କଲମପୁର,୧୭ା୭(ଗଣେଶରାମ ବାଗ): କଳାହାଣ୍ଡି ଜିଲା କଲମପୁର ବ୍ଲକ୍ ବଲାଗାଁର କ୍ଷୀରୋଦ କାଣ୍ଡ ଏନ୍ଇଇଟିରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।
ବଲାଗାଁର ତ୍ରିନାଥ କାଣ୍ଡ ଓ ସପୁର କାଣ୍ଡଙ୍କ ପୁଅ କ୍ଷୀରୋଦ ୫୭୮ ମାର୍କ ରଖିଛନ୍ତି। ଭୁବନେଶ୍ୱରସ୍ଥିତ ବିଦ୍ୟାପୀଠ କଲେଜରେ ଅଧ୍ୟୟନ କରୁଥିବା କ୍ଷୀରୋଦ ନିଜ ଲକ୍ଷ୍ୟ ସ୍ଥିର ରଖି ଦିନରାତି ପରିଶ୍ରମ କରି ପ୍ରସ୍ତୁତି ଚଳାଇଥିଲେ। ଏହି ସଫଳତା ପାଇଁ ପରିବାର ବର୍ଗ ଖୁସି ପ୍ରକଟ କରିଛନ୍ତି। କ୍ଷୀରୋଦଙ୍କ ସଫଳତା ଖବର ପ୍ରଚାର ପରେ କଲମପୁର ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିବା ସହ ଆଗାମୀ ଦିନରେ ସେ ଆହୁରି ବଡ଼ ସଫଳତା ହାସଲ କରନ୍ତୁ ବୋଲି ଶୁଭକାମନା ଜଣାଇଛନ୍ତି।