ରୁଷିଆ କବ୍‌ଜାରେ ଖେର୍‌ସନ୍‌

କ୍ୱିଭ୍‌, ୧୬।୩: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ମଙ୍ଗଳବାର ୨୦ ଦିନ ପୂରିଥିବାବେଳେ ଏହି ପୂର୍ବ ୟୁରୋପୀୟ ଦେଶର ବିଭିନ୍ନ ସହରରେ ମସ୍କୋ ପକ୍ଷରୁ ତୁହାକୁ ତୁହା କ୍ଷେପଣାସ୍ତ୍ର ମାଡ଼ କରାଯାଉଛି। ରାଜଧାନୀ କ୍ୱିଭ୍‌କୁ ଅକ୍ତିଆର କରିବାକୁ ରୁଷିଆ ସୈନ୍ୟ ଜୋର୍‌ଦାର ଉଦ୍ୟମ କରି ସବୁ ପ୍ରକାର ପ୍ରତିଷ୍ଠାନ ତଥା ରେସିଡେନ୍ସିଆଲ ବିଲ୍ଡିଂକୁ ଟାର୍ଗେଟ କରୁଛନ୍ତି। ସେଠାରେ ୩୫ ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରାଯାଇଛି। ତେବେ କ୍ୱିଭ୍‌ ପୂର୍ବରୁ ୟୁକ୍ରେନ୍‌ର ଖେର୍‌ସନ ସହରକୁ ସମ୍ପୂର୍ଣ୍ଣ ଭାବେ କବ୍‌ଜା କରି ନେଇଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମେଜର ଜେନେରାଲ ଆଇଗର କୋନାଶେଙ୍କଭୋ ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟାରେ ରୁଷିଆ ଏୟାର ଡିଫେନ୍ସ ସିଷ୍ଟମ ୟୁକ୍ରେନ୍‌ର ୧୬ ଯୁଦ୍ଧବିମାନ ସହ ୧୩ ଡ୍ରୋନ୍‌କୁ ନଷ୍ଟ କରିଛି। ସେଥିମଧ୍ୟରେ ସୁଖୋଇ ବିମାନ ଏସ୍‌ୟୁ-୨୪, ଏସ୍‌ୟୁ-୨୫ ଏବଂ ଏମ୍‌ଆଇ-୮ ହେଲିକପ୍ଟର ରହିଛି। କ୍ରାମାଟୋର୍‌ସ୍କ ନିକଟରେ ଥିବା ୟୁକ୍ରେନ୍‌ ଏୟାରବେସ୍‌କୁ ମଧ୍ୟ ନଷ୍ଟ କରାଯାଇଥିବା କୋନୋଶେଙ୍କୋଭ୍‌ କହିଛନ୍ତି।
ଆକ୍ରମଣକୁ ବନ୍ଦ କରିବା ପାଇଁ ୟୁକ୍ରେନ୍‌ରେ ନାଟୋ ପକ୍ଷରୁ ନୋ-ଫ୍ଲାଏ ଜୋନ୍‌ ଲାଗୁ କରାଯାଉ ନ ଥିବାରୁ ନିରାଶ ହୋଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି। ବ୍ରିଟେନ, ଡେନ୍‌ମାର୍କ, ଏଷ୍ଟୋନିଆ, ଫିନ୍‌ଲାଣ୍ଡ ସମେତ ୟୁରୋପିଆନ୍‌ ଲିଡରଙ୍କ ସହ ଜଏଣ୍ଟ ଏକ୍ସପେଡିସନାରି ଫୋର୍ସ ଲଣ୍ଡନ-୨୦୨୨ ବୈଠକରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଗଦେଇ ଜେଲେନ୍‌ସ୍କି କହିଛନ୍ତି, ବିଶ୍ୱର ସବୁଠାରୁ ସାମରିକ ମେଣ୍ଟ ହେବା ସତ୍ତ୍ୱେ ୟୁକ୍ରେନ୍‌କୁ ରୁଷିଆ ଆକ୍ରମଣରୁ ରକ୍ଷା କରିବା ନିମନ୍ତେ ଏ ପର୍ଯ୍ୟନ୍ତ ସେଠାରେ ନୋ-ଫ୍ଲା ଜୋନ୍‌ ଲାଗୁ କରୁନାହିଁ। ନାଟୋର କେତେ ସଦସ୍ୟ ରାଷ୍ଟ୍ର ରୁଷିଆର ଆକ୍ରମଣାତ୍ମକ କାର୍ଯ୍ୟରେ ଭୟଭୀତ ହୋଇଛନ୍ତି। ନାଟୋ ୟୁକ୍ରେନ୍‌ରେ ନୋ-ଫ୍ଲାଏ ଜୋନ୍‌ ଘୋଷଣା କଲେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ ବୋଲି ଅନେକେ କହୁଥିବାର ଶୁଣିବାକୁ ମିଳୁଛି। ଏହା ରୁଷିଆକୁ ସାହସ ଦେଉଛି ଏବଂ ମସ୍କୋର ସୈନ୍ୟ ଶାନ୍ତିପୂର୍ଣ୍ଣ ସହର, ହସ୍ପିଟାଲ, ସ୍କୁଲ, ଲୋକଙ୍କ ଘରକୁ ଟାର୍ଗେଟ କରୁଛନ୍ତି। ଦିନକରେ କ୍ୱିଭ୍‌ରେ ୪ ବହୁତଳ ପ୍ରାସାଦ ବିଶିଷ୍ଠ ବାସଯୋଗ୍ୟ କୋଠାକୁ ଧ୍ୱଂସ କରାଯାଇଛି। ଏଥିରେ ୧୦ରୁ ଊର୍ଦ୍ଧ୍ୱ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏ ସବୁକୁ ଦେଖି ପାଶ୍ଚାତ୍ୟ ଦେଶଗୁଡ଼ିକ କାହିଁକି ପଦକ୍ଷେପ ନେଉନାହାନ୍ତି ବୋଲି ଜେଲେନ୍‌ସ୍କି ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri