ଖରିଫ ଧାନ କିଣା: ଓଡ଼ିଶାରେ କଷ୍ଟ, ଛତିଶଗଡ଼ରେ ସହଜ

ଭବାନୀପାଟଣା,୩ା୧(ଉତ୍ତମ କୁମାର ଦାଶ):ପୂର୍ବରୁ ଜାନୁୟାରୀ ମାସରେ ରାଜ୍ୟରେ ଖରିଫ ଧାନ କିଣା ଶେଷ ହେଉଥିବାବେଳେ ଏଥର କିନ୍ତୁ ଅଧ ପ୍ରତିଶତ ସରିନାହିଁ। ଯାହାକୁ ନେଇ ସମଗ୍ର ରାଜ୍ୟରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟେ ଧାନ କିଣା ଓଡ଼ିଶାରେ କଷ୍ଟ ହେଉଥିବାବେଳେ ପଡୋଶୀ ଛତିଶଗଡ଼ରେ କିନ୍ତୁ ସହଜ ଦେଖିବାକୁ ମିଳିଛି। ଉଭୟ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟରେ ବର୍ତ୍ତମାନ ଖରିଫ ଧାନ କିଣା ପ୍ରକ୍ରିୟା ଚାଲୁଥିବା ବେଳେ ଓଡ଼ିଶା ତୁଳନାରେ ଛତିଶଗଡ଼ରେ ଚାଷୀଙ୍କୁ ମିଳୁଛି ବଡ ଆସ୍ବସ୍ଥି। ଏହାର ଉଦାହରଣ ଭାବେ ଆମେ ଛତିଶଗଡ ରାଜ୍ୟ ଗରିଆବନ୍ଧ ଜିଲା ଦେଭୋଗ ଧାନ ମଣ୍ଡିର ଦୃଶ୍ୟକୁ ନେଇପାରିବା। ଏହି ମଣ୍ଡିରେ ପ୍ୟାକ୍ସ ଜରିଆରେ ରାଜ୍ୟ ସରକାର ଧାନ କିଣୁଛନ୍ତି। ଓଡ଼ିଶା ତୁଳନାରେ ଏଠାକାର ବ୍ୟବସ୍ଥା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ନିଜ ଧାନ ବିକ୍ରି ଟୋକନ ନ ପାଇଥିବା ଜଣେ ଚାଷୀ ଧାନ ବିକିବାକୁ ଆସିଲେ ମଣ୍ଡିରେ ତାଙ୍କ ନାମ ଏଣ୍ଟ୍ରି ହୋଇଥାଏ। ପରେ ତାଙ୍କ ଫଟୋ ଉଠାଯିବା ସହ ଧାନର ମାନ ନିର୍ଣ୍ଣୟ କରାଯାଇ ଧାନ କିଣାଯାଇଥାଏ। ଏଠାରେ ଚାଷୀଙ୍କୁ ମାତ୍ର ଏକଘଣ୍ଟା ଅପେକ୍ଷା କରିବାକୁ ପଡିଥାଏ। ଧାନ ବିକିସାରି ଘରକୁ ଯିବାର ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଥାଏ। ସବୁଠାରୁ ବଡ କଥା ହେଲା ଏଠି ବିନା କୌଣସି କଟ୍‌ନୀରେ ଧାନ ଉଠେ। ସେଠାକାର ମଣ୍ଡିରେ ନିୟୋଜିତ ପ୍ୟାକ୍ସ ଚାଷୀଙ୍କ ଧାନ କିଣି ମଣ୍ଡି ଗୋଦାମରେ ଗଚ୍ଛିତ କରି ରଖିଥାଏ ଓ ପର୍ଯ୍ୟାୟକ୍ରମେ ତାକୁ ମିଲକୁ ଡେଲିଭରି ଦେଇଥାଏ। ଛତିଶଗଡକୁ ଲାଗିଛି ଓଡିଶାର କଳାହାଣ୍ଡି, ନୂଆପଡା, ନବରଙ୍ଗପୁର ଭଳି ଜିଲା। ମଣ୍ଡି ଚାଲିଲେ ଛତିଶଗଡ ରାଜ୍ୟର ଧାନ ଦଲାଲଙ୍କ ଆଖି ସବୁବେଳେ ଓଡିଶା ଉପରେ ପଡିଥାଏ। କାରଣ ସେମାନେ ଜାଣନ୍ତି ଓଡ଼ିଶା ଚାଷୀମାନେ ଧାନ ବିକ୍ରି ସମୟରେ ମଣ୍ଡିରେ କିଭଳି ଅସୁବିଧାର ସମ୍ମୁଖୀନ ହୁଅନ୍ତି। ସେଥିପାଇଁ ସେମାନେ ପହଞ୍ଚତ୍ୟାଇଥାନ୍ତି ଏହିସବୁ ଜିଲାର ଧାନ ଖଳାରେ। ଆଉ ଚାଷୀମାନଙ୍କ ସହ ମୁଲଚାଲ କରି ଅଣ୍ଡର ରେଟରେ ଧାନ କିଣି ଆଣନ୍ତି। ବିଭିନ୍ନ ସମୟରେ ଏହିସବୁ ଦଲାଲମାନେ ଧରା ମଧ୍ୟ ପଡନ୍ତି। ଆଉ ଧରା ପଡିଲେ ଧାନ ଗାଡି ଜବତ ହେବା ସହ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥାଏ। ଯେଉଁମାନେ ଖସିଯାଆନ୍ତି ସେମାନେ ସହଜରେ ଓଡିଶା ଧାନକୁ ନିଜ ଲୋକ ନାରେ ଛତିଶଗଡ ଧାନ ମଣ୍ଡିରେ ବିକ୍ରି କରିଥାନ୍ତି। ଛତିଶଗଡରେ ସରକାର ଏକର ପ୍ରତି ୨୧ କୁଇଣ୍ଟାଲ ଧାନ ବିକ୍ରି ଟୋକନ ମିଳୁଥିବା ବେଳେ ସେଠାରେ ଏକର ପିଛା ୧୫ କୁଇଣ୍ଟାଲ ଧାନ ଅମଳ ହୁଏ। ସେଥିପାଇଁ ଦଲାଲମାନଙ୍କୁ ତାହା ବେଶ ସୁହାଇଥାଏ ଏବଂ ସହଜରେ ସେମାନେ ସେହି ଧାନକୁ ବିକିବାରେ ସମର୍ଥ ହୁଅନ୍ତି। ଓଡିଶାର ଚାଷୀମାନେ ମଣ୍ଡି ଝିଂଝଟରୁ ମୁକ୍ତି ପାଇବା ପାଇଁ କମ ଦରରେ ଛତିଶଗଡ ଦଲାଲକୁ ଧାନ ଟେକି ଦେବା ପାଇଁ କୁଣ୍ଠାବୋଧ କରନ୍ତି ନାହିଁ। ଯାହାର ଫାଇଦା ଛତିଶଗଡ ପାଉଥିବା ବେଳେ ଓଡିଶା କିନ୍ତୁ କ୍ଷତି ସହେ। ଉଭୟ ଓଡିଶା ଓ ଛତିଶଗଡରେ ବର୍ତ୍ତମାନ ଭାଜପା ସରକାର ଥିବାବେଳେ ଏହି ଦୁଇ ରାଜ୍ୟରେ ଧାନ କିଣା ନୀତି ସମ୍ପୂର୍ଣ୍ଣ ଭିନ୍ନ। ଓଡିଶାରେ ଧାନ ମଣ୍ଡିକୁ ଗଲେ ଜଣେ ଚାଷୀ ମିଲର୍ସ ଦ୍ୱାରା ଶୋଷଣର ଶୀକାର ହେବା ସହ ନିଜ କଷ୍ଟ ଉପାର୍ଜିତ ଧାନ ବିକିବା ପାଇଁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡେ। ସେହିପରି ବସ୍ତା ବାବଦକୁ ଏକ କିଲୋ ଓ ଧାନ କୁଇଣ୍ଟାଲ ପିଛା ୫ରୁ ୭ କିଲୋ କଟ୍‌ନୀର ଶିକାର ହୁଏ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ମାଘ ମେଳା ଆରମ୍ଭ: ପୁଣ୍ୟ ପାଇବା ସହ ସମସ୍ୟା ଦୂର କରିବାକୁ ଚାହୁଁଥିଲେ ଘରେ କରନ୍ତୁ ଏହି ୩ ଉପାୟ…

ମାଘ ମେଳାକୁ ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ଘଟଣା ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ, ଯାହା ପ୍ରତିବର୍ଷ ଉତ୍ତର ପ୍ରଦେଶର ପ୍ରୟାଗରାଜରେ...

୧୫ ବର୍ଷ ହେଲା ୨ଟି ପେନସନ ପାଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ, ଜଣାପଡିବା ପରେ…

ମୋହନା,୩।୧( ମନ୍ମଥ ମିଶ୍ର ): ପୂର୍ବ ସରକାରଙ୍କ ୨୫ ବର୍ଷ ଶାସନ କାଳରେ ଏମିତି ଅନେକ ଦୁର୍ନୀତି ହୋଇଛି । ଯାହାକି ସରକାରୀ ବାବୁମାନଙ୍କ ବ୍ୟବସ୍ଥା...

ଧନୁଯାତ୍ରା ସମୟରେ ବରଗଡ଼ରେ ଚାଞ୍ଚଲ୍ୟ: ଗଳାକାଟି ଯୁବକଙ୍କୁ ହତ୍ୟା କଲେ…

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବରଗଡ଼ ସହର ଉତ୍ସବମୁଖର ହୋଇ ପଡିଥିବାବେଳେ ଶୁକ୍ରବାର ବିଳମ୍ବିତ ରାତିରେ ନିକଟସ୍ଥ ଘୁଲିପାଲିରେ ଜଣେ...

ଡ୍ୟୁଟି ସାରି ବାଇକରେ ଘରକୁ ଫେରୁଥିଲେ ହୋମଗାର୍ଡ, ବାଟରେ ଘଟିଲା…

ବଲାଙ୍ଗୀର, ୩।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ମଲମଣ୍ଡା-ରଣ୍ଡା ଗାଁ ମଝିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି।...

ପାରିବାରିକ ଉତ୍ତରଦାୟିତ୍ୱ

ମାନବର ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ ଏବଂ ଅମାନବୀୟ ଚାରିତ୍ରିକ ସ୍ଖଳନ ସମାଜର ମେରୁଦଣ୍ଡକୁ ଭାଙ୍ଗିବାକୁ ବସିଛି। କିଛି ପରିବାରରେ ଏହା ଆଭିଜାତ୍ୟର ରୂପ ନେଇସାରିଛି।...

ଡାଇଓଜିନୀଜଙ୍କ ଅନ୍ବିଷ୍ଟ ମଣିଷ

ସୁଦୂର ଅତୀତର (କାରଣ ଖ୍ରୀଷ୍ଟପୂର୍ବ) ଏଇ ବିସ୍ମୟକର ଅଥଚ ଆଧ୍ୟାତ୍ମିକ ଭାବସମ୍ପନ୍ନ ଅଲୌକିକ କ୍ରିୟା, ମାନବ ସଭ୍ୟତାର ଇତିହାସରେ ଏକ ମାଇଲ ଖୁଣ୍ଟ। ସୃଷ୍ଟିର ରାଜମୁକୁଟ...

ଚାପର ପରୀକ୍ଷା

ଜଟିଳ ସ୍ଥିତି ଦେଇ ଗତି କରୁଥିବା ଭାରତ-ବାଂଲାଦେଶ ସମ୍ପର୍କକୁ ସୁଧାରିବା ଲାଗି ଚେଷ୍ଟା କରାଯାଉଛି। ଉଭୟ ପକ୍ଷର ସଂସ୍ଥା, ସୁରକ୍ଷା ଏଜେନ୍ସି ଏବଂ ଦାୟିତ୍ୱରେ ଥିବା...

ରବିଚାଷ ପାଇଁ ଅନିଶ୍ଚିତତାରେ ଚାଷୀ: ଉଠାଜଳସେଚନ ପ୍ରକଳ୍ପରେ ବିଦ୍ୟୁତ୍‌ ସଂଯୋଗ ବିଳମ୍ବ ଅଭିଯୋଗ

ଲୋଇସିଂହା,୩ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଯୋଗୀସର୍ଡା ଗ୍ରାମର ଚାଷୀ ଅରବିନ୍ଦ ମିଶ୍ର। ତାଙ୍କ ଚାଷଜମିରେ ଉଠାଜଳସେଚନ ବିଭାଗ ପକ୍ଷରୁ ଏକ ବୋରିଂ ଖୋଳାଯିବା ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri