Posted inଜାତୀୟ

କୃଷକଙ୍କୁ ନେଇ ଖଟ୍ଟାର-ଅମରିନ୍ଦର ମୁହାଁମୁହିଁ

ନୂଆଦିଲ୍ଲୀ, ୨୯।୧୧: କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ କୃଷକମାନଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚତ୍ଛି। ଆନ୍ଦୋଳନକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାର ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ଅଭିମୁଖେ ଯାଉଥିବା ପଞ୍ଜାବ କୃଷକମାନଙ୍କୁ ହରିୟାଣା ସରକାର ଅଟକାଇବା ଲାଗି ବଳ ପ୍ରୟୋଗ କରିଥିଲେ। ଆନ୍ଦୋଳନ କରିବା କୃଷକମାନଙ୍କ ଅଧିକାର ହୋଇଥିବାରୁ ପଞ୍ଜାବ ସରକାର ସେମାନଙ୍କୁ ଅଟକାଇଲେ ନାହିଁ। ଏପରିକି ଦିଲ୍ଲୀ ମଧ୍ୟ କୃଷକମାନଙ୍କୁ ରୋକିଲା ନାହିଁ। ହରିୟାଣା କ’ଣ ପାଇଁ ଅଟକାଇଲା ଓ ନିରୀହ କୃଷକଙ୍କ ଉପରେ ଲୁହବୁହା ବାଷ୍ପ ଓ ପାଣି ମାଡ଼ କଲା ବୋଲି ଅମରିନ୍ଦର ପ୍ରଶ୍ନ କରିଛନ୍ତି। ମିଥ୍ୟା ପ୍ରଚାର ଓ ଅଯଥା ହସ୍ତକ୍ଷେପ କରୁଥିବା ଖଟ୍ଟାର କ୍ଷମା ମାଗନ୍ତୁ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଖଟ୍ଟାର ତାଙ୍କୁ ଫୋନ୍‌ କରିଥିଲେ ଓ ସେ ଉଠାଇଲେ ନାହିଁ ବୋଲି ମିଥ୍ୟା ପ୍ରଚାର କରୁଛନ୍ତି। ପଞ୍ଜାବ କୃଷକମାନଙ୍କ ପ୍ରତି ଖଟ୍ଟାର ଯେଉଁ ବ୍ୟବହାର ଦେଖାଇଲେ, ୧୦ ଥର ଫୋନ୍‌ କଲେ ମଧ୍ୟ ଉଠାଇବେ ନାହିଁ ବୋଲି ଅମରିନ୍ଦର କହିଛନ୍ତି। ହରିୟାଣା ମୁଖ୍ୟମନ୍ତ୍ରୀ ଭୁଲ୍‌ ସ୍ବୀକାର ନ କରିବା ପର୍ଯ୍ୟନ୍ତ କ୍ଷମା କରାଯିବ ନାହିଁ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ଦିଲ୍ଲୀ ଚଲୋ ଆନ୍ଦୋଳନ ପାଇଁ ପଞ୍ଜାବ କୃଷକମାନେ ଦାୟୀ । ରାଜ୍ୟ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ କହିଛନ୍ତି। ଆନ୍ଦୋଳନ ପଛରେ ରାଜନୈତିକ ଦଳଙ୍କ ସମ୍ପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି।
ହଜାର କୃଷକ ଦିଲ୍ଲୀ ସୀମାର ବିଭିନ୍ନ ଅଞ୍ଚଳରେ ଅଟକି ରହିଥିବାବେଳେ ସେମାନଙ୍କ ଆନ୍ଦୋଳନ ତୃତୀୟ ରାତ୍ରିରେ ପହଞ୍ଚତ୍ଛି। ବିଭିନ୍ନ ରାଜ୍ୟରୁ କୃଷକମାନେ ସେମାନଙ୍କ ସହ ସାମିଲ ହେଉଛନ୍ତି। ଦିଲ୍ଲୀର ବୁରାରୀ ମଇଦାନରେ ସମବେତ ହୋଇଥିବା କୃଷକମାନେ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି। ଦୁଇଦିନର ଉତ୍ତେଜନା ପରେ ଶନିବାର ଆନ୍ଦୋଳନ ସ୍ଥଳ ଶାନ୍ତିପୂର୍ଣ୍ଣ ଥିଲା। ବିକ୍ଷୋଭକାରୀ ଚାଷୀମାନେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ସ୍ଲୋଗାନ ଦେବା ସହ ଗୀତ ଗାଇଥିଲେ। ପଞ୍ଜାବର ୩୦ଟି କୃଷକ ସଂଗଠନ ସହ ବିଭିନ୍ନ ରାଜ୍ୟରୁ ଅନେକ ସଂଗଠନ ସାମିଲ ହୋଇଥିବାରୁ ସେମାନେ ଭିନ୍ନ ଭିନ୍ନ ଦାବି କରୁଛନ୍ତି। ଅଧିକାଂଶ କୃଷକ ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ଆସିଛନ୍ତି। ସିଙ୍ଘୁ ଓ ଟିକ୍ରି ସୀମାରେ ହଜାର ହଜାର ଶ୍ରମିକ ତିନିଦିନ ହେଲା ଅଟକି ରହିଛନ୍ତି। ସେମାନଙ୍କୁ ବୁରାରିର ସନ୍ଥ ନିରଙ୍କରି ମଇଦାନକୁ ଯିବା ଲାଗି କୁହାଯାଇଥିଲେ ହେଁ ସେମାନେ ଯାଉନାହାନ୍ତି।

ଆଲୋଚନା ପାଇଁ ଅମିତ୍‌ ଶାହାଙ୍କ ଆହ୍ବାନ

ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କୁ ଆଲୋଚନା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଆହ୍ବାନ ଦେଇଛନ୍ତି। ସେମାନଙ୍କ ସମସ୍ତ ସମସ୍ୟା ଓ ଦାବି ସମ୍ପର୍କରେ ଆଲୋଚନା ଲାଗି କେନ୍ଦ୍ର ପ୍ରସ୍ତୁତ ବୋଲି ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି। ଡିସେମ୍ବର ୩ରେ ଆନ୍ଦୋଳନରତ କୃଷକଙ୍କ ସହ ସରକାର ଆଲୋଚନା କରିବେ। ଏହା ପୂର୍ବରୁ ସେମାନେ ଆଲୋଚନା ଚାହିଁଲେ, ସେମାନଙ୍କୁ ସରକାର ଚୂଡ଼ାନ୍ତ କରିଥିବା ସ୍ଥାନକୁ ଯିବାକୁ ପଡ଼ିବ। ତେବେ ଅଧିକାଂଶ କୃଷକ ସଂଗଠନ ଆନ୍ଦୋଳନ ସ୍ଥଳ ଛାଡ଼ି ଯିବାକୁ ମନା କରିଦେଇଛନ୍ତି। ସେମାନେ ରାଜଧାନୀ ବାହାରେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି।

ପାଣିମାଡ଼ ଘଟଣାକୁ ବିରୋଧୀଙ୍କ ନିନ୍ଦା

ଭାରତର ଖାଦ୍ୟ ସୁରକ୍ଷା ପ୍ରତି ବିପଦ ଆଶଙ୍କା ଥିବା କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଉପରେ ପାଣିମାଡ଼ ଓ ଲୁହବୁହା ଗ୍ୟାସ୍‌ ପ୍ରୟୋଗକୁ ୮ଟି ବିରୋଧୀ ଦଳ ପକ୍ଷରୁ ନିନ୍ଦା କରାଯାଇଛି। ଆନ୍ଦୋଳନକୁ ଦମନ କରିବା ଲାଗି ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରାଯାଇଥିବା ସେମାନେ କହିଛନ୍ତି। ତିନୋଟି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କୁ ବିରୋଧୀ ଦଳଗୁଡ଼ିକ ଏକ ମିଳିତ ବିବୃତିରେ ସମର୍ଥନ ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର, ଡିଏମ୍‌କେ ନେତା ଟି.ଆର୍‌. ବାଲୁ, ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା, ଆର୍‌ଜେଡି ଏମ୍‌ପି ମନୋଜ ଝା, ସିପିଆଇ(ଏମ୍‌ଏଲ୍‌) ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ ଏବଂ ଆର୍‌ଏସ୍‌ପି ସାଧାରଣ ସମ୍ପାଦକ ମନୋଜ ଭଟ୍ଟାଚାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ବିଦେଶୀ ମଦ କାରାଖାନା ଠାବ, ନାମୀଦାମୀ କମ୍ପାନୀର ନକଲି ମଦ ଜବତ

କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ...

ସରକାରୀ ଜମିକୁ ଜବରଦଖଲ କଲା ଘରୋଇ ଶିକ୍ଷାନୁଷ୍ଠାନ: ତାଲିଲେ ଗାଁ ଲୋକେ, ଦେଲେ ଏଭଳି ଚେତାବନୀ

ପାଟଣା,୨୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ମୂଷା ଖୋରି ଆରଆଇ ସର୍କଲ ଅନ୍ତର୍ଗତ ଭାଲୁଘର ମୌଜାର ହୁଡ଼ି ଓ ସରକାରୀ ଜମିକୁ ବିବେକାନନ୍ଦ...

ପୁଣି ବଦ୍ରି ପାତ୍ରଙ୍କ ବିସ୍ଫୋରଣ, ନବୀନ ପ୍ରଚାରକୁ ଗଲେ ନାହିଁ ବୋଲି ବିଜେଡି….

ଭୁବନେଶ୍ୱର,୨୯ା୧୨: ପୁଣି ଅସନ୍ତୋଷ ଝାଡିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର । ନାଁ ନ ନେଇ ‘ପାଣ୍ଡିଆନ ଆଣ୍ଡ୍‌ କୋ’କୁ ଟାର୍ଗେଟ୍‌ କରିଛନ୍ତି । କାହିଁକି...

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri