ଖୋର୍ଦ୍ଧା ଜିଲା ଭାଜପା ସଭାପତିଙ୍କ ହୋଟେଲ ସିଲ୍‌

ଖୋର୍ଦ୍ଧା ଅଫିସ,୬ା୪: ଋଣ ଖିଲାପ ଅଭିଯୋଗରେ ବୁଧବାର ଖୋର୍ଦ୍ଧା ଜିଲା ଭାଜପା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କ ମୁକୁନ୍ଦପ୍ରସାଦସ୍ଥିତ ସୂର୍ଯ୍ୟମୁଖୀ ହୋଟେଲକୁ ସିଲ୍‌ କରାଯାଇଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଭୁବନେଶ୍ୱର ସର୍କଲ ଅଧିକାରୀ, ସ୍ଥାନୀୟ ଆସିଷ୍ଟାଣ୍ଟ କଲେକ୍ଟର ଶରତ ଚନ୍ଦ୍ର ଦେହୁରି ଓ ପୋଲିସ ଉପସ୍ଥିତିରେ ଉକ୍ତ ହୋଟେଲକୁ ସିଲ୍‌ କରାଯାଇଥିଲା। ତେବେ ହୋଟେଲ ପରିସରରେ ଭାଜପା ଜିଲା କାର୍ଯ୍ୟାଳୟ ଏବଂ ବାର୍‌ ଆଣ୍ଡ ରେଷ୍ଟୁରାଣ୍ଟ ଚାଲିଥିଲା। ଚଢ଼ାଉ ବେଳେ ପରିସରରେ ଭାଜପା ପତାକା ଗଦା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି।
ସୂଚନା ମୁତାବକ, ପିଏନବିର ଜଟଣୀ ଅରଗୁଳ ବ୍ରାଞ୍ଚରୁ ରଶ୍ମି ୨୦୧୭ରେ ଋଣ ଆଣିଥିଲେ। ମୂଳଧନ ଓ ସୁଧକୁ ମିଶାଇ ପ୍ରାୟ ସାଢ଼େ ୫କୋଟି ଟଙ୍କା ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବାରମ୍ବାର ନୋଟିସ ସତ୍ତ୍ୱେ ରଶ୍ମି ଏଥିପ୍ରତି କର୍ଣ୍ଣପାତ କରି ନ ଥିଲେ। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ହୋଟେଲକୁ ନିଜ କବ୍‌ଜାକୁ ନେବାକୁ ଜିଲା ପ୍ରଶାସନକୁ ଅନୁରୋଧ କରିଥିଲେ। ବୁଧବାର ପୂର୍ବାହ୍ନରେ ପିଏନ୍‌ବି ଭୁବନେଶ୍ୱର ସର୍କଲ ପକ୍ଷରୁ ଅଧିକାରୀମାନେ ହୋଟେଲରେ ପହଞ୍ଚିଥିଲେ। ପ୍ରଶାସନ ପକ୍ଷରୁ ଆସିଷ୍ଟାଣ୍ଟ କଲେକ୍ଟର ଦେହୁରି ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ। ଆଇନଶୃଙ୍ଖଳା ଦୃଷ୍ଟିରୁ ଥାନାଧିକାରୀ ତାରିକ ଅହମ୍ମଦ, ଅତିରିକ୍ତ ଆଇଆଇସି କୃଷ୍ଣଚନ୍ଦ୍ର ସ୍ବାଇଁ, ଏସ୍‌ଆଇ ପି.ଏଲ୍‌. ବେହେରାଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ମୁତୟନ ରହିଥିଲେ। ପିଏନ୍‌ବି ଅଧିକାରୀ ହୋଟେଲରେ ତନ୍ନତନ୍ନ ଯାଞ୍ଚ କରିଥିଲେ। ୪ ମହଲାବିଶିଷ୍ଟ ଏହି ହୋଟେଲରେ ୧୪ରୁ ଊର୍ଦ୍ଧ୍ୱ ରୁମ୍‌ ରହିଛି। ତଳ ମହଲାରେ ବାର୍‌ ଆଣ୍ଡ ରେଷ୍ଟୁରାଣ୍ଟ ଚାଲିଥିବା ବେଳେ ଦୁଇ ମହଲା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରହିଥିଲା। ହୋଟେଲ ପରିସରରେ ରଶ୍ମି ଭାଜପା ଜିଲା କାର୍ଯ୍ୟାଳୟ କରିଥିବା ବେଳେ ଅନେକଥର ସାଙ୍ଗଠନିକ ବୈଠକ, କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ଚଢ଼ାଉ ବେଳେ ୬ଟି ରୁମ୍‌ରେ ଲୋକେ ରହିଥିଲେ। ସେମାନଙ୍କୁ ତୁରନ୍ତ ରୁମ୍‌ ଖାଲି କରିବାକୁ କୁହାଯାଇଥିଲା। ପରେ ସମସ୍ତ କୋଠରି ସିଲ୍‌ କରାଯିବା ସହ ମୁଖ୍ୟ ଫାଟକରେ ଜଉମୁଦ ଦେଇ ସିଲ୍‌ କରିଥିଲେ। ତେବେ ଚଢ଼ାଉ ବେଳେ ହୋଟେଲ ପରିସରରେ ଚାଲିଥିବା ସୂର୍ଯ୍ୟମୁଖୀ ବାର୍‌ ଲାଗି ରୁମ ଲିଜ୍‌ ନେଇଥିବା ମାଲିକ ସୁଦର୍ଶନ ସୁନ୍ଦରାୟ ଏବଂ ବ୍ୟାଙ୍କ କତ୍ତୃର୍ର୍ପକ୍ଷ ମୁହଁାମୁହିଁ ହୋଇଥିଲେ। ଏଠାରେ ବାର୍‌ ଖୋଲିବା ପାଇଁ ହୋଟେଲ ମାଲିକଙ୍କ ସହ ଚୁକ୍ତିନାମା ଏବଂ ଅନ୍ୟ କାଗଜପତ୍ର ଦେଖାଇଥିଲେ। ବାର୍‌ରେ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ରହିଥିବାରୁ ତାହାକୁ ଅନ୍ୟତ୍ର ସ୍ଥାନାନ୍ତର ଲାଗି ସମୟ ମାଗିଥିଲେ। ତେବେ ହୋଟେଲକୁ ବ୍ୟାଙ୍କ ନିଜ କବ୍‌୍‌ଜାକୁ ନେଇଯାଇଥିବାରୁ ବାର୍‌ ଖୋଲିବା କିମ୍ବା ସାମଗ୍ରୀ ନେଇପାରିବେ ନାହିଁ ବୋଲି ମନା କରିଥିଲେ। ଏ ସମ୍ପର୍କରେ ଆସିଷ୍ଟାଣ୍ଟ କଲେକ୍ଟର ଦେହୁରି କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିଲି। ଋଣ ଖିଲାପ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ହୋଟେଲକୁ ସିଲ୍‌ ଲାଗି ଜିଲାପାଳଙ୍କୁ ଜଣାଇଥିଲେ। ପ୍ରଶାସନର ନିର୍ଦ୍ଦେଶକ୍ରମେ ବ୍ୟାଙ୍କ କର୍ତ୍ତୃପକ୍ଷ ପୋଲିସ ଉପସ୍ଥିତିରେ ସିଲ୍‌ କରିଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri