ଖେମୁଣ୍ଡିି ଓକିଲ ସଂଘ ନିର୍ବାଚନ: ପ୍ରଦୀପ ସମ୍ପାଦକ ଭାବେ ନିର୍ବାଚିତ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କେବଳ ସମ୍ପାଦକ ପଦବୀ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶନିବାର ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ଆଇନଜୀବୀମାନେ ନିଜ ମତଦାନ ସାବ୍ୟସ୍ତ କରିଥିଲେ। ଗଣତି ପରେ ପ୍ରଦୀପ କୁମାର ନାୟକ ତାଙ୍କ ପ୍ରତିଦ୍ୱନ୍ଦ୍ୱି ମନୋଜ କୁମାର ପଣ୍ଡାଙ୍କୁ ୨ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ଚନ୍ଦ୍ରଧଜ ସିଂହ ଘୋଷଣା କରିଛନ୍ତି।

ସମୁଦାୟ ୬୧ଜଣ ସଦସ୍ୟ ମତଦାନ କରିଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଯାଇଛି। ପ୍ରଦୀପଙ୍କୁ ୩୧ଏବଂ ମନୋଜଙ୍କ ସପକ୍ଷରେ ୨୯ଖଣ୍ଡ ଭୋଟ ମିଳିଥିଲା। ସେହିପରି ଉପସଭାପତି ଭାବେ ସନ୍ତୋଷ କୁମାର ସାହୁ, ସହ ସମ୍ପାଦକ ଭାବେ ରବିଚନ୍ଦ୍ର ଗୌଡ଼ ଜଣେ ଲେଖାଏ ନାମାଙ୍କନ ଦାଖଲ କରିଥିବାରୁ ଉଭୟଙ୍କୁ ଅପ୍ରତିଦ୍ବନ୍ଦି ଭାବେ ନିବାଚିତ ଘୋଷଣା କରାଯାଇଛି।

ସୂଚନା ଯୋଗ୍ୟ, ସଂଘର ସଭାପତି ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା କୁରେଶୁୁ ପଣ୍ଡା, ହରପ୍ରସାଦ ରଥ ଏବଂ ଗଜାନନ ତ୍ରିପାଠୀଙ୍କ ନାମାଙ୍କନକୁ ନିର୍ବାଚନ ଅଧିକାରୀ ପୂର୍ବରୁ ନାକଚ କରିଥିଲେ। ଏହି ପଦବୀ ପାଇଁ ସଂଘର ୩ ସଦସ୍ୟ ପୂର୍ବରୁ ନିର୍ଦ୍ଧାରିତ ଦିବସରେ ନାମାଙ୍କନ ଦାଖଲ କରିଥିଲେ ମଧ୍ୟ ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ନିର୍ବାଚନ ଅଧିକାରୀ ସଭାପତି ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀମାନଙ୍କ ଓକିଲାତି ଅଭିଜ୍ଞତା ଉପରେ ପ୍ରଶ୍ନ ଉଠାଇଥିଲେ।

ଗତ ୨୦୨୨ରେ ଖେମୁଣ୍ଡି ଓକିଲ ସଂଘର ନିର୍ଦ୍ଧାରଣ ପ୍ରକାରେ ସଭାପତି ପଦବୀ ପାଇଁ ୨୫ ବର୍ଷରୁ ଊଦ୍ଧର୍‌ବ ଅଭିଜ୍ଞତା ଆବଶ୍ୟକ ଥିବା ବେଳେ ନାମାଙ୍କନ ଦାଖଲ କରିଥିବା ୩ ପ୍ରାର୍ଥୀଙ୍କ ଓକିଲାତି ଅଭିଜ୍ଞତା ୨୫ ବର୍ଷ ପୁରି ନ ଥିବା କାରଣରୁ ନାମାଙ୍କନଗୁଡିକୁ ନାକଚ କରି ଦେଇଥିଲେ। ସେ ତାଙ୍କ ନିଷ୍ପତ୍ତିକୁ ରାଜ୍ୟ ଆଇନଜୀବୀ ପରିଷଦକୁ ଜଣାଇଥିଲେ। ରାଜ୍ୟପରିଷଦର ଚିଠି ପ୍ରକାରେ ସଭାପତି ପଦବୀ ନିମନ୍ତେ ସଂଘର ସର୍ବ ବରିଷ୍ଠ ସଦସ୍ୟ ହୃଦୟ ରଞ୍ଜନ ମେକାପଙ୍କ ନାଁ ପଠାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri