ଖଟିଆ କାର, ଥରେ ଚାର୍ଜିଂ କଲେ ଯାଉଛି ୬୦ କିଲୋମିଟର, ସୋସିଆଲ ମିଡ଼ିଆରେ ଭାଇରାଲ…

ଭୋପାଳ,୨୩।୯ : ଗ୍ରାମାଞ୍ଚଳରେ ଖଟିଆ ବେଶ ପରିଚିତ। ଲୋକମାନେ ଏହାକୁ ଆରାମ ଏବଂ ଶୋଇବା ପାଇଁ ବ୍ୟବହାର କରନ୍ତି। ମଧ୍ୟପ୍ରଦେଶର ଅଶୋକନଗର ଜିଲାର ଜଣେ ଯୁବକ ଏକ ଖଟିଆକୁ ଗାଡିରେ ପରିଣତ କରିଛନ୍ତି। ଏହାର ନାମ ଖଟିଆ କାର୍‌ ରଖିଛନ୍ତି। ଏହାକୁ ଚଳାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲର ଆବଶ୍ୟକତା ନାହିଁ । ଏହା ଇଲେକ୍ଟ୍ରିକ ଚାର୍ଜିଂ ଏବଂ ସୌର ଶକ୍ତିରେ ଚାଲିଥାଏ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଖଟିଆ କାରକୁ ପ୍ରଶଂସା କରିଛନ୍ତି।

ଅଶୋକନଗର ଜିଲା ମୁଖ୍ୟାଳୟଠାରୁ ସେମାରକେଡି ଗ୍ରାମ ୧୫ କିଲୋମିଟର ଦୂର। ଏହି ଗାଁରେ ୨୧ ବର୍ଷ ବୟସ୍କ ଯୁବକ ପୱନ ଓଝା ବାସ କରନ୍ତି। ପୱନ ପିଲାଦିନରୁ ଅଧ୍ୟୟନରେ ଦୁର୍ବଳ ଥିଲେ କିନ୍ତୁ ବୈଷୟିକ କୌଶଳ ପ୍ରତି ତାଙ୍କର ଆଗ୍ରହ ଥିଲା । ସେ ଦଶମ ପରେ ପାଠପଢ଼ା ଛାଡିଥିଲେ। ସେ ଖାଲି ସମୟରେ ନୂତନ ପରୀକ୍ଷଣ ଏବଂ ଯନ୍ତ୍ରପାତି ତିଆରି କରିବା ଆରମ୍ଭ କଲେ। ଦିନେ ସେ ନିଜ ଚାଷ ଜମିରେ ଏକ ଖଟ ଉପରେ ଶୋଇଥିଲେ। ସେ ଚିନ୍ତା କଲେ ଯଦି ଖଟକୁ କାରରେ ପରିଣତ କରିବି ତେବେ ଯିବା ଆସିବାରେ ସୁବିଧା ହେବ।

ସେ ଗୋଟିଏ ଗାଡିର ଇଞ୍ଜିନ ଏବଂ ଏଥିରେ ଲାଗିଥିବା ମୋଟର ସମେତ ସାମଗ୍ରୀ ସଂଗ୍ରହ କରିଥିଲେ। ସେ ପ୍ରାୟ ଦେଢ଼ ମାସ ମଧ୍ୟରେ ନିଜ ଖଟିଆକୁ କାରରେ ପରିଣତ କରିବା କାର୍ଯ୍ୟ ସଂପୂର୍ଣ୍ଣ କରିଥିଲେ। ତାଙ୍କ ଖଟିଆ କାରର ମୂଲ୍ୟ ପ୍ରାୟ ୨୫ ରୁ ୩୦ ହଜାର ଟଙ୍କାରେ ତିଆରି ହୋଇଛି। ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ଡିଜେଲ-ପେଟ୍ରୋଲ ଅସୁବିଧା ହେତୁ ପୱନ ନିଷ୍ପତ୍ତି ନେଇଥିଲେ ତାଙ୍କ ଖଟିଆ କାରକୁ ବୈଦ୍ୟୁତିକ ଯାନରେ ରୂପାନ୍ତରିତ କରିବେ। ସେ ବ୍ୟାଟେରୀ ଚାର୍ଜିଂ ବ୍ୟବହାର କରିଥିଲେ।

ବର୍ତ୍ତମାନ ତାଙ୍କ ଖଟିଆ କାରରେ ସୌର ପ୍ଲେଟ ସ୍ଥାପନ କରି ସେ ଏହାକୁ ସୌର ଶକ୍ତିରେ ଚାଲୁଥିବା ଏକ ଯାନ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି। ଏନେଇ ପରୀକ୍ଷା ଜାରି ରହିଛି। ତାଙ୍କ କାର ପ୍ରାୟ ୩ ଘଣ୍ଟା ଚାର୍ଜିଂରେ ୬୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଏହି ଯାନର ଗତି ଘଣ୍ଟା ପ୍ରତି ୫୦ କିଲୋମିଟର। ପୱନଙ୍କ ଅନୁଯାୟୀ ଚାରିରୁ ପାଞ୍ଚ ଜଣ ଲୋକ ଏହି ଖଟିଆ କାରରେ ସହଜରେ ଯାତ୍ରା କରିପାରିବେ। ଏହା ବ୍ୟତୀତ ଏହି ଗାଡିର ତିନିରୁ ଚାରି କ୍ୱିଣ୍ଟାଲ ଓଜନ ବୋହିବାର କ୍ଷମତା ଅଛି। ଖଟିଆ କାରକୁ ଆକର୍ଷଣୀୟ କରିବା ପାଇଁ ଏହାକୁ ରଙ୍ଗୀନ ଆଲୋକରେ ସଜାଯାଇଛି। ଏହା ସହିତ ଏଥିରେ ମ୍ୟଜିକ ବ୍ୟବସ୍ଥା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri