ନୂଆ ଟ୍ରେଣ୍ଡ୍‌ରେ ଖୋର୍ଦ୍ଧା ଗାମୁଛା

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ଟ୍ରେଣ୍ଡ୍‌ ବଦଳୁଛି, ଆଉ ତା’ ସହ ବଦଳୁଛି ଜୀବନଶୈଳୀ। ଓଡ଼ିଶାର ପାରମ୍ପରିକ ପରିଧାନରେ ଅତ୍ୟାଧୁନିକତାର ଛାପ ଦିନକୁ ଦିନ ରାଜ୍ୟ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁଛି। ବିଶେଷକରି ଓଡ଼ିଶା ହସ୍ତତନ୍ତରେ ଆକର୍ଷଣୀୟ ଡିଜାଇନ୍‌ ସହ ପ୍ରସ୍ତୁତ ହେଉଛି ନୂଆ ନୂଆ ପୋଷାକ, ଯାହା ଓଡ଼ିଶା ସମେତ ଦେଶବିଦେଶରେ ଲୋକପ୍ରିୟତା ହାସଲ କରିବା ସହ ଟ୍ରେଣ୍ଡ୍‌ ସୃଷ୍ଟି କରୁଛି। ଏହି ନୂଆ ଟ୍ରେଣ୍ଡ୍‌ରେ ଏବେ ଯୋଡି ହୋଇଛି ଓଡ଼ିଶାର ଖୋର୍ଦ୍ଧା ଗାମୁଛା। କାହିଁ କେଉଁ କାଳରୁ ସ୍ବତନ୍ତ୍ରତା ବହନ କରି ଆସିଥିବା ଏହି ଗାମୁଛାରେ ଏବେ ଅନେକ ଡିଜାଇନ୍‌ର ପୋଷାକ ତିଆରି ହେଲାଣି। ସାଧାରଣ ଶ୍ରେଣୀର ଏହି ପୋଷାକରେ ଲାଗିଲାଣି ସମ୍ଭ୍ରାନ୍ତର ଛାପ। ଗାମୁଛାରୁ ଯେ ଭଳିକି ଭଳି ଡିଜାଇନ୍‌ର ପୋଷାକ ହୋଇପାରିବ ଓ ଏହା ମଧ୍ୟ ଭଲ ଆଦୃତି ଲାଭ କରିବ, ତାହା ଓଡ଼ିଶାର ଡିଜାଇନରମାନେ ହିଁ ପ୍ରମାଣ କରି ଦେଖାଇଛନ୍ତି। ଏଥିପାଇଁ ସବ୍ୟସାଚୀ ଶତପଥୀଙ୍କ ଭଳି ଅନ୍ତର୍ଜାତୀୟ ସ୍ତରର ଡିଜାଇନରମାନେ ଅଣ୍ଟା ଭିଡିଥିବାବେଳେ ଇତିମଧ୍ୟରେ ବଡ଼ ବଡ଼ ଫ୍ୟାଶନ ଶୋ’, ପ୍ରଦର୍ଶନୀରେ ଖୋର୍ଦ୍ଧା ଗାମୁଛାରୁ ପ୍ରସ୍ତୁତ ପୋଷାକ ସ୍ଥାନ ପାଇଲାଣି। ନିକଟରେ ଭୁବନେଶ୍ୱରରେ ଆୟୋଜିତ ଜି-୨୦ ସମ୍ମିଳନୀରେ ଖୋର୍ଦ୍ଧା ଗାମୁଛାରୁ ତିଆରି ପ୍ୟାଣ୍ଟ, ଶାର୍ଟ, ବ୍ଲେଜର ଆଦି ପ୍ରଦର୍ଶିତ ହୋଇଥିଲା, ଯାହାକୁ ଦେଶବିଦେଶର ଅତିଥି ଓ ପରିଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏବେ ଏହାର ଡିଜାଇନ ବଜାରରେ ଅଳ୍ପ ମାତ୍ରାରେ ଉପଲବ୍ଧ ହେଉଥିଲେ ମଧ୍ୟ ଆଗକୁ ଭଲ ଗୁଣବତ୍ତା ସହ ନୂଆ ରୂପ ଦେବାରେ ଡିଜାଇନରମାନେ ପ୍ରୟାସ ଜାରି ରଖିଛନ୍ତି। ତେବେ ଗାମୁଛାରୁ ପ୍ରସ୍ତୁତ ନୂଆ ଡିଜାଇନକୁ ଲୋକପ୍ରିୟ କରିବା ସହ ଏହାର ମାନ ବୃଦ୍ଧି କରିବାରେ ଲାଗିପଡିଥିବା ଡିଜାଇନର ଓ ମଡେଲମାନେ ଓଡ଼ିଶାର ଏହି ନିଆରା ହସ୍ତତନ୍ତର ଉଜ୍ଜ୍ୱଳ ଭବିଷ୍ୟତ ସହ ବିଶ୍ୱ ବଜାର ସୃଷ୍ଟି ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାବୁଲି କି ଦାମୀ ପୋଷାକ ନୁହେଁ, ଦରମାର ୭୦% ଏହି କାମରେ ଖର୍ଚ୍ଚ କରନ୍ତି Gen Z

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ Gen Zଙ୍କ ଟ୍ରେଣ୍ଡ, ଲାଇଫଷ୍ଟାଇଲ୍‌ ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକଙ୍କ ଧାରଣା ଯେ, ଯୁବପିଢ଼ି ଅଧିକ…

ବ୍ୟବସାୟୀ ଅପହରଣ ମାମଲା: ହନୁମାନ ପଇସା ପାଇଁ ଅଭିଯୁକ୍ତ ଦେଇଛନ୍ତି ୨ କୋଟି ୭୦ ଲକ୍ଷ, ଏସ୍‌ପି କହିଲେ ଆହୁରି…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ମାମଲାରେ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର କ୍ଷୀତିଶ ସାହୁଙ୍କୁ ଭୁବନେଶ୍ବରରୁ ଗିରଫ…

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

‘ଯଦି ତୁମର ଲଜ୍ଜା ଅଛି, ତେବେ ହାତ ଯୋଡି ୧୪୦ କୋଟି ଜନତାଙ୍କୁ କ୍ଷମା ମାଗ’, କାହିଁକି ସୋନିଆଙ୍କୁ ଏମିତି କହିଲେ ଶାହା

ନୂଆଦିଲ୍ଲୀ,୧୬।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ରାଜସ୍ଥାନ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ମନ୍ତବ୍ୟ ଦେଇଥିଲେ ଯେ କଂଗ୍ରେସ ଦଳର ମୁଖ୍ୟାଳୟରେ ‘ବନ୍ଦେ…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

ସୋନିଆଙ୍କ ବିରୋଧରେ ଦାଖଲ ହେଲା ଅଭିଯୋଗ; ‘ବନ୍ଦେ ମାତରମ’କୁ ଅପମାନ କରିଥିବା…

ନୂଆଦିଲ୍ଲୀ,୧୬।୮: କର୍ନାଟକର ମାଙ୍ଗାଲୁରୁର ଉର୍ଭା ପୋଲିସ ଷ୍ଟେଶନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ଭାଜପା ନେତାମାନେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି। ସ୍ବାଧୀନତା ଦିବସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri