୧୫ ଦିନ ଅନ୍ଧାରରେ ଖୁଣ୍ଟାପଡ଼ାବାସୀ

ପାଟଣା,୨୫।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପଶି ପଞ୍ଚାୟତ ଖୁଣ୍ଟାପଡ଼ା ଗ୍ରାମରେ ଦୀର୍ଘ ୧୫ ଦିନ ହେବ ୨୫ କେଭିର ବିଦ୍ୟୁତ ଟ୍ରାନ୍ସଫର୍ମର ବଜ୍ରପାତରେ ପୋଡ଼ିଯିବା ପରେ ୪୦ରୁ ଉଦ୍ଧର୍‌ବ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡଉପରେ ଛାତ୍ରୀଛାତ୍ରଙ୍କ ମ୍ୟାଟ୍ରିକ ପରୀକ୍ଷା ଥିବାରୁ ଲୋକଙ୍କୁ ଅନ୍ଧାରରେ କାଳାତିପାତ କରିବାକୁ ପଡୁଛି। ଉପଭୋକ୍ତା ବକେୟା ବିଲ ଶତ ପ୍ରତିଶତ ପୈଠ କରିଥିବା କଥା କହୁଥିବା ବେଳେ ବିଦ୍ୟୁତ ବିଭାଗର ବୈମାତୃକ ମନୋଭାବ ପାଇଁ ଟ୍ରାନ୍ସଫର୍ମର ଲାଗି ପାରୁ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏନେଇ ରବିବାର ଗ୍ରାମବାସୀ ତୁରୁମୁଙ୍ଗା ଏସ୍‌ଡିଓଙ୍କୁ ଭେଟିବା କେନ୍ଦୁଝର ବିଦ୍ୟୁତ କାର୍ଯ୍ୟାଳୟକୁ ଯାଇଥିବା ଜଣାପଡିଛି। ତୁରନ୍ତ ଟ୍ରାନ୍ସଫର୍ମର ମରାମତି ନ କଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଅନ୍ୟ ପକ୍ଷରେ ଏସମ୍ପର୍କରେ ତୁରୁମୁଙ୍ଗା ଏସ୍‌ଡିଓ ଚିରଞ୍ଜିତ ସାହୁଙ୍କୁ ପଚାରିବାରୁ ଉକ୍ତ ଗାଁକୁ ଟ୍ରାନ୍ସଫର୍ମର ରିଲିଜ ହୋଇଛି ଖୁବ ଶୀଘ୍ର ସଂଯୋଗ ଦିଆଯିବ ବୋଲି କହିଛନ୍ତି।