Posted inଜାତୀୟ

କୃଷକଙ୍କୁ ନେଇ ଖଟ୍ଟାର-ଅମରିନ୍ଦର ମୁହାଁମୁହିଁ

ନୂଆଦିଲ୍ଲୀ, ୨୯।୧୧: କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ କୃଷକମାନଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚତ୍ଛି। ଆନ୍ଦୋଳନକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାର ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ଅଭିମୁଖେ ଯାଉଥିବା ପଞ୍ଜାବ କୃଷକମାନଙ୍କୁ ହରିୟାଣା ସରକାର ଅଟକାଇବା ଲାଗି ବଳ ପ୍ରୟୋଗ କରିଥିଲେ। ଆନ୍ଦୋଳନ କରିବା କୃଷକମାନଙ୍କ ଅଧିକାର ହୋଇଥିବାରୁ ପଞ୍ଜାବ ସରକାର ସେମାନଙ୍କୁ ଅଟକାଇଲେ ନାହିଁ। ଏପରିକି ଦିଲ୍ଲୀ ମଧ୍ୟ କୃଷକମାନଙ୍କୁ ରୋକିଲା ନାହିଁ। ହରିୟାଣା କ’ଣ ପାଇଁ ଅଟକାଇଲା ଓ ନିରୀହ କୃଷକଙ୍କ ଉପରେ ଲୁହବୁହା ବାଷ୍ପ ଓ ପାଣି ମାଡ଼ କଲା ବୋଲି ଅମରିନ୍ଦର ପ୍ରଶ୍ନ କରିଛନ୍ତି। ମିଥ୍ୟା ପ୍ରଚାର ଓ ଅଯଥା ହସ୍ତକ୍ଷେପ କରୁଥିବା ଖଟ୍ଟାର କ୍ଷମା ମାଗନ୍ତୁ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଖଟ୍ଟାର ତାଙ୍କୁ ଫୋନ୍‌ କରିଥିଲେ ଓ ସେ ଉଠାଇଲେ ନାହିଁ ବୋଲି ମିଥ୍ୟା ପ୍ରଚାର କରୁଛନ୍ତି। ପଞ୍ଜାବ କୃଷକମାନଙ୍କ ପ୍ରତି ଖଟ୍ଟାର ଯେଉଁ ବ୍ୟବହାର ଦେଖାଇଲେ, ୧୦ ଥର ଫୋନ୍‌ କଲେ ମଧ୍ୟ ଉଠାଇବେ ନାହିଁ ବୋଲି ଅମରିନ୍ଦର କହିଛନ୍ତି। ହରିୟାଣା ମୁଖ୍ୟମନ୍ତ୍ରୀ ଭୁଲ୍‌ ସ୍ବୀକାର ନ କରିବା ପର୍ଯ୍ୟନ୍ତ କ୍ଷମା କରାଯିବ ନାହିଁ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ଦିଲ୍ଲୀ ଚଲୋ ଆନ୍ଦୋଳନ ପାଇଁ ପଞ୍ଜାବ କୃଷକମାନେ ଦାୟୀ । ରାଜ୍ୟ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ କହିଛନ୍ତି। ଆନ୍ଦୋଳନ ପଛରେ ରାଜନୈତିକ ଦଳଙ୍କ ସମ୍ପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି।
ହଜାର କୃଷକ ଦିଲ୍ଲୀ ସୀମାର ବିଭିନ୍ନ ଅଞ୍ଚଳରେ ଅଟକି ରହିଥିବାବେଳେ ସେମାନଙ୍କ ଆନ୍ଦୋଳନ ତୃତୀୟ ରାତ୍ରିରେ ପହଞ୍ଚତ୍ଛି। ବିଭିନ୍ନ ରାଜ୍ୟରୁ କୃଷକମାନେ ସେମାନଙ୍କ ସହ ସାମିଲ ହେଉଛନ୍ତି। ଦିଲ୍ଲୀର ବୁରାରୀ ମଇଦାନରେ ସମବେତ ହୋଇଥିବା କୃଷକମାନେ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି। ଦୁଇଦିନର ଉତ୍ତେଜନା ପରେ ଶନିବାର ଆନ୍ଦୋଳନ ସ୍ଥଳ ଶାନ୍ତିପୂର୍ଣ୍ଣ ଥିଲା। ବିକ୍ଷୋଭକାରୀ ଚାଷୀମାନେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ସ୍ଲୋଗାନ ଦେବା ସହ ଗୀତ ଗାଇଥିଲେ। ପଞ୍ଜାବର ୩୦ଟି କୃଷକ ସଂଗଠନ ସହ ବିଭିନ୍ନ ରାଜ୍ୟରୁ ଅନେକ ସଂଗଠନ ସାମିଲ ହୋଇଥିବାରୁ ସେମାନେ ଭିନ୍ନ ଭିନ୍ନ ଦାବି କରୁଛନ୍ତି। ଅଧିକାଂଶ କୃଷକ ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ଆସିଛନ୍ତି। ସିଙ୍ଘୁ ଓ ଟିକ୍ରି ସୀମାରେ ହଜାର ହଜାର ଶ୍ରମିକ ତିନିଦିନ ହେଲା ଅଟକି ରହିଛନ୍ତି। ସେମାନଙ୍କୁ ବୁରାରିର ସନ୍ଥ ନିରଙ୍କରି ମଇଦାନକୁ ଯିବା ଲାଗି କୁହାଯାଇଥିଲେ ହେଁ ସେମାନେ ଯାଉନାହାନ୍ତି।

ଆଲୋଚନା ପାଇଁ ଅମିତ୍‌ ଶାହାଙ୍କ ଆହ୍ବାନ

ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କୁ ଆଲୋଚନା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଆହ୍ବାନ ଦେଇଛନ୍ତି। ସେମାନଙ୍କ ସମସ୍ତ ସମସ୍ୟା ଓ ଦାବି ସମ୍ପର୍କରେ ଆଲୋଚନା ଲାଗି କେନ୍ଦ୍ର ପ୍ରସ୍ତୁତ ବୋଲି ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି। ଡିସେମ୍ବର ୩ରେ ଆନ୍ଦୋଳନରତ କୃଷକଙ୍କ ସହ ସରକାର ଆଲୋଚନା କରିବେ। ଏହା ପୂର୍ବରୁ ସେମାନେ ଆଲୋଚନା ଚାହିଁଲେ, ସେମାନଙ୍କୁ ସରକାର ଚୂଡ଼ାନ୍ତ କରିଥିବା ସ୍ଥାନକୁ ଯିବାକୁ ପଡ଼ିବ। ତେବେ ଅଧିକାଂଶ କୃଷକ ସଂଗଠନ ଆନ୍ଦୋଳନ ସ୍ଥଳ ଛାଡ଼ି ଯିବାକୁ ମନା କରିଦେଇଛନ୍ତି। ସେମାନେ ରାଜଧାନୀ ବାହାରେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି।

ପାଣିମାଡ଼ ଘଟଣାକୁ ବିରୋଧୀଙ୍କ ନିନ୍ଦା

ଭାରତର ଖାଦ୍ୟ ସୁରକ୍ଷା ପ୍ରତି ବିପଦ ଆଶଙ୍କା ଥିବା କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଉପରେ ପାଣିମାଡ଼ ଓ ଲୁହବୁହା ଗ୍ୟାସ୍‌ ପ୍ରୟୋଗକୁ ୮ଟି ବିରୋଧୀ ଦଳ ପକ୍ଷରୁ ନିନ୍ଦା କରାଯାଇଛି। ଆନ୍ଦୋଳନକୁ ଦମନ କରିବା ଲାଗି ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରାଯାଇଥିବା ସେମାନେ କହିଛନ୍ତି। ତିନୋଟି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କୁ ବିରୋଧୀ ଦଳଗୁଡ଼ିକ ଏକ ମିଳିତ ବିବୃତିରେ ସମର୍ଥନ ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର, ଡିଏମ୍‌କେ ନେତା ଟି.ଆର୍‌. ବାଲୁ, ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା, ଆର୍‌ଜେଡି ଏମ୍‌ପି ମନୋଜ ଝା, ସିପିଆଇ(ଏମ୍‌ଏଲ୍‌) ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ ଏବଂ ଆର୍‌ଏସ୍‌ପି ସାଧାରଣ ସମ୍ପାଦକ ମନୋଜ ଭଟ୍ଟାଚାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri