ପୁଣି ରେଡ୍‌ ଜୋନ୍‌କୁ ଫେରିଲା ଖୋର୍ଦ୍ଧା, ଚିନ୍ତା ବଢ଼ାଉଛି ଆକ୍ଟିଭ୍‌ କେସ୍‌

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମଣ। ବୁଧବାର ୬୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୨୩ ସଂକ୍ରମିତ ରହିଥିଲେ। ଏଥିନେଇ ଖୋର୍ଦ୍ଧା ପୁଣି ରେଡ୍‌ ଜୋନକୁ ଫେରିଛି।

ପର୍ବ ପର୍ବାଣୀ ଯୋଗୁ ବିଭିନ୍ନ ସ୍ଥାନରେ ଭିଡ ପରିଲକ୍ଷିତ ହେଉଛି। ଏଥିସହିତ ଖୋର୍ଦ୍ଧା ଓ କଟକ ଜିଲାରେ ସଂକ୍ରମଣ ବଢିଛି। ତେବେ ଟେଷ୍ଟ ପିଜିଟିଭ ରେଟ୍‌, ଆକ୍ଟିଭ କେସ୍‌କୁ ଦେଖି ଖୋର୍ଦ୍ଧାକୁ ରେଡ୍‌ ଜୋନ୍‌ ଭାବେ ସ୍ବାସ୍ଥ୍ୟ ବିଭାଗ ଘୋଷଣା କରିଛି। ସଚେତନତା ହିଁ ସଂକ୍ରମଣ ରୋକିବ । ତେଣୁ ପାର୍ବଣରେ ଭିଡ ନ କରି ସଚେତନ ରହିବାକୁ ଡିଏମ୍‌ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ୬୧୫ ଜଣ ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ୍‌ରୁ ୩୫୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।