ଖରିଫ ଧାନ କିଣା: ଓଡ଼ିଶାରେ କଷ୍ଟ, ଛତିଶଗଡ଼ରେ ସହଜ

ଭବାନୀପାଟଣା,୩ା୧(ଉତ୍ତମ କୁମାର ଦାଶ):ପୂର୍ବରୁ ଜାନୁୟାରୀ ମାସରେ ରାଜ୍ୟରେ ଖରିଫ ଧାନ କିଣା ଶେଷ ହେଉଥିବାବେଳେ ଏଥର କିନ୍ତୁ ଅଧ ପ୍ରତିଶତ ସରିନାହିଁ। ଯାହାକୁ ନେଇ ସମଗ୍ର ରାଜ୍ୟରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟେ ଧାନ କିଣା ଓଡ଼ିଶାରେ କଷ୍ଟ ହେଉଥିବାବେଳେ ପଡୋଶୀ ଛତିଶଗଡ଼ରେ କିନ୍ତୁ ସହଜ ଦେଖିବାକୁ ମିଳିଛି। ଉଭୟ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟରେ ବର୍ତ୍ତମାନ ଖରିଫ ଧାନ କିଣା ପ୍ରକ୍ରିୟା ଚାଲୁଥିବା ବେଳେ ଓଡ଼ିଶା ତୁଳନାରେ ଛତିଶଗଡ଼ରେ ଚାଷୀଙ୍କୁ ମିଳୁଛି ବଡ ଆସ୍ବସ୍ଥି। ଏହାର ଉଦାହରଣ ଭାବେ ଆମେ ଛତିଶଗଡ ରାଜ୍ୟ ଗରିଆବନ୍ଧ ଜିଲା ଦେଭୋଗ ଧାନ ମଣ୍ଡିର ଦୃଶ୍ୟକୁ ନେଇପାରିବା। ଏହି ମଣ୍ଡିରେ ପ୍ୟାକ୍ସ ଜରିଆରେ ରାଜ୍ୟ ସରକାର ଧାନ କିଣୁଛନ୍ତି। ଓଡ଼ିଶା ତୁଳନାରେ ଏଠାକାର ବ୍ୟବସ୍ଥା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ନିଜ ଧାନ ବିକ୍ରି ଟୋକନ ନ ପାଇଥିବା ଜଣେ ଚାଷୀ ଧାନ ବିକିବାକୁ ଆସିଲେ ମଣ୍ଡିରେ ତାଙ୍କ ନାମ ଏଣ୍ଟ୍ରି ହୋଇଥାଏ। ପରେ ତାଙ୍କ ଫଟୋ ଉଠାଯିବା ସହ ଧାନର ମାନ ନିର୍ଣ୍ଣୟ କରାଯାଇ ଧାନ କିଣାଯାଇଥାଏ। ଏଠାରେ ଚାଷୀଙ୍କୁ ମାତ୍ର ଏକଘଣ୍ଟା ଅପେକ୍ଷା କରିବାକୁ ପଡିଥାଏ। ଧାନ ବିକିସାରି ଘରକୁ ଯିବାର ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଥାଏ। ସବୁଠାରୁ ବଡ କଥା ହେଲା ଏଠି ବିନା କୌଣସି କଟ୍‌ନୀରେ ଧାନ ଉଠେ। ସେଠାକାର ମଣ୍ଡିରେ ନିୟୋଜିତ ପ୍ୟାକ୍ସ ଚାଷୀଙ୍କ ଧାନ କିଣି ମଣ୍ଡି ଗୋଦାମରେ ଗଚ୍ଛିତ କରି ରଖିଥାଏ ଓ ପର୍ଯ୍ୟାୟକ୍ରମେ ତାକୁ ମିଲକୁ ଡେଲିଭରି ଦେଇଥାଏ। ଛତିଶଗଡକୁ ଲାଗିଛି ଓଡିଶାର କଳାହାଣ୍ଡି, ନୂଆପଡା, ନବରଙ୍ଗପୁର ଭଳି ଜିଲା। ମଣ୍ଡି ଚାଲିଲେ ଛତିଶଗଡ ରାଜ୍ୟର ଧାନ ଦଲାଲଙ୍କ ଆଖି ସବୁବେଳେ ଓଡିଶା ଉପରେ ପଡିଥାଏ। କାରଣ ସେମାନେ ଜାଣନ୍ତି ଓଡ଼ିଶା ଚାଷୀମାନେ ଧାନ ବିକ୍ରି ସମୟରେ ମଣ୍ଡିରେ କିଭଳି ଅସୁବିଧାର ସମ୍ମୁଖୀନ ହୁଅନ୍ତି। ସେଥିପାଇଁ ସେମାନେ ପହଞ୍ଚତ୍ୟାଇଥାନ୍ତି ଏହିସବୁ ଜିଲାର ଧାନ ଖଳାରେ। ଆଉ ଚାଷୀମାନଙ୍କ ସହ ମୁଲଚାଲ କରି ଅଣ୍ଡର ରେଟରେ ଧାନ କିଣି ଆଣନ୍ତି। ବିଭିନ୍ନ ସମୟରେ ଏହିସବୁ ଦଲାଲମାନେ ଧରା ମଧ୍ୟ ପଡନ୍ତି। ଆଉ ଧରା ପଡିଲେ ଧାନ ଗାଡି ଜବତ ହେବା ସହ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥାଏ। ଯେଉଁମାନେ ଖସିଯାଆନ୍ତି ସେମାନେ ସହଜରେ ଓଡିଶା ଧାନକୁ ନିଜ ଲୋକ ନାରେ ଛତିଶଗଡ ଧାନ ମଣ୍ଡିରେ ବିକ୍ରି କରିଥାନ୍ତି। ଛତିଶଗଡରେ ସରକାର ଏକର ପ୍ରତି ୨୧ କୁଇଣ୍ଟାଲ ଧାନ ବିକ୍ରି ଟୋକନ ମିଳୁଥିବା ବେଳେ ସେଠାରେ ଏକର ପିଛା ୧୫ କୁଇଣ୍ଟାଲ ଧାନ ଅମଳ ହୁଏ। ସେଥିପାଇଁ ଦଲାଲମାନଙ୍କୁ ତାହା ବେଶ ସୁହାଇଥାଏ ଏବଂ ସହଜରେ ସେମାନେ ସେହି ଧାନକୁ ବିକିବାରେ ସମର୍ଥ ହୁଅନ୍ତି। ଓଡିଶାର ଚାଷୀମାନେ ମଣ୍ଡି ଝିଂଝଟରୁ ମୁକ୍ତି ପାଇବା ପାଇଁ କମ ଦରରେ ଛତିଶଗଡ ଦଲାଲକୁ ଧାନ ଟେକି ଦେବା ପାଇଁ କୁଣ୍ଠାବୋଧ କରନ୍ତି ନାହିଁ। ଯାହାର ଫାଇଦା ଛତିଶଗଡ ପାଉଥିବା ବେଳେ ଓଡିଶା କିନ୍ତୁ କ୍ଷତି ସହେ। ଉଭୟ ଓଡିଶା ଓ ଛତିଶଗଡରେ ବର୍ତ୍ତମାନ ଭାଜପା ସରକାର ଥିବାବେଳେ ଏହି ଦୁଇ ରାଜ୍ୟରେ ଧାନ କିଣା ନୀତି ସମ୍ପୂର୍ଣ୍ଣ ଭିନ୍ନ। ଓଡିଶାରେ ଧାନ ମଣ୍ଡିକୁ ଗଲେ ଜଣେ ଚାଷୀ ମିଲର୍ସ ଦ୍ୱାରା ଶୋଷଣର ଶୀକାର ହେବା ସହ ନିଜ କଷ୍ଟ ଉପାର୍ଜିତ ଧାନ ବିକିବା ପାଇଁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡେ। ସେହିପରି ବସ୍ତା ବାବଦକୁ ଏକ କିଲୋ ଓ ଧାନ କୁଇଣ୍ଟାଲ ପିଛା ୫ରୁ ୭ କିଲୋ କଟ୍‌ନୀର ଶିକାର ହୁଏ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri