରୁଦ୍ଧାର ହୋଇପାରୁନଥିବା ବୁଦ୍ଧିଜୀବୀ, ଗବେଷକମାନେ କହିଛନ୍ତି। ଗବେଷକ ଗୋପାଳକୃଷ୍ଣ ଦାସଙ୍କ ମତରେ ୧୫୬୮ ମସିହାରେ ଗଜପତି ମୁକୁନ୍ଦଦେବ ନିହତ ପରେ ରାଜ୍ୟରେ ଅରାଜକତା ଦେଖାଯାଇଥିଲା। କଳାପାହଡ଼ ଉକତ୍ଳରେ ଧ୍ୱଂସ ତାଣ୍ଡବ ରଚିବା ଆରମ୍ଭ କରିଥିଲା। ଅନେକ ମଠ, ମନ୍ଦିର ଧ୍ୱଂସ ପାଇଲା। ରମେଇ ରାଉତରାୟ ବରୁଣେଇ ପାଦଦେଶରେ ଜଗନ୍ନାଥପୁର-କଟକ ନାମରେ ୧୫୬୮ରେ ଏକ ନୂତନ ଗଡ଼ ନିର୍ମାଣ କରିଥିଲେ। ରମେଇ ରାଉତରାୟ ଗଜପତି ରାମଚନ୍ଦ୍ର ଦେବ ଭାବେ ପରିଚିତ ହେଲେ। ଗଡ଼ର ପୂର୍ବ ଦିଗରେ ଥିବା ବର୍ତ୍ତମାନର ବଡ଼ତୋଟା ହାଇସ୍କୁଲ ରାଜାଙ୍କର ଅସ୍ତ୍ରାଗାର ବୋଲି ଅନୁମାନ କରାଯାଉଥିବା ଐତିହାସିକମାନେ କୁହନ୍ତି ା ଗଡ଼ ମଧ୍ୟରେ ୧୫ଏକର ପରିମିତ ସ୍ଥାନରେ ରହିଥିବା ରାଣୀ ପୋଖରୀ ରହିଛି। ଏଥିସହିତ ଗଡ ମଧ୍ୟରେ ହନ୍ତେଶ୍ୱରୀ ମନ୍ଦିର ରହିଥିଲା। ଯାହା ଧ୍ୱଂସାଭିମୁଖୀ ଅବସ୍ଥାରେ ରହିଛି। କଳିଙ୍ଗ ପାଇକ ସଙ୍ଗଠନ ସମ୍ପାଦକ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ କହିଛନ୍ତି, ଏହି ଗଡ଼ର ପୁନରୁଦ୍ଧାର କରାଗଲେ, ସାରା ଦେଶରେ ଏହାର ଗୌରବ ବଢିବ। ପାଇକ ବୀର ଏବଂ ଏହି ଗଡର ଐତିହ୍ୟ ସମ୍ପର୍କରେ ସାରା ସମାଜ ଜାଣିପାରିବ। ସେହିପରି ଗବେଷକ ପ୍ରଫେସର ନାରାୟଣ ରାଓ କହିଛନ୍ତି, ଖୋର୍ଦ୍ଧାଗଡ଼ର ଏକ ଗରିମାମୟ ଐତିହ୍ୟ ରହିଛି। ଏହି ଗଡରେ ବହୁ ଐତିହ୍ୟ କୀର୍ତ୍ତିରାଜି କାଳଖଣ୍ଡରେ ବିଲୁପ୍ତ ଅବସ୍ଥାରେ ରହିଛି। ଗଡ଼ ପୁନରୁଦ୍ଧାର କରାଗଲେ ରାଣୀ ପୋଖରୀ ସମେତ ବହୁ କୀର୍ତ୍ତିରାଜି ସଂରକ୍ଷଣ ହୋଇପାରିବ। ଏହା ଓଡ଼ିଆ ଜାତିର ଗୌରବକୁ ବୃଦ୍ଧି ସହ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏହାର ସମ୍ମାନ ବଢିପାରିବ। ଓଡ଼ିଶା ପାଇକ ଆଖଡ଼ା ମହାସଂଘ ସମ୍ପାଦକ ଡ.ଦିଲୀପ ଶ୍ରୀଚନ୍ଦନ କୁହନ୍ତି, ଏହି ଗଡ ହେଉଛି ଓଡ଼ିଆ ଜାତିର ସ୍ବାଭିମାନ। ଏହି ଗଡ ସହିତ ଓଡ଼ିଆ ପାଇକ ବୀରଙ୍କ ବୀରତ୍ୱର ଗାଥା ଜଡିତ ରହିଛି। ଏହାର ପୁନରୁଦ୍ଧାର କରାଗଲେ କେବଳ ଖୋର୍ଦ୍ଧା ନୁହଁ ବରଂ ଓଡ଼ିଶାର ଗୌରବ ବଢିପାରିବ। ଖୋର୍ଦ୍ଧା ବିକାଶ ମଞ୍ଚ ସଭାପତି ନରେନ୍ଦ୍ର ପୃଷ୍ଟି କୁହନ୍ତି, ଏହି ଗଡ଼ର ପୁନରୁଦ୍ଧାର ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି। ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ପାଇକବୀରଙ୍କ ପାଇଁ ଉପଯୁକ୍ତ ସମ୍ମାନ ହେବ। ଗବେଷକ ସତ୍ୟବାଦୀ ବଳିୟାରସିଂ କହିଛନ୍ତି, ପାଇକ ବିଦ୍ରୋହ ସହ ଖୋର୍ଦ୍ଧାଗଡ ଅଙ୍ଗାଙ୍ଗୀ ଭାବେ ଜଡିତ। ଏହାର ପୁନରୁଦ୍ଧାର କରାଗଲେ, ପାଇକ ବୀରଙ୍କ ବୀରତ୍ୱ, ଶୌଯ୍ୟ, ପରାକ୍ରମକୁ ଆଗାମୀ ପିଢି ଜାଣିବାର ସୁଯୋଗ ପାଇବେ ବୋଲି ସେ କହିଛନ୍ତି। ପାଇକ ବିଦ୍ରୋହର ସ୍ମୃତି ସ୍ବରୂପ ପାଇକ ସ୍ମାରକୀ ନିର୍ମାଣ ପାଇଁ ତତ୍କାଳୀନ ରାଷ୍ଟ୍ରପତି ୨୦୧୯ ମସିହାରେ ବରୁଣେଇ ପାଦଦେଶରେ ଶିଳାନ୍ୟାସ କରିଥିଲେ। ତେବେ ସ୍ମାରକୀ ସହ ଖୋର୍ଦ୍ଧାଗଡର ପୁନରୁଦ୍ଧାର ଜରୁରୀ। ଏହି ଗଡରୁ ପାଇକ ବୀରମାନେ ଯୁଦ୍ଧ ରଣକୌଶଳ ବିଷୟରେ ଆଲୋଚନା କରି ପରବର୍ତ୍ତୀ ସମୟରେ ସଂଗ୍ରାମରେ ଯାଶ ଦେଇଥିଲେ। ପାଇକ ବିଦ୍ରୋହର ସମସ୍ତ ସ୍ମୃତି ଖୋର୍ଦ୍ଧାଗଡ ସହ ଜଡିତ। ଏହାର ପୁନରୁଦ୍ଧାର ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri